ଅମ୍ବାନୀଙ୍କ ଘର ଠିକଣା ପଚାରୁଥିବା ବ୍ୟକ୍ତି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ଅମ୍ବାନୀଙ୍କ ଘର ଠିକଣା ପଚାରୁଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଠିକଣା ପଚାରିବା ପଡିଲା ମହଙ୍ଗା। ବନ୍ଧା ହେଲେ ବ୍ୟକ୍ତି। ନବି ମୁମ୍ବାଇରୁ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଗତକାଲି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଫୋନ୍‌ କଲ୍‌ ଆସିଥିଲା। ଦୁଇ ଜଣ ଆଣ୍ଟିଲିଆର ଠିକଣା ପଚାରୁଥିବା ସେ କହିଥିଲେ। ଆଣ୍ଟିଲିଆର ଲୋକେସନ ପଚାରୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ହାତରେ ବଡ ବ୍ୟାଗ ଥିଲା। ଏହାପରେ ଟ୍ୟାକ୍ସି ଡ୍ରାଇଭର ଜଣକ ମନକୁ ସନ୍ଦେହ ଆସିଥିଲା ଏବଂ ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଆଜି ନବି ମୁମ୍ବାଇରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ବ୍ୟକ୍ତି ଜଣକ ଅମ୍ବାନୀଙ୍କ ଘର ଦେଖିବା ପାଇଁ ଠିକଣା ପଚାରୁଥିଲା। ସେପଟେ ଯେଉଁ ଗାଡିରେ ଠିକଣା ପଚରାଯାଇଥିଲା ସେହି ଗାଡି ୱାଗନ-ଆର୍‌ ଥିଲା, ଏହା ଏକ ଟୁରିଷ୍ଟ ଗାଡି। ଯେଉଁ ବ୍ୟକ୍ତିଙ୍କୁ ଅମ୍ବାନୀଙ୍କ ଘରର ଠିକଣା ପଚରାଯାଇଥିଲା ସେହି ବ୍ୟକ୍ତି ଜଣକ ଜଣେ ଗୁଜରାତି ଟ୍ୟାକ୍ସି ଡ୍ରାଇଭର ଥିଲେ, ସେ ଟ୍ୟାକ୍ସି ଚଳାନ୍ତି। ତେବେ ପ୍ରାଥମିକ ତଦନ୍ତ ପରେ ପୁଲିସକୁ ଧରପଡିଥିବା ବ୍ୟକ୍ତିଙ୍କ ନିକଟରୁ କିଛି ସନ୍ଦିଗ୍ଧ ମିଳିନଥିବା ସୂଚନା ମିଳିଛି।

ସେପଟେ ଟ୍ୟାକ୍ସି ଡ୍ରାଇଭରଙ୍କ ଫୋନ୍‌ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଆଣ୍ଟିଲିଆ ଏବଂ ତା’ର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା। ଟ୍ୟାକ୍ସି ଡ୍ରାଇଭରଙ୍କ କହିବାନୁସାରେ, ଜଣେ ଦାଢ଼ି ଥିବା ବ୍ୟକ୍ତି ତାଙ୍କୁ କିଲା କୋର୍ଟ ସମ୍ମୁଖରେ ଆଣ୍ଟିଲିଆ ବିଷୟରେ ପଚାରିଥିଲେ। ଠିକଣା ମାଗିଥିବା ସନ୍ଦିଗ୍ଧଙ୍କ ପାଖରେ ଏକ ବଡ ବ୍ୟାଗ ଥିଲା। ପୁଲିସ ଏବେ ସେହି ଅଞ୍ଚଳା ସିସିଟିଭି ଫୁଟେଜ ମଗାଇଛି। ବିଶେଷ କରି ଅମ୍ବାନୀଙ୍କ ବାସଭବନକୁ ସଂଯୋଗ କରୁଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୫ରେ ଆଣ୍ଟିଲିଆ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଗୋଟିଏ ପରିତ୍ୟକ୍ତ ସ୍କ୍ରପିଓ ଆଣ୍ଟିଲିଆ ଆଗରୁ ଠାବ ହୋଇଥିଲା। ଏଥିରେ ବିପୁଳ ପରିମାଣର ଜିଲୋଟିନ, ଗୋଟିଏ ଧମକପୂର୍ଣ୍ଣ ଚିଠି ଓ ଅମ୍ବାନୀଙ୍କ ପରିବାର ସଦସ୍ୟଙ୍କ ଗୋଟିଏ କାର୍‌ର ନମ୍ବର ପ୍ଲେଟ ମିଳିଥିଲା।

ଏନଆଇଏ ଘଟଣାର ତଦନ୍ତ କରି ମୁମ୍ବାଇ ପୁଲିସର ନିଲମ୍ବିତ ଆସିସଷ୍ଟାଣ୍ଟ ସବ ଇନସପେକ୍ଟର ସଚିନ ବାଜେଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ସ୍କପ୍ରିଓଟି ଥାନେର କାର୍‌ ଡିଲର ମୁନସୁଖ ହିରେନଙ୍କର ବୋଲି ଜଣାପଡ଼ିଥିଲା। ପରେ ମାର୍ଚ୍ଚ ୫ରେ ମନସୁଖଙ୍କ ମୃତଦେହ ଗୋଟିଏ ନାଳରୁ ମିଳିଥିଲା।

The post ଅମ୍ବାନୀଙ୍କ ଘର ଠିକଣା ପଚାରୁଥିବା ବ୍ୟକ୍ତି ଗିରଫ appeared first on Odisha Reporter.



from Odisha Reporter https://ift.tt/3qithKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages