LACରେ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

LACରେ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଏବେ ଡରିବ ଡ୍ରାଗନ। ଚୀନ୍‌କୁ ମୁହଁତୋଡ ଜବାବ ଦେବ ଭାରତ। ଅରୁଣାଚଳ ପ୍ରଦେଶ ଏଲ୍‌ଏସିରେ ବୋଫର୍ସ ଗନ୍‌ ମୁତୟନ କଲା ଭାରତ। M-777 ହ୍ୱାଇଜର୍ ଏବଂ ସ୍ୱିଡିଶ୍ ବୋଫର୍ସ ବନ୍ଧୁକ ବ୍ୟତୀତ ଉଚ୍ଚ ପର୍ବତାଞ୍ଚଳରେ ଭାରତ ପକ୍ଷରୁ L-70 ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ମୁତୟନ କରାଯାଇଛି।

ସେନା ସୂତ୍ରରୁ ପ୍ରକାଶ ଯେ ଦୁଇ ମାସ ପୂର୍ବେ L-70 ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ମୁତୟନ କରାଯାଇଥିଲା। ଏହାକୁ ନିୟୋଜିତ କରିବାର ଉଦ୍ଦେଶ୍ୟ ହେଉଛି, ପୂର୍ବ ଲଦାଖରେ ବିବାଦ ପରେ ଚୀନ୍‌ର ଆକ୍ରମଣାତ୍ମକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବା।

ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ସେନା କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ୍ ନୁହେଁ। ଭାରତୀୟ ସେନା ପୂର୍ବରୁ ପୂର୍ବ ସେକ୍ଟରରେ ବହୁ ସଂଖ୍ୟକ ବୋଫର୍ସ ଏବଂ ହାୱିଜର ବନ୍ଧୁକ ନିୟୋଜିତ କରିସାରିଛି। ସେଗୁଡିକ ଭାରତର ଫାୟାର ପାୱାରର ମେରୁଦଣ୍ଡ ବୋଲି କୁହଯାଏ। କେବଳ ଏତିକି ନୁହେଁ ଚୀନ୍ ସହ ବିବାଦ ପରେ ଭାରତ ତା’ର ସେନା ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି।

ସୈନ୍ୟ ଅଧିକାରୀ ମୁତାବକ, LAC ସହିତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ବ୍ୟତୀତ ଅରୁଣାଚଳ ପ୍ରଦେଶର ଅନେକ ପ୍ରମୁଖ ସ୍ଥାନରେ ଆଣ୍ଟି-ଏୟାରକ୍ରାଫ୍ଟ ଗନ୍‌ ନିୟୋଜିତ କରାଯାଇଛି। ଏହାଦ୍ୱାରା ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଜବୁତ ହୋଇଛି। ଆର୍ମି ଏୟାର ଡିଫେନ୍ସର କ୍ୟାପଟେନ ସାରିଆ ଅବ୍ବାସି କହିଛନ୍ତି ଯେ L-70 ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକର ସମସ୍ତ ପ୍ରକାର ମାନବ ବିହୀନ ଯାନ, ମାନବବିହୀନ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଆଧୁନିକ ବିମାନକୁ ଟାର୍ଗେଟ କରିପାରିବା କ୍ଷମତା ରହିଛି।

ସେପଟେ ଏଏନ୍ଆଇ ସୂତ୍ର ଅନୁଯାୟୀ, ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ ଚୀନ୍ ସୀମାରେ କଡ଼ା ନଜର ରଖିଛି। ଚୀନ୍‌ର କିଛି ବି ଚାଲ୍‌ବାଜିର ମୁହଁତୋଡ଼ ଜବାବ ଦେବା ଲାଗି ଭାରତୀୟ ସେନା ପୁରା ପ୍ରସ୍ତୁତ ହୋଇ ରହିଛି। ଏହି ଦୃଷ୍ଟିରୁ ଏଲ୍ଏସିରେ ଏହି ବୋଫୋର୍ସ ଗନ୍‌ ଗୁଡ଼ିକୁ ମୁତୟନ କରାଯାଇଛି।

ବୋଫୋର୍ସ ଗନ୍‌ କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଇଁ ବରଦାନ ପାଲଟିଥିଲା। ଏହି ଗନ୍‌ ଦ୍ୱାରା କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଭାରତ ଧୂଳି ଚଟାଇଥିଲା। ବୋଫୋର୍ସ ଗନ୍‌ ଏପରି ଏକ ଗନ୍‌ ଯାହା କମ୍ ତାପମାତ୍ରାରେ ମଧ୍ୟ ଭଲ କାର୍ଯ୍ୟକ୍ଷମ ହୋଇଥାଏ। ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି। ଏହାର ଓଜନ ଅନ୍ୟ ଗନ୍‌ ତୁଳନାରେ ହାଲୁକା ହୋଇଥିବାରୁ ଯୁଦ୍ଧ ଭୂମିରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ସହଜ ହୋଇଥାଏ।

The post LACରେ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବ ଭାରତ appeared first on Odisha Reporter.



from Odisha Reporter https://ift.tt/3vuaqwa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages