ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୁଲିସ ଏନକାଉଣ୍ଟରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ଭୋରରେ ହୋଇଥିଲା ଏହି ଏନ୍କାଉଣ୍ଟର।
ମିଳିଥିବା ସୂଚନା ଅନୁସାରେ, ବିଶ୍ରା ଅଞ୍ଚଳରେ ଦୁଇ ଜଣ ଅପରାଧୀ ଲୁଚି ରହିଥିବା ରାଉରକେଲା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ତେଣୁ ଏହାର ଏକ ସ୍ପେଶାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅପରାଧୀଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ପୁଲିସ୍କୁ ଦେଖି ଅପରାଧୀମାନେ ଗୁଳି ଚଳାଇ ଥିଲେ। ଏହାର ଜବାବ ଦେବାକୁ ଯାଇ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପୁଲିସ୍ ଗୁଳିରେ ଦୁଇ ଅପରାଧୀ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏହି ଦୁଇ ଅପରାଧୀ ଗତ ମାସ ୧୦ ତାରିଖରେ ରେଲୱେ କଲୋନୀ ହୋଇଥିବା ଗୁଳିମାଡ଼ ଘଟଣାରେ ସଂପୃକ୍ତ ଅଛନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି। ଆଜି ରାଉରକେଲା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅପରାଧୀଙ୍କ ବିଷୟରେ ସବିଶେଷ ତଥ୍ୟ ଦେବେ ବୋଲି ଜଣାପଡ଼ିଛି।
The post ରାଉରକେଲାରେ ଏନ୍କାଉଣ୍ଟର appeared first on Odisha Reporter.
from Odisha Reporter https://ift.tt/3AFRBHx
No comments:
Post a Comment