ମୁମ୍ବାଇ : ନିକ୍-ପ୍ରିୟଙ୍କାଙ୍କ ସମ୍ପର୍କରେ ଫାଟ ! ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଇନଷ୍ଟାରେ ନିକ୍ଙ୍କ ସରନେମ ଜୋନସ୍ ହଟାଇ ଦେଇଥିବାରୁ ଏହାକୁ ନେଇ ବି-ଟାଉନ୍ ଉଠୁଛି ପଡ଼ୁଛି।
ଦେଶୀ ଗାର୍ଲ ପ୍ରିୟଙ୍କା ୩ ବର୍ଷ ପୂର୍ବେ ଆମେରିକାର ଗାୟକ-ଅଭିନେତା ନିକ ଜୋନାସଙ୍କୁ ବିବାହ କରି ବେଶ୍ ହସଖୁସିରେ ରହୁଛନ୍ତି। ଏପରିକି ଦିପାବଳୀରେ ପ୍ରିୟଙ୍କା, ନିକ୍ଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କରୁଥିବା ଫଟୋ ଛାଡ଼ିଥିଲେ। ହେଲେ ହଠାତ୍ ସେ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ସ୍ୱାମୀ ନିକ ଜୋନସଙ୍କ ସରନେମ ହଟାଇ ଦେବାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ଅଗଣିତ ଫ୍ୟାନ୍ସ। ପିସି ଏ ପର୍ଯ୍ୟନ୍ତ ଏହାକୁ ନେଇ ନୀରବ ଥିବା ବେଳେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।
କେବଳ ନିକ୍ଙ୍କ ସରନେମ୍ ନୁହେଁ, ପୂର୍ବତନ ମିସ୍ ୱାଲର୍ଡ ନିଜ ଇନଷ୍ଟା ଆକାଉଣ୍ଟରୁ ନିଜ ସରନେମ୍ ମଧ୍ୟ ହଟାଇ ନେଇ କେବଳ ପ୍ରିୟଙ୍କା ବୋଲି ରଖିଛନ୍ତି। ହଠାତ୍ ପ୍ରିୟଙ୍କା ଏପରି ସରନେମ୍ ହଟାଇବା ପଛର କାରଣ କ’ଣ ତାହା ତାଙ୍କ ଫ୍ୟାନ୍ସ ବୁଝିପାରୁ ନାହାନ୍ତି। ପ୍ରିୟଙ୍କାଙ୍କ ମା’ ଏହାକୁ ଫାଲତୁ କଥା ବୋଲି କହିବା ସହ ଉଭୟ ନିଜ ସଂସାରରେ ଖୁବ୍ ଖୁସି ଥିବା କହିଛନ୍ତି। ଏଥିସହ ଏପରି ଗୁଜବ ପ୍ରଚାର ନ କରିବାକୁ ବି ଶୁଣାଇ ଦେଇଛନ୍ତି।
କିଛି ଦିନ ପୂର୍ବେ ପ୍ରିୟଙ୍କା ଓ ନିକ୍ ତୃତୀୟ ବିବାହ ବାର୍ଷୀକି ପାଳନ କରିଥିଲେ। ଏହି ଅବସରରେ ସେମାନେ ଗ୍ରୀସ୍ରେ ଭ୍ୟାକେସନ ଏନଜୟ କରିଥିବା ବେଳେ ରୋମାଣ୍ଟିକ୍ ଫଟୋ ସହ କ୍ୟାପସନ ଦେଇଥିଲେ ପ୍ରିୟଙ୍କା।
୨୦୧୮ରେ ରାଜସ୍ଥାନର ଏକ ରୟାଲ ପ୍ୟାଲେସରେ ବେଶ୍ ଜାକଜମକରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ହାଇ ପ୍ରୋଫାଇଲ ଯୋଡ଼ି। ଏହାପରେ ପ୍ରିୟଙ୍କା ସ୍ୱାମୀଙ୍କ ସହ ଆମେରିକା ଉଡ଼ି ଯାଇଥିବା ବେଳେ ସବୁବେଳେ ପ୍ରାୟତଃ ସୋଶାଲ ମିଡିଆରେ ଆକ୍ଟିଭ ରହୁଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା ନିଜ ଇନଷ୍ଟାରୁ ସ୍ୱାମୀ ନାଗା ଚୈତନ୍ୟଙ୍କ ସରନେମ୍ ହଟାଇ ଦେଇଥିଲେ। ଏହାର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେଉଥିବା ଖବର ଜଣାପଡ଼ିଥିଲା। ଏବେ ଉଭୟ ପରସ୍ପରଠୁ ଅଲଗା ହୋଇ ଯାଇଛନ୍ତି। ତେଣୁ ପ୍ରିୟଙ୍କା ବି ସେହିପରି ସ୍ୱାମୀଙ୍କ ସରନେମ୍ ହଟାଇ ଦେଇଥିବାରୁ ଏହା ପଛର କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
The post ପ୍ରିୟଙ୍କ- ନିକ୍ ସମ୍ପର୍କରେ ଫାଟ! appeared first on Odisha Reporter.
from Odisha Reporter https://ift.tt/3DK9HKG
No comments:
Post a Comment