ରିହାତି ଦରରେ ଟିକା ବିକ୍ରି କରିବାକୁ ଚାହୁଁଛନ୍ତି ହସ୍ପିଟାଲ, କିନ୍ତୁ ନେବାକୁ କେହି ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ରିହାତି ଦରରେ ଟିକା ବିକ୍ରି କରିବାକୁ ଚାହୁଁଛନ୍ତି ହସ୍ପିଟାଲ, କିନ୍ତୁ ନେବାକୁ କେହି ନାହାନ୍ତି

ମୁମ୍ବାଇ: ଦେଶରେ ମାଗଣାରେ ସରକାର କରୋନା ବିରୋଧୀ ଟିକା ଦେଉଛନ୍ତି। ଏଥିପାଇଁ ଘରୋଇ ହସ୍ପିଟାଲଗୁଡ଼ିକ କିଣିଥିବା କୋଟିକୋଟି ଟଙ୍କାର ଟିକା ନେବାକୁ କେହି ବି ସାଧାରଣ ଲୋକ ଆଗ୍ରହ ଦେଖାଉ ନାହାନ୍ତି। ଏହି ଟିକାଗୁଡ଼ିକୁ ବିକ୍ରି କରି ନିଜର ଟଙ୍କା ଅସୁଲ କରିବାକୁ ଘରୋଇ ହସ୍ପିଟାଲଗୁଡ଼ିକ ଏବେ ଯୋଜନା ଆରମ୍ଭ କରିଛନ୍ତି।

ଏଥିପାଇଁ ଟିକା ଉପରେ ୧୦ରୁ ୩୦% ରିହାତି ଘୋଷଣା କରାଯାଇଛି। ତଥାପି କେହି ବି ଟିକା ନେବାକୁ ଆଗ୍ରହ ଦେଖାଉ ନଥିବା ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକୁ ଫେରାଇବା ପାଇଁ କମ୍ପାନୀ ଗୁଡ଼ିକର ଦ୍ୱାରସ୍ଥ ହୋଇଛନ୍ତି।

ମେ’-ଜୁନ୍‌ ମାସରେ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକାର ଅଭାବ ଦେଖାଯାଇଥିଲା। କିନ୍ତୁ ଏବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ୪୭ ଲକ୍ଷରୁ ଅଧିକ ଡୋଜ୍‌ ଟିକା ପଡ଼ି ରହିଛି। ମୁମ୍ବାଇରେ ଥିବା ଘରୋଇ ହସ୍ପିଟାଲ ଗୁଡ଼ିକ ଯେତିକି ଟିକା କିଣିଥିଲେ, ତା’ର ୮୫% ସେମାନଙ୍କ ପାଖରେ ବିକ୍ରି ନ ହୋଇ ରହିଥିବା ଜଣାପଡ଼ିଛି।

ମଲଦାରେ ଥିବା ସଞ୍ଜିବନୀ ହସ୍ପିଟାଲ ୭ ହଜାର ଡୋଜ କୋଭିସିଲ୍ଡ ଟିକା କିଣିଥିଲା। ଏହାର ଦାମ ୪୪ ଲକ୍ଷ ଟଙ୍କା। ହେଲେ ଏହା ମଧ୍ୟରୁ କେବଳ କିଛି ଡୋଜ୍‌ ହସ୍ପିଟାଲ ବିକ୍ରି କରିପାରିଛି। ହସ୍ପିଟାଲର ନିର୍ଦ୍ଦେଶକ ଡା ସୁନୀଲ ଅଗ୍ରୱାଲ କହିଛନ୍ତି, “ଟିକା ହସ୍ପିଟାଲରେ ପଡ଼ି ରହିଥିବାରୁ ମୁଁ କମ୍ପାନୀ ଓ ବିଏମସିକୁ ଏ ସମ୍ପର୍କରେ ଯୋଗାଯୋଗ କରିଥିଲି। କିନ୍ତୁ କେହି ବି ଏହି ଟିକା ନେବାକୁ ଚାହୁଁନାହାନ୍ତି। ଏବେ ଟିକା ନଷ୍ଟ ହେବାକୁ ବସିଲାଣି। ତେଣୁ ଆମେ ଏହାକୁ ୩୦% ଡିସକାଉଣ୍ଟରେ ଲୋକଙ୍କୁ ଦେବାକୁ ଯୋଜନା କରିଛୁ। ପୂର୍ବରୁ ହସ୍ପିଟାଲରେ ଦୈନିକ ୧ ହଜାର ଡୋଜର ଟିକାକରଣ ହେଉଥିବା ବେଳେ ଏବେ ଏହା ୨୦ରୁ ୨୫କୁ ଖସି ଆସିଛି।”

ଓସ୍କାର ହସ୍ପିଟାଲରେ ମଧ୍ୟ ସମାନ ଦଶା। ହସ୍ପିଟାଲ ପକ୍ଷରୁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ ଟିକାର ୨୫ ହଜାର ଡୋଜ୍ ଅଣାଯାଇଥିଲା। କିନ୍ତୁ ଖୁବ କମ ଡୋଜ୍‌ ହସ୍ପିଟାଲ ବିକ୍ରି କରିପାରିଛି। କେବଳ ଏହି ଦୁଇ ହସ୍ପିଟାଲର ଏମିତି ଅବସ୍ଥା ନୁହେଁ, ମୁମ୍ବାଇରେ ଥିବା ପ୍ରାୟ ଅଧିକାଂଶ ଘରୋଇ ହସ୍ପିଟାଲରେ ବିପୁଳ ପରିମାଣର ଟିକାର ଡୋଜ୍ ପଡ଼ି ରହିଛି। ଏଗୁଡ଼ିକୁ ଏବେ କେମିତି ବିକ୍ରି କରାଯିବ, ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଚିନ୍ତାରେ ରହିଛନ୍ତି।

The post ରିହାତି ଦରରେ ଟିକା ବିକ୍ରି କରିବାକୁ ଚାହୁଁଛନ୍ତି ହସ୍ପିଟାଲ, କିନ୍ତୁ ନେବାକୁ କେହି ନାହାନ୍ତି appeared first on Odisha Reporter.



from Odisha Reporter https://ift.tt/3mXNNOc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages