ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: କିରଣ ଗୋସାଭି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: କିରଣ ଗୋସାଭି ଗିରଫ

ମୁମ୍ବାଇ: ବନ୍ଧା ହେଲେ କିରଣ ଗୋସାଭି। ମୁମ୍ବାଇ ଡ୍ରଗ୍ସ ପାର୍ଟିରେ ଚଢ଼ାଉ ବେଳେ ଆର୍ଯ୍ୟନ୍‌ ଖାନ୍‌ଙ୍କ ହାତ ଧରି ନେଇଯାଉଥିବା ଏବଂ ତାଙ୍କ ସହ ସେଲ୍ଫି ଉଠାଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଆଜି ପୁଣେ ପୁଲିସ ଗିରଫ କରିଛି। ମହାରାଷ୍ଟ୍ର ପୁଣେ ପୁଲିସ୍ ଗୋସାଭିଙ୍କୁ ନିଜ ହେପାଜତରେ ରଖିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପୁଣେ ପୁଲିସ୍ କମିଶନର ଅମିତାଭ ଗୁପ୍ତା।

ତାଙ୍କୁ ପୁଣେ ପୁଲିସ୍ ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି। ହେଲେ ମୁମ୍ବାଇରେ ଥିବା ମାମଲାରେ ତାଙ୍କୁ ହସ୍ତାନ୍ତର କରାଯିବ ନା ନାହିଁ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନି। ତାଙ୍କୁ ପୁଣେର ଖରାସଖାନା ଥାନାରେ ରଖାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। କିରଣ ଗୋସାଭିଙ୍କୁ ଗିରଫ କରିବା ପାଇଁ ପୂର୍ବରୁ ପୁଲିସ ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା। ଏଥିସହ ଦୁଇଟି ଟିମ୍‌ ମଧ୍ୟ ଗଠନ ହୋଇଥିଲା।

ପୁଲିସ ମୁତାବକ, ୨୦୧୮ରେ କିରଣ ଏବଂ ଶେରବାନୋ କୁରେଶି ନାମକ ଜଣେ ବ୍ୟକ୍ତି ପୁଣେର ଚିନ୍ମୟ ଦେଶମୁଖ ନାମକ ଜଣେ ଯୁବକଙ୍କୁ  ମାଲେସିଆରେ ଚାକିରି କରାଇଦେବାକୁ କହି ତାଙ୍କୁ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଣେ ପୁଲିସ ପୂର୍ବରୁ ଶରବାନୋ କୁରେଶିଙ୍କୁ ମୁମ୍ବାଇରୁ ଗିରଫ କରିସାରିଥିବା ବେଳେ ଆଜି ଗୋସାଭିଙ୍କୁ ଗିରଫ କରାଯାଇଛି।

ଗିରଫ ହେବା ପରେ ଗୋସାଭି ଏକ ଭିଡିଓ ରିଲିଜ୍ କରିଛି। ଯେଉଁଥିରେ ୨୫ କୋଟି ଡିଲ୍ ଅଭିଯୋଗକୁ ଖଣ୍ଡନ କରିଛି ଗୋସାଭି। ପ୍ରଭାକର ସାଲେ ଓ ତାଙ୍କ ଭାଇଙ୍କ ଫୋନ୍ ରେକର୍ଡ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି।

କ୍ରୁଜ ଡ୍ରଗସ୍ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍ ଗିରଫ ହେବା ପରେ ତାଙ୍କ ସହ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ କିରଣ ଗୋସାଭି। ଆର୍ଯ୍ୟନଙ୍କୁ ମୁକ୍ତ କରିବାକୁ ଶାହରୁଖଙ୍କ ମ୍ୟାନେଜର ସହ ୨୫ କୋଟି ଡିଲ୍ ଅଭିଯୋଗରେ ଗୋସାଭି ମୁଖ୍ୟ ଅଭିଯୁକ୍ତା କିରଣ ଗୋସାଭି ହେଉଛନ୍ତି ଏନ୍‌ସିବିର ସାକ୍ଷୀ। ତେବେ ତାଙ୍କୁ ସାକ୍ଷୀ କରିବା ନେଇ ମଧ୍ୟ ଏବେ ଏନ୍‌ସିବି ଉପରେ ପ୍ରଶ୍ନ ଉଠିଛି।

ସେ ଦୁଇ ଦିନ ତଳେ ଉତ୍ତରପ୍ରଦେଶରେ ଆତ୍ମ ସମର୍ପଣ କରିବାକୁ ଚେଷ୍ଟା କରିଥିଲେ। ନିଜକୁ ପୁଣେରେ ସୁରକ୍ଷିତ ମଣୁ ନାହାନ୍ତି ବୋଲି କିରଣ ଗୋସାଭି କହିଥିଲେ।

The post ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: କିରଣ ଗୋସାଭି ଗିରଫ appeared first on Odisha Reporter.



from Odisha Reporter https://ift.tt/3blmfM1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages