ମୁମ୍ବାଇ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କସାବକୁ ସହାୟତା କରିଥିଲେ ପଳାତକ ପରମବୀର ସିଂହ। ଏପରିକି ସେ ତା’ର ଫୋନ୍ ମଧ୍ୟ ଲୁଚାଇ ଦେଇଥିଲେ। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୁମ୍ବାଇ ପୁଲିସର ଅବସରପ୍ରାପ୍ତ ଏସିପି ସମଶେର ଖାନ୍ ପଠାନ୍।
୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀ ଅଜମଲ କସାବଙ୍କୁ ସାହାଯ୍ୟ କରିଥିଲେ ପରବୀର ସିଂହ। ସେ କସାବ ଠାରୁ ମିଳିଥିବା ଫୋନକୁ ତାଙ୍କ ପାଖରେ ରଖିଥିଲେ ଏବଂ ଏହାକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦେଇ ନ ଥିଲେ। ଏହି ଫୋନ୍ ମାଧ୍ୟମରେ କସାବ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ମାଷ୍ଟରଙ୍କଠାରୁ ନିର୍ଦ୍ଦେଶ ନେଉଥିଲେ ବୋଲି ଏହି ମୁମ୍ବାଇ ପୁଲିସର ପୂର୍ବତନ ଏସିପି ସମଶେର ଅଭିଯୋଗ କରିଛନ୍ତି।
ମିଡିଆ ରିପେର୍ଟ ମୁତାବକ, କେବଳ କସାବ ନୁହେଁ ଅନ୍ୟ ଆତଙ୍କବାଦୀ ଏବଂ ତାଙ୍କର ହ୍ୟାଣ୍ଡେଲର୍ସଙ୍କୁ ମଧ୍ୟ ପରମୀର ସାହାଯ୍ୟ କରିଥିଲେ। ପାରମବୀର ଅନେକ ମାମଲାରେ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଠାନ ମୁମ୍ବାଇର ବର୍ତ୍ତମାନର ପୁଲିସ କମିଶନରଙ୍କ ନିକଟଙ୍କୁ ଏନେଇ ଚାରି ପୃଷ୍ଠାର ଅଭିଯୋଗ ପତ୍ର ପଠାଇ ତଦନ୍ତ ଦାବି କରିଛନ୍ତି।
୨୦୦୭ରୁ ୨୦୧୧ ମଧ୍ୟରେ ପାଇଧୁନି ପୁଲିସ ଷ୍ଟେସନରେ ସମଶେରଙ୍କ ବରିଷ୍ଟ ପୁଲିସ ଅଫିସର ଭାବେ ପୋଷ୍ଟିଂ ହୋଇଥିଲା। ତାଙ୍କ ବ୍ୟାଚ୍ମେଣ୍ଟ୍ ଏନ୍ଆର୍ ମାଲିଙ୍କୁ ସିନିଅର ପୁଲିସ ଭାବେ ଡିବି ମାର୍ଗ ପୁଲିସ ଷ୍ଟେସନରେ ପୋଷ୍ଟିଂ ମିଳିଥିଲା। ଏହି ଦୁଇଟି ପୁଲିସ ଥାନା ମୁମ୍ବାଇ-୨ ଜୋନ୍ରେ ଆସୁଥିଲା।
୨୬/୧୧ ଦିନ ଅଜମଲ କସାବ ଗିରିଗାଓଁ ଚୌପାଟୀ ଅଞ୍ଚଳରେ ଧରାପଡିଥିଲେ। ଯେତେବେଳେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି, ସେତେବେଳେ ମୁଁ ମୋର ସହକର୍ମୀ ଏନ୍ଆର୍ ମାଲିଙ୍କୁ ଫୋନ୍ କରିଥିଲି। ମାଲି ମୋତେ କହିଥିଲେ ଯେ ଅଜମଲ କସାବ ଠାରୁ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଏଥିସହିତ ସେ ମୋତେ କହିଥିଲେ ଯେ ଏଟିଏସର ତତ୍କାଳୀନ ମୁଖ୍ୟ ପାରବୀରର ସିଂଙ୍କ ସମେତ ବହୁ ବଡ ଅଧିକାରୀ ଏଠାକୁ ଆସିଛନ୍ତି। ମାଲିଙ୍କ କହିବାନୁସାରେ, ଏହି ଫୋନ୍ କନଷ୍ଟେବଲ୍ କାମ୍ବଲେଙ୍କ ପାଖରେ ଥିଲା ଏବଂ ତାଙ୍କଠାରୁ ଏଟିଏସ୍ ମୁଖ୍ୟ ପାରବୀର ସିଂ ନେଇ ନିଜ ପାଖରେ ରଖିଲେ ବୋଲି ଚିଠି ପଠାନ୍ ଉଲ୍ଲେଖ କରିଛନ୍ତି।
କସାବ ଏହି ଫୋନରୁ ପାକିସ୍ତାନରୁ ନିର୍ଦ୍ଦେଶ ନେଉଥିବାରୁ ମୋବାଇଲ୍ ଫୋନ୍ ଏହି ମାମଲାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଥିଲା। ଏହି ଫୋନ୍ ପାକିସ୍ତାନ ଏବଂ ଭାରତରେ ତାଙ୍କ ହ୍ୟାଣ୍ଡେଲରମାନଙ୍କୁ ଧରିଥାଇ ପାରିଥାନ୍ତା, କିନ୍ତୁ ପରେ ଏହି ଫୋନ୍ଟି ତଦନ୍ତରେ ହିଁ ସାମିଲ ହୋଇନଥିଲା ବୋଲି ପଠାନ ଦାବି କରିଛନ୍ତି। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପୁଲିସ ଇନ୍ସପେକ୍ଟର ମହାଲୟ ଏହି ଘଟଣାର ତଦନ୍ତ କରୁଥିଲେ ଏବଂ ପରମବୀର ସିଂଙ୍କ ତରଫରୁ ଏହି ମୋବାଇଲ୍ ଫୋନ୍ ତାଙ୍କୁ ହସ୍ତାନ୍ତର କରାଯାଇ ନଥିଲା। ପରେ କୋର୍ଟରେ ମଧ୍ୟ କୌଣସି ଫୋନ୍ ଜବତ କରାଯାଇନାହିଁ ବୋଲି କୁହାଯାଇଥିଲା ବୋଲି ପଠାନ ଚିଠିରେ ଦାବି କରିଛନ୍ତି।
The post ଗୁରୁତର ଅଭିଯୋଗ, ଆତଙ୍କବାଦୀ କସାବକୁ ସାହାଯ୍ୟ କରିଥିଲେ ପରମବୀର appeared first on Odisha Reporter.
from Odisha Reporter https://ift.tt/3xlSswG
No comments:
Post a Comment