ସମୀରଙ୍କୁ ଟାର୍ଗେଟ କରି କହିପାରିବେ ନବାବ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

ସମୀରଙ୍କୁ ଟାର୍ଗେଟ କରି କହିପାରିବେ ନବାବ, କିନ୍ତୁ…

ମୁମ୍ବାଇ: ସୋଶାଲ ମିଡିଆରେ ବରିଷ୍ଠ ଏନ୍‌ସିପି ନେତା ନୱାବ ମଲିକ ବାରମ୍ବାର ଲଗାଉଥିବା ଆରୋପ ଯୋଗୁ  ପରିବାରର ମାନସମ୍ମାନରେ ଆଞ୍ଚ ଆସୁଥିବା ଅଭିଯୋଗ ଆଣି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ପିତା ଜ୍ଞାନଦେବ ୱାଙ୍ଖଡେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଏହି ମାମଲାର ଶୁଣାଣି ଥିବା ବେଳେ କୋର୍ଟରୁ ନିରାଶ ହୋଇଛନ୍ତି ଜ୍ଞାନଦେବ ୱାଙ୍ଖଡେ ।

ନବାବ ମଲିକଙ୍କ ବୟାନ ଉପରେ ବ୍ୟାନ୍‌ ଲଗାଯାଉ ବୋଲି ଜ୍ଞାନଦେବ କରିଥିବା ଦାବିର ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି କୋର୍ଟ। ଏନେଇ କୋର୍ଟ କହିଛନ୍ତି, ସରକାରୀ ଅଧିକାରୀ ୱାଙ୍ଖଡେଙ୍କ ବିରୋଧରେ କହିବାରୁ ନବାବ ମଲିକଙ୍କୁ ଅଟକାଇ ହେବ ନାହିଁ। କିନ୍ତୁ କହିବା ପୂର୍ବରୁ ସେ ସବୁ ତଥ୍ୟ ଯାଞ୍ଚ କରିନେବା ଉଚିତ ।

ଏନେଇ ନ୍ୟାୟମୂର୍ତ୍ତି ଜାମଦାର କହିଛନ୍ତି, ସାଧାରଣ ଲୋକ ସରକାରୀ ଅଧିକାରୀଙ୍କ କାର୍ଯ୍ୟକୁ ଯାଞ୍ଚ କରିବା ସହ ତାଙ୍କ ଉପରେ ଟିପ୍ପଣୀ କରିପାରିବେ। କିନ୍ତୁ ତଥ୍ୟକୁ ବିଶ୍ଳେଷଣ ପରେ ଏହାକୁ କରିବା ଉଚିତ। ଏହାବାଦ ସେ କହିଛନ୍ତି ୱାଙ୍ଖଡେଙ୍କ ବ୍ୟକ୍ତିଗତ ଅଧିକାର ଓ ମଲିକଙ୍କ ଭାଷଣ ତଥା ମତ ରଖିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ।  ନବାବ ମଲିକ ନିଜ ଇଚ୍ଛା ଅନୁଯାୟୀ ପୋଷ୍ଟ କରି ପାରିବେ । କିନ୍ତୁ ତାହା ପୂର୍ବରୁ ତାହାକୁ ସମ୍ପୂର୍ଣ୍ଣ ଯାଞ୍ଚ କରି ତଥ୍ୟର ସତ୍ୟତା ପରଖି ନେବା ଉଚିତ।

ଏହି ସହ ବମ୍ବେ ହାଇକୋର୍ଟ କହିଛନ୍ତି, ସମୀର ୱାଙ୍ଖଡେଙ୍କ ବିରୋଧରେ ନବାବ ମଲିକଙ୍କ ଟ୍ୱିଟ ଉଦ୍ଦେଶ ପ୍ରଣୋଦିତ। ମଲିକ ଭେରିଫିକେସନ କରିବା ପରେ ଏପରି କରିଥିବା କୁହାଯାଇପାରିବ ନାହିଁ। ହେଲେ ରେକର୍ଡ ଆଧାରରେ ଏହାବି କୁହାଯାଇପାରିବ ନାହିଁ କି ନବାବ ମଲିକ ଲଗାଇଥିବା ସମସ୍ତ ଆରୋପ ମିଥ୍ୟା।

ମଲିକଙ୍କ ଓକିଲ ଅତୁଲ ଦାମଲେ କହିଛନ୍ତି, ତାଙ୍କ ମହକିଲଙ୍କ ଟ୍ୱିଟ ଓ ପ୍ରେସ୍‌ କନଫରେନ୍ସ ୨ଟି ମୁଖ୍ୟ କଥାକୁ ସୂଚାଉଛି। ପ୍ରଥମତଃ ସମୀର ୱାଙ୍ଖଡେ ଜନ୍ମରୁ ମୁସଲିମ୍‌ ଓ ସରକାରୀ ଚାକିରି ସେ ମିଥ୍ୟ ତଥ୍ୟ ଆଧାରରେ ହାତେଇଛନ୍ତି। ସେ ଅନୁସୂଚିତ ଜାତିର ବୋଲି କହି ସେ ଚାକିରି ପାଇଛନ୍ତି। ଅନ୍ୟ ଏକ କଥା ହେଲା ସମୀର ୱାଙ୍ଖଡେ ଏନସିବି ଦ୍ୱାରା ରୁଜୁ ମାମଲାରେ ଲାଞ୍ଚ ନେଇଥିଲେ।

କୋର୍ଟଙ୍କ ଶୁଣାଣି ପରେ ଉତ୍ସାହିତ ହୋଇ ପଡ଼ିଥିବା ନବାବ ମଲିକ ସତ୍ୟମେବ ଜୟତେ, ଅନ୍ୟାୟ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ପୋଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସମୀର ୱାଙ୍ଖଡ଼େ ଜନ୍ମରୁ ମୁସଲମାନ ଏବଂ ଅନୁସୂଚୀତ ଜାତି/ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ସଂରକ୍ଷିତ ବ୍ୟବସ୍ଥାରେ ‘ସିଭିଲ୍‌ ସର୍ଭିସ୍‌’ ପାଇବା ନିମନ୍ତେ ସେ ଜାତି ପ୍ରମାଣପତ୍ରରେ ଜାଲିଆତି କରିଥିଲେ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଦାବି କରିଆସୁଛନ୍ତି। ସେପଟେ ନବାବ ମଲ୍ଲିକ ବମ୍ବେ ହାଇକୋର୍ଟରେ ପ୍ରମାଣ ସ୍ୱରୂପ ସମୀର ୱାଙ୍ଖଡେଙ୍କ ସ୍କୁଲ ଆଡମିଶନ ଫର୍ମ ଏବଂ ପ୍ରାଥମିକ ସ୍ତରର ସ୍କୁଲ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଏ ଅଭିଯୋଗ ମିଥ୍ୟା ‌ବୋଲି ସମୀର ୱାଙ୍ଖଡ଼େ ଏବଂ ତାଙ୍କ ପରିବାର ଲୋକେ କହି ଆସୁଛନ୍ତି।

ଏହାଦ୍ୱାରା ପରିବାରର ମାନସମ୍ମାନ ହାନୀ ହେଉଥିବା ବେଳେ ବମ୍ବେ ହାଇକୋର୍ଟରେ ଅଢେଇ କୋଟିର ମାନହାନୀ ମକଦ୍ଦମା ଦାଏର କରିଥିଲେ ସମୀର ୱାଙ୍ଖଡେଙ୍କ ବାପା। ହେଲେ କୋର୍ଟରୁ ୱାଙ୍ଖଡେଙ୍କୁ ନିରାଶ ହେବାକୁ ପଡ଼ିଥିବା ବେଳେ ବେଶ୍‌ ଉତ୍ସାହିତ ଅଛନ୍ତି ନବାବ ମଲିକ ।

The post ସମୀରଙ୍କୁ ଟାର୍ଗେଟ କରି କହିପାରିବେ ନବାବ, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/3qYhq4l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages