ଆଉ ନାହାନ୍ତି ୟୁସୁଫ ହୁସେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ଆଉ ନାହାନ୍ତି ୟୁସୁଫ ହୁସେନ

ମୁମ୍ବାଇ: ବଲିଉଡ ତଥା ଛୋଟ ପରଦାର ଜଣାଶୁଣା ଚେହେରା ୟୁସୁଫ ହୁସେନ ଆଉ ନାହାନ୍ତି। ଆଜି ଭୋର ପ୍ରାୟ ୩ଟାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।  ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ୟୁସୁଫ ହୁସେନଙ୍କ ଜ୍ୱାଇଁ ତଥା ଡାଇରେକ୍ଟର ହଂସଲ ମେହେତା ଏ ସମ୍ପର୍କରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇ ଗଭୀର ଶୋକ ପ୍ରକଟ କରିଛନ୍ତି।  ହଂସଲ ମେହେତା ଟ୍ୱିଟ କରିଛନ୍ତି, ମୋ ଶ୍ୱଶୁର ତଥା ବାପା ସମାନ ଜଣାଶୁଣା ପ୍ରଡ୍ୟୁସର ତଥା ଆକ୍ଟର ୟୁସୁଫ ହୁସେନଙ୍କ ଦେହାନ୍ତ ହୋଇଯାଇଛି। ମୁଁ ସତରେ ଅନାଥ ହୋଇଗଲି। ଜୀବନ ଆଉ ଆଗ ପରି ରହିବ ନାହିଁ। ଗତ ରାତି ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ୟୁସୁଫଙ୍କୁ ମନେ ପକାଇ ହଁସଲ ମେହେତା ଟ୍ୱିଟ କରିଛନ୍ତି,  ମୋ ଜୀବନରେ ଏପରି ସମୟ ଆସିଥିଲା, ଯେବେ କି ଫିଲ୍ମମେକର ଭାବେ ମୋ କ୍ୟାରିଅର ଶେଷ ହେବାକୁ ବସିଥିଲା। ସେତେବେଳେ ୟୁସୁଫ ହୁସେନ ମୋ ପାଖରେ ପହଞ୍ଚି  ତାଙ୍କ ନିକଟରେ ଏକ ଫିକ୍ସ ଡିପୋଜିଟ ଥିବା କହିଥିଲେ। ଏଥିସହ  ତୁମ ସମସ୍ୟା ସମୟରେ କାମରେ ନ ଆସିଲେ ତାହା ମୋର କି କାମରେ ଲାଗିବ ବୋଲି କହିଥିଲେ।   ୟୁସୁଫ ତାଙ୍କ ପାଇଁ ପିତା ସମାନ ଥିଲେ ବୋଲି କହିଛନ୍ତି ହଁସଲ ମେହେତା।  ୟୁସୁଫଙ୍କ ଝିଅ ସଫିନା ହୁସେନଙ୍କୁ ହଁସଲ ମେହେତା ବିବାହ କରିଥିଲେ।

ୟୁସୁଫ ହୁସେନ ଟେଲିଭିଜନ ଜଗତରେ ସଫଳତା ପାଇବା ପରେ ୨୦୦୨ ମସିହାରେ ବଲିଉଡରେ ପାଦ ଥାପିଥିଲେ। ‘ଅବ କେ ବରଷ’ ଫିଲ୍ମ ଜରିଆରେ ସେ ବଡ଼ ପରଦାରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ  ରଇସ୍, ଧୁମ୍-୨, ଦିଲ୍ ଚାହାତା ହେ, ରାଜ୍, ସାହିଦ୍, ଓଃ ମାଇ ଗଡ୍, ଦବଙ୍ଗ-୩  ଆଦି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ି ଦେଇଛନ୍ତି।

The post ଆଉ ନାହାନ୍ତି ୟୁସୁଫ ହୁସେନ appeared first on Odisha Reporter.



from Odisha Reporter https://ift.tt/3CpqHoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages