ମନମୋହନଙ୍କୁ ଦେଖିବାକୁ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ, ଟ୍ୱିଟ କରି ଏମିତି କହିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ମନମୋହନଙ୍କୁ ଦେଖିବାକୁ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ, ଟ୍ୱିଟ କରି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଜ୍ୱର ଓ ଦୁର୍ବଳତା ଯୋଗୁ ଗତକାଲି ଠାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଠାରୁ ସେ ଏମ୍ସରେ ଚିକିତ୍ସିତ ହେଉଥିବାରୁ ଆଜି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କୁ ଦେଖିବାକୁ ଯାଇଛନ୍ତି।

ସେ ମନମୋହନ ସିଂହଙ୍କୁ ଦେଖିବା ସହ ଡାକ୍ତରୀ ଟିମ୍‌ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସେହିପରି ୮୯ ବର୍ଷୀୟ ଶ୍ରୀ ସିଂହ ଆଡମିଟ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, “ମୁଁ ଡ. ମନମୋହନ ସିଂହଜୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି।”

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଶ୍ରୀ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନାରୁ ମୁକୁଳିଥିଲେ ହେଁ ହଠାତ୍‌ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିଲା। ତାଙ୍କୁ ଜ୍ୱର ହେବାର ସହ ସେ ଦୁର୍ବଳ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ଏମ୍ସିକୁ ନିଆଯାଇଥିଲା।

ଏମ୍ସ ପକ୍ଷରୁ କୁହାଯାଇଛି ଯେ ଡା ସିଂହଙ୍କ ଶରୀରରେ ଜ୍ୱର ରହିଛି। ଏବେ ଏହାର ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

The post ମନମୋହନଙ୍କୁ ଦେଖିବାକୁ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ, ଟ୍ୱିଟ କରି ଏମିତି କହିଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3DKpPLX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages