ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ କାଞ୍ଜିପାଣି ରାସ୍ତାର କାଞ୍ଜିପାଣି ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ସୁରକ୍ଷା ପାଇଁ ଥିବା ଏକ କଂକ୍ରିଟ ବାଡାରେ ପିଟି ହୋଇ ଓଲଟି ପଡ଼ିଛି। ଦୁର୍ଘଟଣାରେପାଞ୍ଚ ବର୍ଷର ଶିଶୁ ସମେତ ଚାରିଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଅଟୋ ଡ୍ରାଇଭର ବଳରାମ ଜୁଆଙ୍ଗ, ରଶବତୀ ଦେହୁରୀ, ଜଗତା ଜୁଆଙ୍ଗ ଓ ପାଞ୍ଚବର୍ଷର ଶିଶୁ ଜିତେନ୍ଦ୍ର ଜୁଆଙ୍ଗ।
ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ହେଲେ ଅଟୋ ଡ୍ରାଇଭର ଓ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅଟୋଟି ଚାରି ଜଣ ଯାତ୍ରୀଙ୍କୁ ନେଇ କାଞ୍ଜିପାଣିରୁ ପିଟାନାଳିକୁ ଫେରୁଥିଲା। ଏହି ସମୟରେ କାଞ୍ଜିପାଣି ଘାଟିରେ ଅଟୋଟି ଭାରସାମ୍ୟ ହରାଇ ସୁରକ୍ଷା ପାଇଁ ଥିବା ଏକ କଂକ୍ରିଟ ବାଡାରେ ପିଟି ହୋଇ ଓଲଟି ପଡିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଅଟୋରେ ଡ୍ରାଇଭର ସମେତ ପାଞ୍ଚ ଜଣ ଥିଲେ। ତେବେ ସେମାନଙ୍କ ଭିତରରୁ ଜଣଙ୍କର କିଛି ହୋଇନଥିବା ଜଣାପଡ଼ିଛି।
The post କଂକ୍ରିଟ ବାଡାରେ ପିଟି ହୋଇ ଓଲଟି ପଡ଼ିଲା ଅଟୋ appeared first on Odisha Reporter.
from Odisha Reporter https://ift.tt/3Cmot9z
No comments:
Post a Comment