ମୁମ୍ବାଇ: ପ୍ରେମରେ ପାଗଳ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ବାହା ହେବାକୁ ତାଙ୍କର ଏବେ ମନ । କେବଳ ସେତିକି ନୁହେଁ ୫ ବର୍ଷ ଭିତରେ ସେ ମା’ ହେବାକୁ ମଧ୍ୟ ଇଚ୍ଛା ଜାହିର କରିଛନ୍ତି। ଏ କଥା ଆମେ କହୁନୁ, ନିକଟରେ ସେ ଖୋଦ୍ କହିଛନ୍ତି।
ନିକଟରେ କଙ୍ଗନା ନିଜ ରିଲେସନ୍ସିପ୍କୁ ନେଇ କରିଛନ୍ତି ଖୁଲାସା। ଏକ ସାକ୍ଷାତକାରେ ସେ ପ୍ରେମରେ ଥିବା ନେଇ ମାନିଛନ୍ତି। କେବଳ ସେତିକି ନୁହେଁ ବିବାହ କରିବେ ବୋଲି ମଧ୍ୟ କହିଛନ୍ତି।
ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଟାଇମ୍ସ ନାଓକୁ କଙ୍ଗନା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ଏହି ଇଣ୍ଟରଭ୍ୟୁରେ ୫ ବର୍ଷ ଭିତରେ ଆପଣ ନିଜକୁ କେଉଁଠି ଦେଖିବାକୁ ଚାହୁଁଛନ୍ତି ବୋଲି କଙ୍ଗନାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ କଙ୍ଗନା ବିବାହ କରିବାକୁ ଚାହୁଁଛି ଏବଂ ଆଗାମୀ ୫ ବର୍ଷ ଭିତରେ ନିଜକୁ ମା’ ରୂପେ ଦେଖିବାକୁ ଚାହୁଁଛି ବୋଲି କହିଥିଲେ। ଏଥିସହ ତାଙ୍କ ପାର୍ଟନର କିଏ ସେ କାହା ସହ ରିଲେସନସିପ୍ରେ ଅଛନ୍ତି ସେ ନେଇ କଙ୍ଗନା ଖୁବ୍ ଶୀଘ୍ର ଖୁଲାସା କରିବେ ବୋଲି କହିଛନ୍ତି।
ସୂୂଚନା ମୁତାବକ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା କଙ୍ଗନା ନିକଟରେ ନିଜ ପ୍ରଡକ୍ସନ ହାସଉରେ ତିଆରି ହେବାକୁ ଥିବା ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’ର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ନବାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ କୌର ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମକୁ ନିଜେ କଙ୍ଗନା ପ୍ରଡ୍ୟୁସ କରୁଛନ୍ତି।
ସେହିପରି କଙ୍ଗନା ଆଗକୁ ମଣିକର୍ଣ୍ଣିକା ରିଟର୍ଣ୍ଣସ୍, ଏମରଜେନ୍ସି, ଧାକଡ, ତେଜସ, ଅପରାଜିତା ଅୟୋଧ୍ୟା ଏବଂ ଦ ଇନକାର୍ଣ୍ଣେଶନ ସୀତାରେ ନଜର ଆସିବେ। କିଛି ଦିନ ପୂର୍ବେ କଙ୍ଗନାଙ୍କ ଫିଲ୍ମ ‘ଥଲାଇଭି’ ରିଲିଜ ହୋଇଛି। ଏଥିରେ ତାଙ୍କୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଭୂମିକାରେ ଦେଖିବାକୁ ମିଳିଛି।
The post ପ୍ରେମରେ ଉବୁଟୁବୁ କଙ୍ଗନା! ବାହା ହେବାକୁ ମନ appeared first on Odisha Reporter.
from Odisha Reporter https://ift.tt/2YzwTMg
No comments:
Post a Comment