ନୂଆଦିଲ୍ଲୀ: କୁହାଯାଏ ଭାଗ୍ୟ ରେଖାକୁ କେହି ବଦଳାଇ ପାରନ୍ତି ନାହିଁ। ଭାଗ୍ୟରେ ଯାହା ଲେଖା ହୋଇଛି, ତାହା ନିଶ୍ଚିତ ଘଟିବ। ଏପରି ଏକ ଭାଗ୍ୟର ଦୁଃଖଦ ଖେଳ ସାମ୍ନାକୁ ଆସିଛି। ଦୀର୍ଘ ୩୫ ବର୍ଷ ପରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ରହି ନଥିଲା।
କାରଣ ବାପାଙ୍କୁ ଦେଖା କରିବାର ମାତ୍ର ୧୦ ମିନିଟ୍ ପରେ ଗୋଟିଏ ସଡ଼କ ଦୁର୍ଘଟଣାରେ ବ୍ୟକ୍ତି ଜଣଙ୍କ ସବୁଦିନ ପାଇଁ ଏହି ଦୁନିଆକୁ ଅଲବିଦା କହିଛନ୍ତି। ଏପରି ଏକ ଘଟଣା ଇଂଲଣ୍ଡ ଓ ଆର୍ୟଲ୍ୟାଣ୍ଡ ମଝିରେ ଥିବା ଆସଲେ ଅଫ୍ ମ୍ୟାନରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ୫୬ ବର୍ଷୀୟ ପଲ୍ କୋୱେଲଙ୍କ ବାଇକ ଗୋଟିଏ ଟୁରିଷ୍ଟ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା। ପଲ୍ ମାଉଣ୍ଟେନ ରୋଡ ଗୁଥେରାଇସର ପାହାଡ଼ିଆ ଅଞ୍ଚଳରୁ ଗାଡ଼ି ଧରି ଆସୁଥିଲେ। ତେବେ ହଠାତ୍ ସୂର୍ଯ୍ୟ କିରଣ ତାଙ୍କ ଆଖି ଉପରେ ପଡ଼ିଥିଲା। ଫଳରେ ସେ ସାମ୍ନା ପଟୁ ଆସୁଥିବା ଗୋଟିଏ ଭ୍ୟାନ୍କୁ ଧକ୍କା ଦେଇଥିଲେ।
ପାଲଙ୍କ ୨୨ ବର୍ଷୀୟ ପାଳିତା ଝିଅ ଡେମି ରାମଶ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ଭୟଙ୍କର ଘଟଣା। ପଲ ଗତ ୩୫ ବର୍ଷ ଧରି ତାଙ୍କ ବାପାଙ୍କୁ ଦେଖି ନଥିଲେ। ଘଟଣାର ୧୦ ମିନିଟ୍ ପୂର୍ବରୁ ସେ ତାଙ୍କ ବାପାଙ୍କୁ ଦେଖିବାର ସୁଯୋଗ ପାଇନଥିଲେ। ପଲଙ୍କ ସହ ତାଙ୍କର ଦୁଇ ପୁଅ ମଧ୍ୟ ପ୍ରଥମ ଥର ଜେଜେବାପାଙ୍କୁ ଭେଟିବାର ସୌଭାଗ୍ୟ ଅର୍ଜନ କରିଥିଲେ। ବାପାଙ୍କୁ ଭେଟିବା ପରେ ମାଉଣ୍ଟେନ ରୋଡରେ ଥିବା ନିଜ ମା’ଙ୍କ ଅସ୍ଥି ଦେଖିବାକୁ ପଲ ଯାଉଥିଲେ। ହେଲେ ଅଧା ବାଟରେ ଏପରି ଘଟଣା ଘଟିଛି ବୋଲି ସେ କହିଛନ୍ତି।
ବାଇକ ଡ୍ରାଇଭିଂ କରିବାକୁ ଭଲ ପାଉଥିବା ପଲ୍ ଆସଲେ ଅଫ୍ ମ୍ୟାନରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରେ ସେ ପରିବାର ଲୋକଙ୍କ ସହ ଫ୍ଲିଟଉଡରେ ରହିଥିଲେ। ଏବେ ସେ ଆସେଲ ଅଫ ମ୍ୟାନ ଯାଇଥିବା ବେଳେ ଏପରି ଘଟଣା ଘଟିଛି।
The post ୩୫ ବର୍ଷ ପରେ ବାପାଙ୍କୁ ଦେଖିଲେ, କିନ୍ତୁ ୧୦ ମିନିଟ ପରେ ଚାଲିଗଲା ପୁଅ appeared first on Odisha Reporter.
from Odisha Reporter https://ift.tt/3uMZbyB
No comments:
Post a Comment