ଓଲଟି ପଡ଼ିଲା ଟ୍ରାକ୍ଟର, ଦୁଇ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ଓଲଟି ପଡ଼ିଲା ଟ୍ରାକ୍ଟର, ଦୁଇ ଶ୍ରମିକ ମୃତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଆଇଡିସି ଖଣି ଭିତରେ ପାଣି ଟ୍ୟାଙ୍କର ଟ୍ରାକ୍ଟର ଓଲଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଭୂଇଁଆ ରୋଇଡ଼ା ଗାଁର ସମରା କାରୁଆ ଓ ଦମୟନ୍ତି ଓରାମ। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମରା ଓ ଦମୟନ୍ତି ଟ୍ରାକ୍ଟରରେ ବସି ଖଣିକୁ କାମ କରିବାକୁ ଯାଉଥିଲେ। ଡ୍ରାଇଭର ସହ ସମରା ଓ ଦମୟନ୍ତି  ଟ୍ରାକ୍ଟରରେ ଥିଲେ। ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତୋଜନା ଦେଖାଯାଇଛି। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଖଣି ଭିତରେ ଶ୍ରମିକ ଓ ଗ୍ରାମବାସୀ ଧାରଣାରେ ବସିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

The post ଓଲଟି ପଡ଼ିଲା ଟ୍ରାକ୍ଟର, ଦୁଇ ଶ୍ରମିକ ମୃତ appeared first on Odisha Reporter.



from Odisha Reporter https://ift.tt/3qA0ssG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages