ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକର ଖୁଲାସା ହୋଇଛି। ପାକିସ୍ତାନରୁ ଇ-ମେଲ୍‌ ଜରିଆରେ ତାଙ୍କୁ ଏହି ହତ୍ୟା ଧମକ ମିଳିଥିବା ଜଣାପଡିଛି।

ଆଇଏସ୍‌ଆଇଏସ୍‌ କଶ୍ମୀରରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ନେଇ ଗୌତମ ଗମ୍ଭୀର ଅଭିଯୋଗ ଆଣିଥିଲେ। ତେବେ ସିଷ୍ଟମର ଆଇପି ଆଡ୍ରେସ୍‌ ମାଧ୍ୟମରୁ ଏହି ଇ-ମେଲ୍‌ ପାକିସ୍ତାନରୁ ଆସିଥିବା ଜଣାପଡିଛି।

କୁହାଯାଉଛି ଯେ, ଦିଲ୍ଲୀ ପୁଲିସ ଗୁଗୁଲ୍‌ରୁ ଏହି ତଥ୍ୟ ମାଗିଥିଲା। ତେବେ ଗୁଗୁଲ ତରଫରୁ ମିଳିଥିବା ସୂଚନା ମୁତାବକ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇ-ମେଲ ପାକିସ୍ତାନରୁ ପଠାଯାଇଥିଲା। ଆଇପି ଆଡ୍ରେସ୍‌ ମଧର୍ଧ ପାକିସ୍ତାନର ହିଁ ମିଳିଛି।

କେବଳ ଗୌତମ ଗମ୍ଭୀର ନୁହେଁ, ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନାଁରେ ଅନେକ ଲୋକଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଥିଲା। ଦିଲ୍ଲୀ ପୁଲିସ ଏହି ପୂରା ଘଟଣାର ତଦନ୍ତ କରୁଛି। ତେବେ ଦିଲ୍ଲୀ ପୁଲିସ ବ୍ୟତୀତ ଅନ୍ୟ ଏଜେନ୍ସି ମଧ୍ୟ ଏହି ମାମଲା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ସାଂସଦ ଗୌତମ ଗମ୍ଭୀରଙ୍କୁ ଦୁଇ ଥର ହତ୍ୟା ଧମକ ମିଳିଥିଲା। ଥରେ ଇ-ମେଲ୍‌ ଜରିଆରେ ଏବଂ ଦ୍ୱିତୀୟ ଥର ଇ-ମେଲ୍‌ରେ ଜରିଆରେ ଏକ ଭିଡିଓ ଅପ୍‌ଲୋଡ କରି ତାଙ୍କୁ ଧମକ ଦିଆଯାଇଥିଲା। ଏନେଇ ଏହି ପୂର୍ବତନ କ୍ରିକେଟର ପୁଲିସରେ ଅଭିଯୋଗ କରିଥିଲେ।

ଏହି ଧମକପୂର୍ଣ୍ଣ ଇ-ମେଲ୍‌ରେ ଲେଖାଯାଇଥିଲା ଯେ “ଆମେ ତୁମକୁ ହତ୍ୟା କରିବାକୁ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲି ତୁମେ ବଞ୍ଚିଗଲ। ଯଦି ତୁମେ ନିଜ ପରିବାର ଲୋକଙ୍କ ଜୀବନକୁ ଭଲ ପାଉଛ, ତା’ହେଲେ ରାଜନୀତି ଓ କଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହ।”

The post ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ appeared first on Odisha Reporter.



from Odisha Reporter https://ift.tt/3nO0tHB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages