କାଷ୍ଟିଂ କାଉଚର ଶିକାର ବିଗ୍‌ ବସ୍‌ ଫେମ୍‌ ଅଭିନେତା, କହିଲେ, ମିଟିଂ ପାଇଁ ଡାକି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

କାଷ୍ଟିଂ କାଉଚର ଶିକାର ବିଗ୍‌ ବସ୍‌ ଫେମ୍‌ ଅଭିନେତା, କହିଲେ, ମିଟିଂ ପାଇଁ ଡାକି…

ମୁମ୍ବାଇ:  ବାହାରକୁ ଚକ୍‌ମକ୍ ଦିଶୁଥିବା ଫିଲ୍ମ ଦୁନିଆକୁ ବେଶି ବଦନାମ କରୁଛି କାଷ୍ଟିଂ କାଉଚ୍ ମାମଲା । ସର୍ବଦା ଏହି ପ୍ରସଙ୍ଗକୁ ନେଇ ବଦନାମୀ ମୁଣ୍ଡାଇ ଥାଏ ବି-ଟାଉନ୍। କ୍ୟାରିଅର କରିବାକୁ ମୁମ୍ବାଇ ଚାଲି ଆସି ଏପରି ଘଟଣାର ଶିକାର ହେଉଥିବା ବହୁ ଯୁବତୀ ଅଭିଯୋଗ କରିଥିବା ବେଳେ ବହୁ ଆଗଧାଡ଼ିର ଅଭିନେତ୍ରୀ ବି ଆଣିଛନ୍ତି ସମାନ ଅଭିଯୋଗ। ହେଲେ ଏବେ ଏପରି ଘଟଣାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ବିଗ୍‌ ଫେମ୍‌ ଜଣେ ଅଭିନେତା।

ବିଗ୍‌ ବସ୍‌  OTT ଫେମ୍‌  ଜିଶାନ ଖାନ  ଯିଏକି ଛୋଟ ପରଦାରେ ବେଶ୍‌ ପରିଚିତ  ନିଜ ସହ ଘଟି ଯାଇଥିବା ଏପରି ତିକ୍ତ ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି।  ନିକଟରେ ଏକ ସାକ୍ଷାତକାରରେ ଜିଶାନ୍ ଜଣେ ନିର୍ଦ୍ଦେଶକଙ୍କ ସହ ତାଙ୍କ କାଷ୍ଟିଂ କାଉଚ୍ ଅଭିଜ୍ଞତା ବିଷୟରେ  ବର୍ଣ୍ଣନା କରିଛନ୍ତି । ଅଭିନେତା ପ୍ରକାଶ କରିଛନ୍ତି ଯେ  ଏକ ନାମୀଦାମୀ ପ୍ରଡକ୍ସନ୍ ହାଉସ୍‌ର କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ଏକ ମିଟିଂ ପାଇଁ ଡାକିଥିଲେ ଏବଂ ସେଠାରେ ପୋଷାକ ଖୋଲିବାକୁ କହିଥିଲେ।

ଜିଶାନ କହିଛନ୍ତି ଯେ, ଏସବୁ ଘଟଣା ଏପରି ସମୟରେ ଘଟିଲା, ଯେତେବେଳେ କି ଲୋକେ ମୋତେ ଚିହ୍ନିବା ଆରମ୍ଭ କରିଥିଲେ। ଏପରିକି କାଷ୍ଟିଂ ଡାଇରେକ୍ଟରଜଣକ ମୋତେ ଏକ ହୋଟେଲକୁ ଡାକି  ତୁମେ କେତେ ଶାରୀରିକ ଭାବରେ ଫିଟ୍ ମୁଁ ଜାଣିବାକୁ ଚାହେଁ ବୋଲି କହିଥିଲି।  ଏଥିନିମନ୍ତେ ଶରୀରରୁ ପୋଷାକ ଖୋଲିବାକୁ କହିଥିଲେ। ପ୍ରଥମେ କାଷ୍ଟିଂ ଡାଇରେକ୍ଟରଜଣକ ସାର୍ଟ ଖୋଲିବାକୁ କହିଥିଲେ। ମୁଁ ଏହାକୁ ସାମାନ୍ୟ କଥା ବୋଲି ଭାବିଥିଲି। କିନ୍ତୁ ଏହାପରେ ଗୋଡ଼ ଦେଖିବାକୁ ସେ ପ୍ୟାଣ୍ଟ ଖୋଲିବାକୁ କହିଥିଲେ। ମାତ୍ର ଏଥିନିମନ୍ତେ ମୁଁ ରାଜି ହୋଇ ନ ଥିଲି।

ଅଭିନେତା ଜଶିନ ଖାନ ।

ଆପଣଙ୍କ ଫିଲିଙ୍ଗ୍ସସ ମୁଁ ବୁଝି ପାରୁଛି। କିନ୍ତୁ ମୁଁ କ୍ୟାରିଅର ଉପରେ ଫୋକସ୍‌ କରିବାକୁ ଚାହୁଁଥିବା କହିଥିଲି।  ହେଲେ ଏସବୁ ସାଧାରଣ କଥା ବୋଲି ନିର୍ଦ୍ଦେଶକଜଣକ କହିଥିଲେ। ଏପରିକି ବହୁ ସେଲିବ୍ରିଟିଙ୍କ ନାଁ ନେଇ ସେମାନଙ୍କୁ ସେ ସଫଳ କରାଇଥିବା କହିଥିଲେ। ଏପରିକି ବହୁ ଜଣ ପ୍ରଥମେ ନା କୁହନ୍ତି, ହେଲେ ପରେ ରାଜି ହୁଅନ୍ତି ବୋଲି କହି ଧମକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମୁଁ ସେଠାରୁ ଫେରି ଆସିବାକୁ ପସନ୍ଦ କରିଥିଲି।

ଏଥିସହ ଅଭିନେତାଜଣକ କହିଛନ୍ତି,  ଯୋଗ୍ୟତା ବ୍ୟତୀତ ଅନ୍ୟ କୌଣସି ଆଧାରରେ ପ୍ରୋଜେକ୍ଟ ପାଇଲେ  ‘ରାତିରେ ଶାନ୍ତିରେ ଶୋଇ ପାରିବି ନାହିଁ’।

ଏହି ଅଭିନେତାଜଣକ ଏବେ କୁମ୍‌କୁମ୍‌ ଭାଗ୍ୟ ଫେମ୍‌ ତଥା କୋ-ଷ୍ଟାର ରେହନା ପଣ୍ଡିତଙ୍କ ସହ ରିଲେସନ୍‌ରେ ଅଛନ୍ତି। ଉଭୟଙ୍କ ଏକ କିସିଂ ସିନ୍‌ ଫଟୋ ନିଜ ଇନ୍‌ଷ୍ଟା ପେଜରେ ଛାଡ଼ି ଜିଶାନ ଏହା ଉପରେ ମୋହର ବି ମାରି ସାରିଛନ୍ତି।

The post କାଷ୍ଟିଂ କାଉଚର ଶିକାର ବିଗ୍‌ ବସ୍‌ ଫେମ୍‌ ଅଭିନେତା, କହିଲେ, ମିଟିଂ ପାଇଁ ଡାକି… appeared first on Odisha Reporter.



from Odisha Reporter https://ift.tt/3vkcirv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages