ଏନସିବି ଲକ୍‌ଅପ୍‌ରେ ଆର୍ଯ୍ୟନଙ୍କୁ ମିଳୁଛି ରେଷ୍ଟୁରାଣ୍ଟ ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ଏନସିବି ଲକ୍‌ଅପ୍‌ରେ ଆର୍ଯ୍ୟନଙ୍କୁ ମିଳୁଛି ରେଷ୍ଟୁରାଣ୍ଟ ଖାଦ୍ୟ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଗତ ୩ ଦିନ ହେବ ଏନସିବି କଷ୍ଟଡିରେ ଅଛନ୍ତି ବଲିଉଡର ବାହଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏହି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ସତ ଓଗାରିବାକୁ ଆର୍ଯ୍ୟନଙ୍କୁ  ୭ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି  ।

ଗତ ୩ ଦିନ ହେଲା ଏନସିବି ଲକ୍‌ଅପ୍‌ରେ ଥିବା ଏହି ହାଇ ପ୍ରୋଫାଇଲ୍‌ ଷ୍ଟାର କିଡ୍‌ଙ୍କୁ ଘରୁ ଖାଦ୍ୟ ମଗାଇବାକୁ ଅନୁମତି ମିଳିନି। ଏନସିବି କାର୍ଯ୍ୟାଳୟ ନିକଟରେ ଥିବା ନ୍ୟାସନାଲ ହିନ୍ଦୁ ରେଷ୍ଟୁରାଣ୍ଟରୁ ଅନ୍ୟମାନଙ୍କ ପରି ଆର୍ଯ୍ୟନଙ୍କୁ ମଧ୍ୟ ଖାଦ୍ୟ ମିଳୁଛି। ଦିନକୁ ୨ ଥର ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଯାଇ ସମସ୍ତଙ୍କୁ ଦିଆଯାଉଛି। ସମସ୍ତେ ଏକସଙ୍ଗେ ବସି ଖାଉଥିବା ଜଣାଯାଇଛି।

ସବୁବେଳେ ସାଙ୍ଗଙ୍କ ସହ ପାର୍ଟିରେ ଫୁଲ୍‌ ମସ୍ତି କରୁଥିବା ଏହି ଷ୍ଟାର କିଡ ଏନସିବି ଲକ୍‌ଅପ୍‌ରେ  ବୋର୍‌ ହୋଇଯାଉଛନ୍ତି। ଏପରିକି ତାଙ୍କ ଫୋନ୍‌କୁ ଏନସିବି ଜବତ କରିନେଇଥିବା ବେଳେ ଟାଇମ୍‌ ପାସ୍‌ କରିବାକୁ ସେ ସାଇନ୍ସ ବହି ମଗାଉଛନ୍ତି । ଏନସିବି ଅଧିକାରୀ ମଧ୍ୟ  ଶାହରୁଖଙ୍କ ଗେହ୍ଲା ପୁଅକୁ ତାଙ୍କ ଡିମାଣ୍ଡ ମୁତାବକ ବହି ଯୋଗାଇ ଦେଇଛନ୍ତି।

ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇ ଆର୍ଯ୍ୟନଙ୍କ ସମେତ ଅନ୍ୟମାନଙ୍କୁ  ବାନ୍ଧିବା ସହ ସେମାନଙ୍କ ମୋବାଇଲକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କ ହ୍ୱାଟସ୍‌ ଆପ୍‌ ଚାର୍ଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାରୁ ଏହାକୁ ଯାଞ୍ଚ ପାଇଁ ଗାନ୍ଧୀନଗରରେ ଥିବା ଦେଶର ସବୁଠୁ ବଡ଼ ଫରେନସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଏନସିବି ହାତରେ ଲାଗିଥିବା ସୁରାଗ ଆଧାରରେ ଆଗାମୀ ଦିନରେ ଆହୁରି ବଡ଼ ଖୁଲାସା ହେବ ବୋଲି ଶୁଣିବାକୁ ମିଳୁଛି।

The post ଏନସିବି ଲକ୍‌ଅପ୍‌ରେ ଆର୍ଯ୍ୟନଙ୍କୁ ମିଳୁଛି ରେଷ୍ଟୁରାଣ୍ଟ ଖାଦ୍ୟ appeared first on Odisha Reporter.



from Odisha Reporter https://ift.tt/3ad8Tkd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages