ଟ୍ୱିଟରକୁ ଝୁରୁଛନ୍ତି ଟ୍ରମ୍ପ, ଆକ୍ଟିଭ କରିବାକୁ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ଟ୍ୱିଟରକୁ ଝୁରୁଛନ୍ତି ଟ୍ରମ୍ପ, ଆକ୍ଟିଭ କରିବାକୁ ଅନୁରୋଧ

ୱାଶିଂଟନ: ଟ୍ୱିଟରକୁ ଝୁରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାଇକ୍ରୋ ବ୍ଲଗିଂ ୱେବ୍‌ସାଇଟ୍‌ ଟ୍ୱିଟର କଥା ତାଙ୍କୁ ଭାରି ମନେ ପଡୁଛି। ଏଥିପାଇଁ ସେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଆକ୍ଟିଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଶୁକ୍ରବାର ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଫ୍ଲୋରିଡାର ଜଣେ ଫେଡେରାଲ ଜଜଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରିବାକୁ ଅନୁରୋଧ କରିଛନ୍ତି । ଜାନୁଆରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା ।

ଜାନୁଆରୀ ୬ ରେ ଆମେରିକା ସଂସଦ ହିଂସା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଥିଲା। ତା’ପରେ ଅନ୍ୟ ସୋସିଆଲ ମିଡିଆ କମ୍ପାନୀମାନେ ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ବର୍ତ୍ତମାନ ଫ୍ଲୋରିଡା କୋର୍ଟରେ ଟ୍ରମ୍ପ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ ବିରୋଧରେ ନିର୍ଦ୍ଦେଶ ଦେବା ପାଇଁ କୋର୍ଟଙ୍କୁ ନିକଟରେ ନିବେଦନ କରିଛନ୍ତି। ଏଥିସହିତ ଆମେରିକାର କଂଗ୍ରେସ ସଦସ୍ୟମାନେ ଟ୍ୱିଟରକୁ ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ବାଧ୍ୟ କରିଛନ୍ତି ବୋଲି ସେ କୋର୍ଟରେ ଯୁକ୍ତି ମଧ୍ୟ ବାଢ଼ିଛନ୍ତି।

ତାଙ୍କ ଓକିଲମାନେ କହିଛନ୍ତି, ଦେଶର ରାଜନୀତିରେ ଟ୍ୱିଟରର ତା’ର ଶକ୍ତି ଏବଂ ନିୟନ୍ତ୍ରଣକୁ ବ୍ୟବହାର କରୁଛି, ଯାହାର କୌଣସି ସୀମା ନାହିଁ। ଗଣତନ୍ତ୍ର ଉପରେ ବିତର୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ।

ସେପଟେ ଟ୍ୱିଟର ଏହି ମାମଲାକୁ ନେଇ କିଛି କହିବାକୁ ସଫା ସଫା ମନା କରିଦେଇଛି। ଅଦାଲତରେ ଦାଖଲ ନିବେଦନରେ ଟ୍ରମ୍ପ କହିଛନ୍ତି, ଟ୍ୱିଟର ତାଲିବାନକୁ ନିୟମିତ ରୂପେ ଟ୍ୱିଟ୍‌ କରିବାକୁ ଅନୁମତି ଦେଇଛି। କିନ୍ତୁ ରାଷ୍ଟ୍ରପତି ପଦ ଥିବା ସମୟରେ ବି ତାଙ୍କ ଟ୍ୱିଟ୍‌କୁ ‘ବିଭ୍ରାନ୍ତିକର ସୂଚନା’ ହିଂସା ବଢ଼ାଉଥିବା କହି ସେମାନେ କମ୍ପାନୀର ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି।

ଜୁଲାଇରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବେଆଇନ୍‌ ବୋଲି କହି ଟ୍ୱିଟର, ଫେସବୁକ ଏବଂ ଗୁଗୁଲ ସମେତ ତାଙ୍କ ସିଇଓଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସୂଚନା ମୁତାବକ ଜାନୁଆରୀ ୬ରେ ତାଙ୍କ ସମର୍ଥକଙ୍କ ଭିଡ଼ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କୁ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ବାରଣ କରାଯାଇଥିଲା। ଆକାଉଣ୍ଟ ବନ୍ଦ କରିବା ପରେ ଟ୍ୱିଟର ଏକ ବିବୃତ୍ତି ଜାରି କରି କହିଥିଲା, ତାଙ୍କ ଟ୍ୱିଟ୍ ହିଂସାକୁ ବଢ଼ାଉଛି। ଏହା ଟ୍ୱିଟରର ନୀତି ଉଲ୍ଲଂଘନ କରୁଛି।

The post ଟ୍ୱିଟରକୁ ଝୁରୁଛନ୍ତି ଟ୍ରମ୍ପ, ଆକ୍ଟିଭ କରିବାକୁ ଅନୁରୋଧ appeared first on Odisha Reporter.



from Odisha Reporter https://ift.tt/2Yd6DaB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages