ମୁମ୍ବାଇ: ଅକ୍ଟୋବର ୨୬ ତାରିଖ ଯାଏଁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ରହିବେ ବଲିଉଡ୍ ଷ୍ଟାର୍ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। କାରଣ ତାଙ୍କ ଜାମିନ୍ ଆବେଦନ ଉପରେ ଆସନ୍ତା ମଙ୍ଗଳବାର (ଅକ୍ଟୋବର ୨୬) ଶୁଣାଣି ହେବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ।
ବୁଧବାର ଦ୍ୱିତୀୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ମୁମ୍ବାଇର ଏକ ସ୍ପେଶାଲ୍ କୋର୍ଟ। ଏହା ପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଏନେଇ ମଙ୍ଗଳବାର ଶୁଣାଣି କରାଯିବା ବୋଲି ଆଜି ହାଇକୋର୍ଟ କହିଛନ୍ତି।
ଅନ୍ୟପକ୍ଷରେ ଆଜି ଆର୍ଥର ରୋଡ୍ ଜେଲ୍ରେ ପୁଅ ଆର୍ଯ୍ୟନଙ୍କୁ ଭେଟିଛନ୍ତି ଶାହରୁଖ। ଆଜି ସକାଳେ ସେ ସେଠାକୁ ଯାଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ସେ ସାକ୍ଷାତକାର ପ୍ରକୋଷ୍ଠରେ ପୁଅ ସହିତ ଇଣ୍ଟରକମ୍ରେ କଥାବାର୍ତ୍ତା ହୋଇଥିଲେ। ସେତେବେଳେ ସେଠାରେ ଜେଲ୍ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଏହା ପରଠୁ ପ୍ରାୟ ୩ ସପ୍ତାହ ହେବ ଜେଲ୍ରେ ଥିବା ଆର୍ଯ୍ୟନଙ୍କ ସହିତ ତାଙ୍କ ବାପା ଶାହରୁଖ ଖାଁ ଓ ମା’ ଗୌରୀ ଖାଁ ଭିଡିଓ କଲ୍ ଯୋଗେ ଗତ ଶୁକ୍ରବାର କଥାବାର୍ତ୍ତା ହୋଇଥିଲେ। କରୋନା ଯୋଗୁ ମହାରାଷ୍ଟ୍ରରେ କୌଣସି ଜେଲ୍ରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସଂପର୍କୀୟ ମାନେ ଭେଟିବା ଉପରେ କଟକଣା ଜାରି ହୋଇଥିଲା। ସେଥିପାଇଁ ଭିଡିଓ କଲ୍ରେ ସଂପର୍କୀୟଙ୍କ ସହିତ କଥାବାର୍ତ୍ତା ହେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଆଜି ଠାରୁ ସାରା ରାଜ୍ୟରେ ଏହି କଟକଣାକୁ ହଟାଇ ଦିଆଯାଇଛି।
The post ୨୬ ପର୍ଯ୍ୟନ୍ତ ଜେଲ୍ରେ ରହିବେ ଶାହରୁଖ ଖାଁଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/3C2vBIe
No comments:
Post a Comment