ଭୋପାଲ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଚାଷ ଜମିରେ ପଡିଯାଇଛି। ଏଥିରେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଏହି ବିମାନଟିକୁ ଜଣେ ଟ୍ରେନି ପାଇଲଟ ଉଡାଉଥିଲେ।
ଭିଣ୍ଡଠାରୁ ପ୍ରାୟ ୬ କିଲୋମିଟର ନୂର ଏକ ଖାଲି ଚାଷ ଜମିରେ ବାୟୁସେନାର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି। ଧ୍ୱଂସାବଶେଷରୁ ଧୂଆଁ ବାହାରୁଛି। ପୁଲିସର ଏକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଚାରିଆଡେ କର୍ଡନ୍ ତିଆରି କରିଛି। ବିମାନର ଆଗ ଭାଗର ଅଧା ମାଟି ଭିତରେ ପୋତି ହୋଇ ରହିଛି।
ଏହି ଦୁର୍ଘଟଣାରେ ବିମାନ ଉଡ଼ାଉଥିବା ଲେଫ୍ଟନାଣ୍ଟ ଅଭିଲାଶ ସୁରକ୍ଷିତ ଅଛନ୍ତି। ସେ ବିମାନ ଭିତରକୁ କିଭଳି ସୁରକ୍ଷିତ ଭାବେ ପାରାସୁଟ୍ ଜରିଆରେ ବାହାରୁ ଆସିଥିଲେ ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନା ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଟୁଇଟ୍ କରି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
IAF ର ମିରାଜ 2000 ବିମାନ ଆଜି ସକାଳେ ସେଣ୍ଟ୍ରାଲ ସେକ୍ଟରରେ ଟ୍ରେନିଂ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରିଥିଲା। ତେବେ ପାଇଲଟ ଦୁର୍ଘଟଣାରେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।
Madhya Pradesh | Indian Air Force's trainer aircraft crashes in Bhind, pilot injured: Bhind SP Manoj Kumar Singh
Details awaited pic.twitter.com/nOlCRGU1D5
— ANI (@ANI) October 21, 2021
स्थानीय लोगों के मुताबिक कुछ इस तरह भारतीय वायु सेना के पायलट सकुशल रहे #Bhind pic.twitter.com/Wlxgk1Ru55
— Anurag Dwary (@Anurag_Dwary) October 21, 2021
The post ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ appeared first on Odisha Reporter.
from Odisha Reporter https://ift.tt/3nbltXj
No comments:
Post a Comment