ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ଉତ୍ତର ତ୍ରିପୁରା ଅନ୍ତର୍ଗତ ସୁରମାରୁ ବିଧାୟକ ହୋଇଥିବା ଆଶିଷ ଦାସ ବିଜେପି ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ଦଳ ଛାଡ଼ିବା ସମ୍ପର୍କରେ ଘୋଷଣା କରିବା ପୂର୍ବରୁ କୋଲକାତାର କାଳୀଘାଟ ମନ୍ଦିରରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ।
ବିଜେପିକୁ ତ୍ରିପୁରାରେ ଗାଦିଚ୍ୟୁତ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଲଣ୍ଡା ହେବା ପରେ ଆଶିଷ କହିଛନ୍ତି। ଏଥିସହ ସେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି। ଏହାର ଅର୍ଥ ସେ ଟିଏମସିରେ ମିଶିବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ମମତା ବାନାର୍ଜୀ ମା’, ମାଟି ଓ ମନୁଷର ଅସଲି ନେତା। ଭବିଷ୍ୟତରେ ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ହେଲେ ଏହା ସମଗ୍ର ବଙ୍ଗଳା ପାଇଁ ଗର୍ବର ବିଷୟ ହେବ ବୋଲି ବିଜେପି ଛାଡ଼ିବା ପରେ ଆଶିଷ ସର୍ବସମ୍ମୁଖରେ କହିଛନ୍ତି। ସେ ଆହୁରି କହିଛନ୍ତି, “ମମତା ବାନାର୍ଜୀ ଯେଉଁଭଳି ଭବାନୀପୁରରେ ରେକର୍ଡ ବିଜୟ ହାସଲ କଲେ, ସେଥିରୁ ତାଙ୍କ ଲୋକପ୍ରିୟତା ସ୍ପଷ୍ଟ ହେଉଛି।
ସେ ଦିନେ ସମଗ୍ର ଦେଶର ନେତୃତ୍ୱ ନେବେ। ବିରୋଧୀ ମେଣ୍ଟର ଚେହେରା ପାଇଁ ମମତା ସଂପୂର୍ଣ୍ଣ ଯୋଗ୍ୟ। ଦେଶର ସ୍ୱାଧୀନତାରେ ବେଙ୍ଗଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ରାଜନୀତିକ ଦୃଷ୍ଟିକୋଣରୁ ବେଙ୍ଗଲକୁ ସେଭଳି ପରିଚୟ ମିଳିନି। ଯଦି ମମତା ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି, ତା’ହେଲେ ବେଙ୍ଗଲ ସହ ନ୍ୟାୟ ହୋଇପାରିବ।”
Tripura BJP MLA Ashish Das performs havan & tonsures head at Kalighat Kali Temple in Kolkata
“I’m quitting BJP today. I had talks with TMC. More BJP MLAs may leave the party in coming days,” says Ashish Das pic.twitter.com/ZSY9DbrX7N
— ANI (@ANI) October 5, 2021
ବିଜେପିକୁ ମଧ୍ୟ ଏହି ସମୟରେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଆଶିଷ। ସେ କହିଛନ୍ତି, ବିଜେପି କେବଳ ରାଜନୀତିକ ଅସ୍ଥିରତା ଓ ବିବାଦ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ତ୍ରିପୁରାରେ ବିଜେପି ସରକାରର କାର୍ଯ୍ୟରେ ଲୋକମାନେ ଅସନ୍ତୁଷ୍ଟ। ତେଣୁ ସେ ବାଧ୍ୟ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଥିସହ ଆଗକୁ ଆହୁରି ଅନେକ ବିଜେପି ବିଧାୟକ ଦଳ ଛାଡ଼ିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
The post ଯଜ୍ଞ କଲେ, ଲଣ୍ଡା ହେଲେ, ତା’ପରେ ବିଜେପି ଛାଡ଼ିଲେ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3Dkrx6t
No comments:
Post a Comment