ପଡ଼ୋଶୀଙ୍କ ଅତର୍କିତ ଛୁରା ମାଡ଼ରେ ୨ ଜଣଙ୍କ ଜୀବନ ଗଲା, ଆଉ ୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ପଡ଼ୋଶୀଙ୍କ ଅତର୍କିତ ଛୁରା ମାଡ଼ରେ ୨ ଜଣଙ୍କ ଜୀବନ ଗଲା, ଆଉ ୪ ଆହତ

ଥାଣେ: ପଡ଼ୋଶୀଙ୍କ ଅତର୍କିତ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ଆଉ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ମହାରାଷ୍ଟ୍ର ନିକଟ ଭିୱାଣ୍ଡିରରେ ଏପରି ଭୟଙ୍କର ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଆକ୍ରମଣକାରୀ ୪୫ ବର୍ଷୀୟ ମହମ୍ମଦ ଅନସରୁଲ ହକ ଲୁକମାନ ଅନସାରୀଙ୍କୁ ଗିରଫ କରିଛି।

ଶାନ୍ତି ନଗର ପୁଲିସ୍‌ ଷ୍ଟେସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ଆଇପିସିର ବିଭିନ୍ନ ଧାରା ଓ ଜୁଭେନାଇଲ ଜଷ୍ଟିସ ଆଇନ ଅନୁସାରେ ତାଙ୍କ ନାଁରେ ମାମଲା କରାଯାଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ କମରୁଜମା ଅନସାରୀ ଓ ଇମତିଆଜ ମହମ୍ମଦ ଜୁବେର ଖାନ। ଆହତ ୩ ଶିଶୁଙ୍କ ସମେତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ କମରୁଜମା ଅନସାରୀଙ୍କ ପରିବାରର ସଦସ୍ୟ।

ମିଳିଥିବା ସୂଚନା ଅନୁଯାୟୀ, କମରୁଜମା ଅନସାରୀଙ୍କ ପରିବାରର ଜଣେ ମହିଳା କିଛି ଦିନ ତଳେ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଆଜି ସକାଳେ ଏହି ଘଟଣାକୁ ନେଇ ହଠାତ୍‌ ମହମ୍ମଦ ରକ୍ତମୁଖା ହୋଇ ଉଠିଥିଲା।

ସେ ଗୋଟିଏ ଛୁରୀ ଦ୍ୱାରା କମରୁଜମା ଅନସାରୀଙ୍କ ଘର ଲୋକଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ସେ କମରୁଜମା ଅନସାରୀଙ୍କୁ ଆକ୍ରମଣ କରିଥିଲେ। ଏହାକୁ ଆଉ ଜଣେ ପଡ଼ୋଶୀ ଇମତିଆଜ ବିରୋଧ କରିବାରୁ ମହମ୍ମଦ ତାଙ୍କୁ ମଧ୍ୟ ଛୁରୀ ଭୁସିବାକୁ ପଛାଇ ନଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଆକ୍ରମଣରେ କମରୁଜମା ଅନସାରୀଙ୍କ ପରିବାରର ୪ ଜଣ ସଦସ୍ୟ ମଧ୍ୟ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ମଧ୍ୟ ମହମ୍ମଦର ଛୁରା ମାଡ଼ରୁ ବର୍ତ୍ତି ନଥିଲେ। ତେବେ ସେମାନେ ଅଳ୍ପକେ ମୃତ୍ୟୁ ମୁଖକୁ ବର୍ତ୍ତି ଯାଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେଣୁ ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

The post ପଡ଼ୋଶୀଙ୍କ ଅତର୍କିତ ଛୁରା ମାଡ଼ରେ ୨ ଜଣଙ୍କ ଜୀବନ ଗଲା, ଆଉ ୪ ଆହତ appeared first on Odisha Reporter.



from Odisha Reporter https://ift.tt/3mrK0Z6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages