୧୫ ଯାଏ ଇଡି ପଞ୍ଝାରେ ରହିବେ ଅନୀଲ ଦେଶମୁଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

୧୫ ଯାଏ ଇଡି ପଞ୍ଝାରେ ରହିବେ ଅନୀଲ ଦେଶମୁଖ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଓ ବଟି ଆଦାୟ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କୁ ଆସନ୍ତା ୧୫ ତାରିଖ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦିଆଯାଇଛି। ଏହି ସମୟରେ ଇଡି ତାଙ୍କୁ ମନି ଲଣ୍ଡରିଂ ମାମଲାରେ ମାରାଥନ ଜେରା କରିବ।

ଗତ ସପ୍ତାହରେ ଏହି ମାମଲାରେ ଇଡି ଶ୍ରୀ ଦେଶମୁଖଙ୍କୁ ଗିରଫ କରିଥିଲା। ନଭେମ୍ବର ୬ରେ ସ୍ୱତନ୍ତ୍ର ଅବସରକାଳୀନ କୋର୍ଟ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରି ଅନୀଲ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ପରିବର୍ତ୍ତନ କରି ତାଙ୍କୁ ନଭେମ୍ବର ୧୨ ଯାଏ ଇଡି ରିମାଣ୍ତରେ ଛାଡ଼ିଥିଲେ।

ଆଜି ତାଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ ଇଡି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା। ଏହାକୁ ଦେଶମୁଖଙ୍କ ଓକିଲ ବିରୋଧ କରିଥିଲେ। ତେବେ ପିଏମଏଲଏ କୋର୍ଟର ବିଚାରପତି ଏଚଏସ୍‌ ସତଭାଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦେଶମୁଖଙ୍କ ରିମାଣ୍ଡ ଅବଧିକୁ ୧୫ ତାରିଖ ଯାଏ ବୃଦ୍ଧି କରିଛନ୍ତି।

ରିମାଣ୍ଡରେ ଥିବା ଦେଶମୁଖକୁ ଇଡି ଜେରା କରିବା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ। ସେହିପରି ତାଙ୍କୁ ଘରର ରନ୍ଧା ଖାଦ୍ୟ ଓ ମେଡିସିନ ମଧ୍ୟ ମିଳିବ। ଅନ୍ୟପକ୍ଷରେ ଦେଶମୁଖଙ୍କ ପୁଅ ହୃଷିକେଶ ଦେଶମୁଖଙ୍କୁ ମଧ୍ୟ ମନି ଲଣ୍ଡରିଂ ମାମଲାରେ ଗିରଫ ଭୟ ଘାରିଛି। ଏଥିପାଇଁ ସେ ମୁମ୍ବାଇ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ଆସନ୍ତା ୨୦ ତାରିଖ ଯାଏ ଏହାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ତେଣୁ ତାଙ୍କୁ ଇଡି କୌଣସି ବି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଥିବା ବେଳେ ଶ୍ରୀ ଦେଶମୁଖଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିଥିଲା। ସେ ପୁଲିସ୍‌ ଜରିଆରେ ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ କହିଥିଲେ।

ଏହାକୁ ନେଇ ବିବାଦ ହେବାରୁ ସେ ଗୃହମନ୍ତ୍ରୀ ପଦ ଛାଡ଼ିଥିଲେ। ଏହାପରେ ଇଡି ଏହି ଲାଞ୍ଚ କାରବାର ମାମଲାରେ ମନି ଲଣ୍ଡରିଂ ଦିଗର ଖୋଳତାଡ଼ ଆରମ୍ଭ କରିବା ସହ ଦେଶମୁଖଙ୍କୁ ସମନ କରିଥିଲା।

ସେ ଏଥିରୁ ବର୍ତ୍ତିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟରୁ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନଥିଲା। ଶେଷରେ ଇଡିର ସମନ ଅନୁଯାୟୀ ଦେଶମୁଖ ଗତ ସୋମବାର ମୁମ୍ବାଇ କାର୍ଯ୍ୟାଳୟରେ ଜେରାରର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

The post ୧୫ ଯାଏ ଇଡି ପଞ୍ଝାରେ ରହିବେ ଅନୀଲ ଦେଶମୁଖ appeared first on Odisha Reporter.



from Odisha Reporter https://ift.tt/3wECDRy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages