ଚେନ୍ନାଇ: ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ। ଚେନ୍ନାଇ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ଲଗାତର ତିନି ଦିନ ହେଲା ଜାରି ରହିଛି ବର୍ଷା। ବର୍ଷା ଯୋଗୁଁ ବର୍ତ୍ତମାନ ଯାଏଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫ଶହରୁ ଅଧିକ ଲୋକ ବାସହରା ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସେପଟେ ଅନେକ ଘର ଏବଂ ରାସ୍ତାଘାଟ ସବୁ ଜଳଗମ୍ନ ହୋଇଯାଇଛି। ରାସ୍ତା ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ଆଲର୍ଟ ରହିବା ପାଇଁ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଏନ୍ଡିଆର୍ଏଫ୍ ଟିମ୍ ଜରିଆରେ ଉଦ୍ଧାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୧୬.୮୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ କେକେଏସ୍ଆର୍ ରାମଚନ୍ଦ୍ରନ ସୂଚନା ଦେଇଛନ୍ତି।
ସେହିପରି ତାମିଲନାଡୁରେ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫୩୮ କୁଡିଆ ଘର ଏବଂ ୪ଟି ପକ୍କା ଘର ପୁରାପୂରି ନଷ୍ଟ ହୋଇଯାଇଛି। ଅନେକ ଲୋକେ ବାସହରା ହୋଇଛନ୍ତି। ଏହି କ୍ଷତି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବର୍ଷା ଯୋଗୁଁ ଆଜି ଦ୍ୱିତୀୟ ଦିନ ପାଇଁ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ୯ରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।
ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରାମ, ଚେଙ୍ଗାଲପେଟ ଏବଂ ଭେଲୋର ସମେତ ଉତ୍ତର ଜିଲ୍ଲାର ଅଧିକାଂଶ ଅଂଶ ସୋମବାର ସକାଳ ଠାରୁ ହାଲୁକା ମଧ୍ୟମ ଧରଣର ବର୍ଷା ହେଉଛି। ନଭେମ୍ବର ୭ରେ ସକାଳ ୮.୩୦ରୁ ନଭେମ୍ବର ୮ ରେ ସକାଳ ୮.୩୦ ରୁ ଏଠାରେ ଏବଂ ଉପାନ୍ତ ଅଞ୍ଚଳରେ ୪ରୁ ୧୪ ମି.ମି ବର୍ଷା ହୋଇଥିଲା। ତିରୁବନନାମାଲାଇ, କାଞ୍ଚିପୁରାମ ଏବଂ କୁଡାଲୋର ସମେତ ଅନ୍ୟାନ୍ୟ ଅଞ୍ଚଳରେ ୩ ମି.ମି ପର୍ଯ୍ୟନ୍ତ ବର୍ଷା ହୋଇଥିଲା ।
ଏହି ସମୟ ମଧ୍ୟରେ ମଙ୍ଗଳବାରଠାରୁ ସହର ଏବଂ ଆଖପାଖ ଅଞ୍ଚଳରେ ଅଧିକ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ପଡୋଶୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଝଡ ସୃଷ୍ଟି ହୋଇଛି ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ଏବଂ ବଙ୍ଗୋପସାଗରର କିଛି ଅଂଶରେ ଏକ ଚାପ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଲଘୁଚାପରେ ପରିଣତ ହୋଇ ୧୧ ନଭେମ୍ବର ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି।
5 deaths in Tamil Nadu due to rain. 538 huts damaged, 4 houses fully damaged. More damage expected if rain intensifies: KKSSR Ramachandran, Tamil Nadu Revenue and Disaster Management Minister pic.twitter.com/UHRKgCnCtE
— ANI (@ANI) November 9, 2021
Rainfall is less today, so Chennai Corporation is pumping out water from low lying areas. Rescue operation underway by Army, NDRF, TN Fire and others. In Chennai, more nodal officers are posted for review and rescue operations: KKSSR Ramachandran pic.twitter.com/U1q0D0CDMK
— ANI (@ANI) November 9, 2021
The post ପ୍ରବଳ ବର୍ଷା ନେଲା ୫ ଜୀବନ, ୫୦୦ରୁ ଅଧିକ ବାସହରା appeared first on Odisha Reporter.
from Odisha Reporter https://ift.tt/3BSMhkF
No comments:
Post a Comment