ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯ ଟପିଲା

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ଲଗାମ। ଦୁଇ ଦିନ ପରେ ପୁଣି ପଡିଲା ମଙ୍ଗା ମାଡ। ଲଗାତର ପେଟ୍ରୋଲ ଡିଜେଲ ଦାମ ବଢ଼ି ଚାଲିଛି। ଆଜି ପୁଣି ୩୫ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୨୫ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ବିକ୍ରି ହେଉଛି।

ସେପଟେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୮.୨୯ ଓ ଡିଜେଲ୍‌ ଲିଟର୍‌ ପିଛା ଟ. ୯୭.୦୨ରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୧୪.୧୪ ଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୫.୧୨ରେ ବିକ୍ରି ହେଉଛି।

ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୫.୧୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୧.୨୫ରେ ପହଞ୍ଚିଛି। ସେହିପରି କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୮.୭୮ ଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୦.୧୪ରେ ବିକ୍ରି ହେଉଛି।

ସୂଚନା ମୁତାବକ ୨୦୨୦ ମେ’ ୫ ତାରିଖ ଠାରୁ ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍‌ ୩୫ ଟଙ୍କା ୯୮ ପଇସା ପ୍ରତି ଲିଟର ବୃଦ୍ଧି ହୋଇଛି। ସେହିପରି ଡିଜେଲ ଦାମ୍‌ ମଧ୍ୟ ୨୬ ଟଙ୍କା ୫୮ ପଇସା ପ୍ରତି ଲିଟର ବଢ଼ିଛି।  ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆନ୍ତର୍ଜାତୀୟ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ୧୯ଡଲାର ପର୍ଯ୍ୟନ୍ତ ଗ୍ରାହକଙ୍କୁ ହେଉଥିବା ଲାଭ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ଆନ୍ତର୍ଜାତୀୟ ମୂଲ୍ୟ ବ୍ୟାରେଲ ପିଛା ୮୫ ଡଲାରକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୧.୯୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩୧.୮୦ ଟଙ୍କା ରହିଛି।

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦର ଭିନ୍ନ ଭିନ୍ନ ରହିଥାଏ।

The post ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯ ଟପିଲା appeared first on Odisha Reporter.



from Odisha Reporter https://ift.tt/2ZvZXEr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages