ବାଲିଗୁଡ଼ା (ଅଜିତ ନାୟକ): “ମୋତେ ସାପ କାମ କାମୁଡିଛି, ମୁଁ ବି ତାକୁ କାମୁଡୁଛି।” ଏକ ବିଷଧର ସାପ କାମୁଡ଼ିବା ପରେ ମେଡିକାଲ ନ ଯାଇ ଗାଁ ବୁଲି ଏପରି କହିଲେ ବ୍ୟକ୍ତିଜଣକ । ଏପରିକି ଅନ୍ଧବିଶ୍ୱାସର ଶିକାର ହୋଇ ସାପଟିକୁ ବାରମ୍ବାର କାମୁଡ଼ିବାକୁ ବି ପଛାଇଲେ ନାହିଁ । ଶେଷରେ ନିଜେ ଆଖି ବୁଜି ଦେଇଥିବା ବେଳେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଇଛନ୍ତି କୁମୁଟି ନାୟକ।
ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ପୂର୍ବରୁ କୁମୁଟିଙ୍କୁ ଏକ ବିଷଧର ସାପ କାମୁଡିଥିଲା। ପରେ ସେ ସାପଟିକୁ ନିଜ ବେକରେ ଗୁଡ଼ାଇ ଗାଁରେ ବୁଲିଥିଲେ। ଏହାସହ ରାଗ ଶାନ୍ତ ନ ହେବାରୁ ସାପଟିକୁ ବାରମ୍ବାର କାମୁଡ଼ିବାରେ ଲାଗିଥିଲେ। ମୋତେ ସାପ କାମ କାମୁଡିଛି, ମୁଁ ବି ତାକୁ କାମୁଡୁଛି ବୋଲି କହିଥିଲେ।
ଏହି ସମୟରେ ସେ ନିଶାଶକ୍ତ ଅବସ୍ଥାରେ ଥିବା ଗ୍ରାମବାସୀ କହିଛନ୍ତି। ଏହାପରେ ଗତକାଲି କୁମୁଟିଙ୍କ ମୃତଦେହ ବିଲ ଭିତରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
The post ‘ମୋତେ ସାପ କାମୁଡ଼ିଲା, ମୁଁ ବି ତାକୁ କାମୁଡ଼ୁଛି’ appeared first on Odisha Reporter.
from Odisha Reporter https://ift.tt/3ABB8UC
No comments:
Post a Comment