ମୁମ୍ବାଇ: ମୁମ୍ବାଇ ରେଭ୍ ପାର୍ଟି ମାମଲାରେ ଏନ୍ସିବି ହାତରେ ଧରା ପଡିଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନ୍। ତାଙ୍କୁ ଏନ୍ସିବି ପଚରାଉଚରା କରୁଛି। ଏହି ମାମଲାରେ ୮ ଜଣଙ୍କୁ ଏନ୍ସିବି ଗିରଫ କରିଛି। ଏହି ପାର୍ଟିରେ ବ୍ୟବସାୟ, ବଲିଉଡ ଏବଂ ଫ୍ୟାଶନ୍ ସହ ଜଡିତ ଲୋକ ସାମିଲ ହୋଇଥିଲେ।
ସେପଟେ ଆର୍ଯ୍ୟନ୍ଙ୍କ ଫୋନ୍ ମଧ୍ୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ଜବତ କରିଛି। ତାଙ୍କ ଫୋନ୍ ଚାଟିଂକୁ ନେଇ ଖୋଲତାଡ ଜାରି ରହିଛି। ଏହାରି ଭିତରେ ବଲିଉଡର ବାଦ୍ଶାହ ଶାହାରୁଖ ଖାନ୍ ତାଙ୍କ ଅପ୍କମିଂ ଫିଲ୍ମର ଶୁଟିଂ ବାତିଲ କରିଥିବା କଥା ଶୁଣିବାକୁ ମିଳିଛି।
ଶାହାରୁଖ ତାଙ୍କ ଅପ୍କମିଂ ଫିଲ୍ମ ‘ପଠାନ୍’ର ଶୁଟିଂ ପାଇଁ ସ୍ପେନ୍ ଯାଇଥା’ନ୍ତେ। ସେଠାରେ ଦୀପିକା ପାଦୁକୋନ୍ଙ୍କ ସହ ଏହି ଫିଲ୍ମର ଏକ ଗୀତର ଶୁଟିଂ ହେବାର ଥିଲା। ତେବେ ବର୍ତ୍ତମାନ ପାଇଁ ସେ ଏହି ଶୁଟିଂ ପ୍ଲାନ୍କୁ ଘୁଞ୍ଚାଇ ଦେଇଥିବା କୁହାଯାଉଛି।
ସୂତ୍ରରୁ ଜଣାପଡିଛି ଯେ, ରେଭ୍ ପାର୍ଟି ମାମଲାରେ ପୁଅ ଆର୍ଯ୍ୟନ୍ ଅଟକ ହେବା ପରେ ଏନ୍ସିବି ଅଧିକାରୀଙ୍କ ଯୋଗାଯୋଗରେ ଅଛନ୍ତି ଶାହାରୁଖ। ସେ ଆର୍ଯ୍ୟନ୍ଙ୍କ ପ୍ରତି ମିନିଟ୍ର ଖବର ନେଉଛନ୍ତି। ସେପଟେ ଆର୍ଯ୍ୟନଙ୍କ ଏହି ମାମଲରେ କୌଣସି ସମ୍ପୃକ୍ତି ଅଛି ନା ନାହିଁ ସେ ନେଇ କିଛି ଜଣାପଡି ନାହିଁ।
ଏନ୍ସିବିର ପଚରାଉଚରା ବେଳେ ଆର୍ଯ୍ୟନ୍ ଏହି ରେଭ୍ ପାର୍ଟିର ଅଂଶ ଥିଲେ। ତାଙ୍କୁ ଅତିଥି ରୂପେ ଏହି ପାର୍ଟିକୁ ଡକାଯାଇଥିଲା ବୋଲି କହିଛନ୍ତି।
ସୂଚନା ମୁତାବକ, ଶନିବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନ୍ସିବି ଅଧିକାରୀ। ସେହିପରି ଅଟକ ଥିବା ଅନ୍ୟ ସମସ୍ତଙ୍କ ଫୋନ୍ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହି ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଛି।
#WATCH | Narcotics Control Bureau (NCB) detained at least 10 persons during a raid conducted at a party being held on a cruise in Mumbai yesterday
(Visuals from outside NCB office) pic.twitter.com/yxe2zWfFmI
— ANI (@ANI) October 2, 2021
Eight people have been detained for questioning (in connection with the seizure of drugs from a party at a cruise off Mumbai coast). On the basis of the information that we would receive from them, further raids will be conducted: NCB chief SN Pradhan to ANI pic.twitter.com/wnnCgrMhVK
— ANI (@ANI) October 3, 2021
The post ଆର୍ଯ୍ୟନ୍ ଅଟକ, ଶୁଟିଂ ବାତିଲ୍ କଲେ ଶାହାରୁଖ! appeared first on Odisha Reporter.
from Odisha Reporter https://ift.tt/3Ba8v1R
No comments:
Post a Comment