ଘର ଲୋକ ଖୋଜିଥିବା ପୁଅ ପସନ୍ଦ ହେଲାନି, ଜୀବନ ହାରିଦେଲେ ନର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଘର ଲୋକ ଖୋଜିଥିବା ପୁଅ ପସନ୍ଦ ହେଲାନି, ଜୀବନ ହାରିଦେଲେ ନର୍ସ

ରାଜକୋଟ: ହସ୍ପିଟାଲର ଷ୍ଟୋରରୁମରେ ଆତ୍ମହତ୍ୟା କରିଛନ୍ତି ଜଣେ ୨୨ ବର୍ଷୀୟ ମହିଳା ନର୍ସ। ପରିବାର ଲୋକ ତାଙ୍କ ବାହାଘର କରିବାକୁ ପୁଅ ଠିକ୍‌ କରିଥିଲେ। ହେଲେ ଘର ଲୋକ ଠିକ କରିଥିବା ପୁଅ ପସନ୍ଦ ନ ଆସିବାରୁ ନର୍ସ ଜଣଙ୍କ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ଗୁଜରାଟର ଭାବନଗରରେ ଥିବା ସରକାରୀ ହସ୍ପିଟାଲରେ ଏପରି ଘଟଣା ଘଟିଛି।

ମୃତ ନର୍ସ ଜଣଙ୍କ ହେଲେ ୨୨ ବର୍ଷୀୟ ଆମୀ ମକୱାନା। ତାଙ୍କ ଘର ଭାବନଗରର ଅନ୍ତର୍ଗତ ଆନନ୍ଦନଗର ଅଞ୍ଚଳରେ। ମାତ୍ର ଦେଢ଼ ମାସ ତଳେ ଆମୀ ଠିକା ଭିତ୍ତିକ ନିଯୁକ୍ତି ସରକାରୀ ହସ୍ପିଟାଲରେ ପାଇଥିଲେ। ସବୁ କିଛି ଠିକ ଠାକ ଚାଲିଥିଲା। ତେବେ ରବିବାର ଦିନ ହସ୍ପିଟାଲର ୭ମ ମହଲାରେ ଥିବା ଷ୍ଟୋର ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଛି।

ଏହି ଷ୍ଟୋରାରୁମକୁ ଷ୍ଟାଫ ରୁମ ଭାବେ ମଧ୍ୟ ବେଳେବେଳେ ବ୍ୟବହାର କରାଯାଏ। ଏଠାରେ କିଛି ହାତଗଣତି ଚେୟାର ଥିବା ବେଳେ ଗୋଟିଏ ୱାଶରୁମ ମଧ୍ୟ ରହିଛି। ହସ୍ପିଟାଲର ଗାର୍ଡ ରବିବାର ରାତି ପ୍ରାୟ ୮.୩୦ରେ ଉକ୍ତ ରୁମକୁ ଯିବା ବେଳେ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ।

ସେ କବାଟ ବାଡ଼େଇ ଥିଲେ ମଧ୍ୟ କେହି ବି କିଛି ଉତ୍ତର ଦେଇ ନଥିଲେ। ଶେଷରେ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଖବର ଦେବା ସହ କବାଟ ଭାଙ୍ଗିଥିଲେ। ଏହି ସମୟରେ ଆମୀଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ଷ୍ଟୋର ରୁମରୁ ଆମୀଙ୍କ ହାତ ଲେଖା ଗୋଟିଏ ସୁଇସାଇଡ ନୋଟ ଜବତ କରାଯାଇଛି।

ଦୁଇ ପୃଷ୍ଠାର ଏହି ନୋଟ୍‌ରେ ଲେଖାଯାଇଛି ଯେ ପରିବାର ଲୋକ ତାଙ୍କ ବାହାଘର ପାଇଁ ଗୋଟିଏ ପୁଅ ଠିକ କରିଛନ୍ତି। ହେଲେ ସେ ପୁଅକୁ ସେ ବାହା ହେବାକୁ ଚାହୁଁ ନାହାନ୍ତି। ତେଣୁ ସେ ଜୀବନ ହାରୁଥିବା ଆମୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାବାଦ ନିକଟରେ ଶେଷ ହୋଇଥିବା ସରକାରୀ ପରୀକ୍ଷାରେ ଆମୀ ଉତ୍ତୀର୍ଣ୍ଣ ହୋଇ ନଥିବାରୁ ମାନସିକ ଚିନ୍ତାରେ ରହୁଥିବା ପରିବାର ଲୋକ କହିଛନ୍ତି। ପୁଲିସ୍ ଏବେ ସବୁ ଦିଗକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି।

The post ଘର ଲୋକ ଖୋଜିଥିବା ପୁଅ ପସନ୍ଦ ହେଲାନି, ଜୀବନ ହାରିଦେଲେ ନର୍ସ appeared first on Odisha Reporter.



from Odisha Reporter https://ift.tt/3AVXYqf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages