୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ। ଅପରେସନ୍ ବେଳେ ନିହତ ତିନି ନକ୍ସଲଙ୍କ ମୃତଦେହ ସହ ଜବତ ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ମାଲକାନଗିରି ସଦର ମହକୁମାକୁ ଫେରିଛନ୍ତି ସୁରକ୍ଷାକର୍ମୀ।

ଗତକାଲି ସକାଳ ୭ଟା ସମୟରେ ମାଲକାନଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ଏସ୍ଓଜି ଓ ଡିଭିଏଫ୍ ଯବାନ।  ଜଙ୍ଗଲ ଭିତରେ ନକ୍ସଲଙ୍କ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ ତିନି ନକ୍ସଲ ନିହତ ହୋଇଥିଲେ। ନିହତ ତିନି ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାଯାଇଛି। ସେମାନେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ କାମ କରୁଥିଲେ।

ସର୍ଚ୍ଚ ଅପରେସନ୍ ପରେ ଜଙ୍ଗଲ ମଧ୍ୟରୁ ୨ଟି ବନ୍ଧୁକ ଜବତ ହୋଇଥିଲା।  ଏହାବାଦ ଜଙ୍ଗଲରେ ଚାଲିଥିବା ଏହି ଅଭିଯାନ ବେଳେ ଯବାନ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରିଥିଲେ।

ସୂଚନାଯୋଗ୍ୟ,ନକ୍ସଲ ଅପରେସନର ସମୀକ୍ଷା ପାଇଁ ଆଜି ପୁଲିସ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଛନ୍ତି।

 

The post ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ appeared first on Odisha Reporter.



from Odisha Reporter https://ift.tt/3BFrcL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages