ଚଣ୍ଡିଗଡ: କମିବାର ନାଁ ଧରୁନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଅଡୁଆ। ପୁଣି ଚରଣଜିତ ସିଂହ ଚନ୍ନିଙ୍କ ବଢ଼ିଛି ଅଡୁଆ। ଶପଥ ନେବା ପରଠାରୁ କିଛି ନା କିଛି ନୂଆ ଚ୍ୟାଲେଞ୍ଜର ସାମ୍ନାକୁ କରିବାକୁ ତାଙ୍କୁ ପଡୁଛି। ଏବେ ସେ ଆଉ ନୂଆ ବିବାଦରେ ଘେରି ହୋଇଛନ୍ତି। ତାଙ୍କ ପୁଅକୁ ନେଇ ସେ ବିବାଦ ଘେରକୁ ଟାଣି ହୋଇଛନ୍ତି।
ପ୍ରକୃତରେ ଗୁରୁବାର ଦିନ ପଞ୍ଜାବରେ ଆଇନ୍ ଶୃଙ୍ଖଳା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଏକ ଗୁପ୍ତ ବୈଠକ ବସି ଥିଲା। ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ପଞ୍ଜାବ ଡିଜିପି, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କ୍ୟାବିନେଟ୍ର କିଛି ମନ୍ତ୍ରୀ ଉପସ୍ଥିତ ଥିଲେ। ତେବେ ଏହି ଉଚ୍ଚସ୍ତରୀୟ ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପୁଅ ରିଦମାଜିତ ସିଂହ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତିକୁ ନେଇ ଏବେ ଜୋରସୋର ବିବାଦ ଉଠିଛି।
ଏହି ବୈଠକର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଡିଜିପିଙ୍କ ପଛପଟେ ମୁଖ୍ୟମନ୍ତ୍ରୀଙ୍କ ପୁଅ ରିଦମଜିତ ସିଂହ ବସିଥିବା ଦେଖିବାକୁ ମିଳିଛି। ତେବେ ଏହି ଗୁପ୍ତ ବୈଠକରେ ଚନ୍ନିଙ୍କ ପୁଅଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। କିଭଳି ତାଙ୍କୁ ଏହି ହାଇଲେବଲ ମିଟିଂରେ ବସିବା ପାଇଁ ଅନୁମତି ଦିଆଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଏହି ଘଟଣାକୁ ନେଇ ବିଜେପି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ପଞ୍ଜାବ ବିଜେପି ସଭାପତି ଅଶ୍ୱାନୀ ଶର୍ମା ଏହାକୁ ସମ୍ପୂର୍ଣ୍ଣ ଅନୈତିକ ବୋଲି କହିଛନ୍ତି। ଅଶ୍ୱାନୀ ଶର୍ମା କହିଛନ୍ତି ଯେ ‘ଚାନ୍ନି ତିନିଥର ବିଧାୟକ ହୋଇଛନ୍ତି। ସେ ନିୟମକୁ ବହୁତ ଭଲ ଭାବରେ ଜାଣନ୍ତି। ତେବେ ଦୁର୍ଭାଗ୍ୟଜନକ ଯେ ନିୟମ କାନୁନକୁ ଜାଣିବା ସତ୍ତ୍ୱେ ବରିଷ୍ଠ ଅଧିକାରୀମାନେ ଏହାକୁ କିଭଳି ଅନୁମତି ଦେଇଛନ୍ତି।’
ସୂଚନା ମୁତାବକ, ନିୟମ ଅନୁଯାୟୀ, ଏଭଳି ସରକାରୀ ବୈଠକରେ, ମୁଖ୍ୟମନ୍ତ୍ରୀଙ୍କ ପରିବାରର କୌଣସି ସଦସ୍ୟ କିମ୍ବା ଅନ୍ୟ କୌଣସି ମନ୍ତ୍ରୀଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିପାରିବେ ନାହିଁ।
BJP has objected to Chief Minister Charanjeet Singh Channi’s son sitting in a law and order meeting with DGP and other officers and ministers. He can be seen in these pics sitting in the back.
Interestingly these pics were released by Punjab Govt Directorate of Public Relations. pic.twitter.com/R8pBK5gmCE— Man Aman Singh Chhina (@manaman_chhina) October 3, 2021
The post ଗୁପ୍ତ ବୈଠକରେ କ’ଣ କରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ? ବଢ଼ିଲା ଚନ୍ନିଙ୍କ ଅଡୁଆ appeared first on Odisha Reporter.
from Odisha Reporter https://ift.tt/3mklzeP
No comments:
Post a Comment