ପ୍ରବଳ ବର୍ଷାରେ ୫ମୃତ, ଜଙ୍ଗଲରୁ ୨୨ ଶ୍ରଦ୍ଧାଳୁ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ପ୍ରବଳ ବର୍ଷାରେ ୫ମୃତ, ଜଙ୍ଗଲରୁ ୨୨ ଶ୍ରଦ୍ଧାଳୁ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ। ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବଦ୍ରିନାଥରେ ସ୍ଥତି ସଙ୍ଗୀନ ହୋଇଛି। ଅଚାନକ ନଦୀରେ ପାଣି ବଢ଼ିଯିବାରୁ ଅନେକ ସ୍ଥାନରେ ହୋଇଛି ଭୁସ୍ଖଳନ। ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ଉତ୍ତରାଖଣ୍ଡ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ରାଜ୍ୟ ପାଇଁ ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ପାଣିପାଗ ବିଭାଗ।

ଚମୋଲି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ନନ୍ଦାକିନି ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ନଦୀର ଜଳସ୍ତର କ୍ଷିପ୍ର ଗତିରେ ବଢ଼ି ଚାଲିଛି। ସେପଟେ ଗଙ୍ଗା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ହୋଇଥିବା ଯୋଗୁ ଋଷିକେଶର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି।

ସେହିପରି ଭୂସ୍ଖଳନ ଯୋଗୁଁ ବଦ୍ରିନାଥ ନିକଟ ଜଙ୍ଗଲ ଚଟି ନିକଟରେ ୨୨ ଜଣ ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରେସ୍‌କ୍ୟୁ ଟିମ୍ ଗୌରୀ କୁଣ୍ଡ ଯାଇ ଶ୍ରଦ୍ଧାଳୁଙ୍କୁ ଆଣିଛନ୍ତି। ଏହି ଯାତ୍ରୀଙ୍କ ମଧ୍ୟରେ ଜଣେ ୫୫ ବର୍ଷର ବୟସ୍କ ଥିଲେ। ତାଙ୍କୁ ରେସ୍‌କ୍ୟୁ ଟିମ୍ ଷ୍ଟେଚର୍ରେ ଉଠାଇ ଅଣାଯାଇଛିା

ସେପଟେ ବଦ୍ରିନାଥ ହାଇେୱେର ଲାମ୍ବାଡ଼ରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଏକ କାର୍ ଫସି ଯାଇଥିଲା। ଭୂସ୍ଖଳନ ଯୋଗୁଁ କାର୍‌ଟି ରାସ୍ତା ତଳକୁ ଭାସି ଯାଇଥିଲା। ତେବେ ସୌଭାଗ୍ୟବଶତଃ କାର ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କାର୍‌ଟିକୁ ମଧ୍ୟ କ୍ରେନ ଜରିଆରେ ସୁରକ୍ଷିତ ଭାବେ ବାହାର କରାଯାଇଛି।

ନେନିତାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ୨୬ଟି ଡ୍ରେନରେ ଜଳସ୍ତର ବୃଦ୍ଧି ପାଇଛି। ନେନିତାଲ ନିକଟ ବିରଭଟି ମୋଟର ବ୍ରିଜ ନିକଟରେ ଅନେକ କାର ଏବଂ ଟ୍ରକ ମାଟି ତଳେ ପୋତି ହୋଇଯାଇଛନ୍ତି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ବନ୍ଦ କରିଦିଆଯାଇଛି।

The post ପ୍ରବଳ ବର୍ଷାରେ ୫ମୃତ, ଜଙ୍ଗଲରୁ ୨୨ ଶ୍ରଦ୍ଧାଳୁ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3jfwuWo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages