ଶେଷରେ ଜିତିଲା ହାଇଦ୍ରାବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

ଶେଷରେ ଜିତିଲା ହାଇଦ୍ରାବାଦ

ଦୁବାଇ: ଚଳିତ ଆଇପିଏଲରେ କ୍ରମାଗତ ହାରି ଚାଲିଥିବା ସନ ରାଇଜର୍ସ ହାଇଦ୍ରାବାଦ ଶେଷ ବିଜୟର ସ୍ୱାଦ ଚାଖିଛି। ବୁଧବାର ବୁଧବାର ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରୋମାଞ୍ଚକର ଢଙ୍ଗରେ ୪ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଛି। ଏହା ଚଳିତ ଆଇପିଏଲରେ ହାଇଦ୍ରାବାଦର ୧୩ତମ ମ୍ୟାଚ୍‌ରେ ୩ୟ ବିଜୟ।

ହାଇଦ୍ରାବାଦ ପୂର୍ବରୁ ହିଁ ପ୍ଲେଅଫରୁ ବାଦ ପଡ଼ିଛି। ହେଲେ ଦଳର ଏପରି ବିଜୟ ଆରସିବିକୁ ନିରାଶ କରିଛି। କାଲିର ମ୍ୟାଚ୍‌ ଜିତିଥିଲେ ଦଳର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ଯାଇଥାଆନ୍ତା। ଏବେ ଆରସିବି ପୂର୍ବ ଭଳି ୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୪୧ ରନ୍‌ କରିଥିଲା। ହେଲେ ଆରସିବି ୬ ୱିକେଟ ହରାଇ କେବଳ ୧୩୭ ରନ୍‌ କରିପାରିଛି। ଶେଷ ଓଭର୍‌ରେ ଦଳକୁ ଜିତିବା ପାଇଁ ୧୩ ରନ୍‌ର ଦରକାର ଥିବା ବେଳେ ଏବି ଡିଭିଲିୟର୍ସ କେବଳ ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ହାଇଦ୍ରାବାଦ ମ୍ୟାଚ୍‌କୁ ୪ ରନ୍‌ରେ ଜିତି ନେଇଛି।

୧୪୨ ରନ୍‌ର ଟାର୍ଗେଟ ପାଇଥିବା ଆରସିବି ପ୍ରଥମ ଓଭର୍‌ରେ ହିଁ ଅଧିନାୟକ ବିରାଟ କୋହଲି(୫)ଙ୍କୁ ହରାଇଥିଲା। ପ୍ରମୋସନ ପାଇ ଡାନିଏଲ ଖ୍ରୀଷ୍ଟିଆନ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ସେ କେବଳ ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ବିରାଟଙ୍କ ୱିକେଟ ଭୁବନେଶ୍ୱର କୁମାର ଓ ଖ୍ରୀଷ୍ଟିଆନଙ୍କ ୱିକେଟ ସିଦ୍ଧାର୍ଥ କୌଲ ନେଇ ଆରସିବି ଉପରେ ଚାପ ସୃଷ୍ଟି କରିଥିଲେ।

ଦଳ ୧୮ ରନ୍‌ରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ୪ନଂରେ ଆସିଥିବା ଏସ ଭରତ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ତାଙ୍କୁ ୧୨ ରନ୍‌ରେ ଆଉଟ କରି ଉମରନ ମାଲିକ ଆରସିବିକୁ ତୃତୀୟ ଝଟକା ଦେଇଥିଲେ। ଏହାପରେ ଇନଫର୍ମ ଗ୍ଲେନ ମ୍ୟାକ୍ସୱେଲ ଓ ଦେବଦତ୍ତ ପାଡିକଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୪.୧ ଓଭର୍‌ରେ ୯୨ରେ ପହଞ୍ଚାଇଥିଲେ।

ମ୍ୟାକ୍ସୱେଲ ଭଲ ଲୟରେ ଥିବା ବେଳେ କ୍ରମାଗତ ବଡ଼ ଶଟ ମଧ୍ୟ ଖେଳୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେ ରନ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୨୫ ବଲ୍‌ରେ ୨ ଛକା ଓ ୩ ଚୌକା ବଳରେ ୪୦ ରନ୍‌ର ଇନିଂସ ଖେଳିଥିଲେ। ମ୍ୟାକ୍ସୱେଲ ଆଉଟ ହେବାର କିଛି ସମୟରେ ପାଡିକଲଙ୍କୁ ରଶିଦ ଖାନ୍‌ ଆଉଟ କରି ଆରସିବିକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ତେବେ ଡିଭିଲିୟର୍ସ କ୍ରିଜ୍‌ରେ ଥିବାରୁ ଆରିସିବି ମ୍ୟାଚ୍‌ ଜିତି ନେବ ବୋଲି ସମସ୍ତେ ଆଶା କରିଥିଲେ। ଶହବାଜ ଅହମଦଙ୍କ ସହ ମିଶି ଡିଭିଲିୟର୍ସ ସବୁ ଦାୟିତ୍ୱ ନିଜ କାନ୍ଧକୁ ମଧ୍ୟ ନେଇଥିଲେ। କିନ୍ତୁ ଅହମଦ ୯ ବଲ୍‌ରେ ୧୩ ରନ୍‌ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ ଆଉଟ ହେବା ପରେ ଆରସିବି ଚାପ ଅନୁଭବ କରିଥିଲା।

ଶେଷ ଓଭର୍‌ରେ ଦଳକୁ ୧୩ ରନ୍‌ ଦରକାର ଥିବା ବେଳେ ଡିଭିଲିୟର୍ସ ୪ର୍ଥ ବଲ୍‌ରେ ଭୁବନେଶ୍ୱର କୁମାରଙ୍କୁ ଛକା ମଧ୍ୟ ମାରିଥିଲେ। ଏହାର ପରବର୍ତ୍ତୀ ବଲରେ କୌଣସି ରନ୍‌ ନ ହେବାରୁ ଦଳକୁ ଶେଷ ବଲ୍‌ରେ ୬ ରନ୍‌ ଦରକାର ଥିଲା। କିନ୍ତୁ ଡିଭିଲିୟର୍ସ କେବଳ ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେ ଶେଷ ଯାଏ ୧୩ ବଲ୍‌ରେ ୧୯ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ସହ ଜର୍ଜ ଗାରଟନ ୨ ରନ୍‌ କରି କ୍ରିଜ୍‌ରେ ରହିଥିଲେ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଜାସନ ହୋଲ୍ଡର, ରଶିଦ ଖାନ, ଉମରନ ମାଲିକ ଓ ସିଦ୍ଧାର୍ଥ କୌଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି। ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ଜେସନ ରୟଙ୍କ ୪୪ ଓ ଅଧିନାୟକ କେନ୍‌ ୱିଲିୟମସନଙ୍କ ୩୩ ରନ୍‌ ବଳରେ ୭ ୱିକେଟ ହରାଇ ୧୪୧ ରନ୍‌ କରିଥିଲା।

The post ଶେଷରେ ଜିତିଲା ହାଇଦ୍ରାବାଦ appeared first on Odisha Reporter.



from Odisha Reporter https://ift.tt/3FqE1LG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages