ରାଗି ଗଲେ, କହିଲେ- ବାହାଘର ପରେ ପ୍ରଥମ ରାତିରେ କ’ଣ ହୁଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ରାଗି ଗଲେ, କହିଲେ- ବାହାଘର ପରେ ପ୍ରଥମ ରାତିରେ କ’ଣ ହୁଏ?

ବେଙ୍ଗାଲୁରୁ: ସାମ୍ବାଦିକ ସମ୍ମିଳନୀରେ ରାଗିଗଲେ କନ୍ନଡ଼ ଅଭିନେତ୍ରୀ ରଚିତା ରାମ। କହିଲେ- ବାହାଘର ପରେ ପ୍ରଥମ ରାତିରେ କ’ଣ ହୁଏ? ତେବେ ସେ ଏମିତି କାହିଁକି କହିଲେ?

କଥାଟା ହେଉଛି- ଆଗକୁ ରଚିତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ଲଭ୍ ୟୁ ରଚ୍ଛୁ’। ଏଥିରେ ଅନେକ ବୋଲ୍ଡ ସିନ୍ ଅଛି। ଆଉ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଏ ସଂପର୍କରେ ପଚାରିବାରୁ ରଚିତା ରାଗିଯାଇଥିଲେ। କାରଣ ସେ ପୂର୍ବରୁ କହିଥିଲେ ଯେ ସେ ଆଉ ବୋଲ୍ଡ ସିନ୍‌ରେ ଅଭିନୟ କରିବେ ନାହିଁ।

ରଚିତା ସାମ୍ବାଦିକ ସମ୍ମିଳନୀରେ ଉକ୍ତ ରିପୋର୍ଟରଙ୍କ ଉପରେ ରାଗିଯାଇ କହିଥିଲେ, ଆପଣ କ’ଣ ବିବାହିତ ନୁହନ୍ତି? ବାହାଘର ପରେ ପ୍ରଥମ ରାତିରେ ସ୍ୱାମୀସ୍ତ୍ରୀ କ’ଣ କରନ୍ତି ? ସେମାନେ କ’ଣ କରନ୍ତି? ସେମାନେ ରୋମାନ୍ସ କରିବେ। ଠିକ୍ ଅଛି। ଆଉ ଠିକ୍ ତାହାକୁ ଫିଲ୍ମରେ ଦେଖାଯାଇଛି।

ବୋଲ୍ଡ ସିନ୍‌କୁ ନେଇ ରଚିତା ଆହୁରି କହିଥିଲେ ଯେ ସେ କାହାଣୀ ଅନୁସାରେ ଅଭିନୟ କରିଛନ୍ତି। ସେ କହିଛନ୍ତି, କିଛି କାରଣ ପାଇଁ ମୁଁ ବୋଲ୍ଡ ସିନ୍ କରିଛି। ଆପଣମାନେ ଯେତେବେଳେ ଫିଲ୍ମଟି ଦେଖିବେ ସେତେବେଳେ ବୁଝିପାରିବେ, କାହିଁକି ସେହିସବୁ ସିନ୍ କରାଯାଇଛି।

ସେହିପରି ଫିଲ୍ମରେ ଥିବା ଏକ ଗୀତର ଏକ ସିନ୍ ବିଷୟରେ ଆଉ ଜଣେ ସାମ୍ବାଦିକ ପଚାରିଥିଲେ। ରଚିତା କହିଥିଲେ ଯେ ସେହି ସିନ୍‌ରେ ଏମିତି କିଛି ନାହିଁ ଯାହା ଅଶ୍ଲୀଳ ଲାଗି। ତେଣୁ ସେ କିଛି ଭୁଲ୍ କରି ନାହାନ୍ତି।

‘ଲଭ୍ ୟୁ ରଚ୍ଛୁ’ରେ ରଚିତାଙ୍କ ସହିତ ଅଜୟ ରାଓ ଅଭିନୟ କରିଛନ୍ତି। ଆଉ ଫିଲ୍ମରେ ସେମାନେ ବହୁ ବୋଲ୍ଡ ସିନ୍ ଦେଇଥିବା ବେଳେ ସେଗୁଡ଼ିକ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ସୂଚନାଯୋଗ୍ୟ, ଫିଲ୍ମ ‘ଆଇ ଲଭ୍‌ ୟୁ’ରେ ମଧ୍ୟ ରଚିତା ବୋଲ୍ଡ ସିନ୍ ଦେଇଥିଲେ। ଏଥିରେ ସୁପରଷ୍ଟାର ଉପେନ୍ଦ୍ର ଥିଲେ। ତେବେ ଫିଲ୍ମଟି ରିଲିଜ୍ ହେବା ପରେ ରଚିତା କହିଥିଲେ ଯେ ସେ ଆଉ ବୋଲ୍ଡ ସିନ୍‌ରେ ଅଭିନୟ କରିବେ ନାହିଁ। କାରଣ ଏହା ତାଙ୍କ ପରିବାରକୁ ଆଘାତ ଦେଉଛି।

The post ରାଗି ଗଲେ, କହିଲେ- ବାହାଘର ପରେ ପ୍ରଥମ ରାତିରେ କ’ଣ ହୁଏ? appeared first on Odisha Reporter.



from Odisha Reporter https://ift.tt/3n62gYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages