ଅଳ୍ପଦିନର କମ୍ପାନୀ, ଚମକାଇ ଦେଲେ ଫାଲଗୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ଅଳ୍ପଦିନର କମ୍ପାନୀ, ଚମକାଇ ଦେଲେ ଫାଲଗୁନି

ନୂଆଦିଲ୍ଲୀ: ବ୍ୟୁଟି କମ୍ପାନୀ Nykaa ଜବରଦସ୍ତ ସଫଳତା ହାସଲ କରିଛି । ରାତାରାତି ମାଲେମାଲ ହୋଇଛନ୍ତି କମ୍ପାନୀର ସିଇଓ ଫାଲଗୁନି ନାୟାର। ଫାଲଗୁନିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାଙ୍କ ପରିଚାଳିତ  ଫେସନ ଏବଂ ଇ-କମର୍ସ ଭେଞ୍ଚର ସେୟାର ବଜାରରେ ଧମକାଦାର ଲିଷ୍ଟରେ ସାମିଲ ହୋଇଛି। ଫଳରେ ଫାଲଗୁନି ବିଶ୍ୱର ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ବୁଧବାର ଷ୍ଟକ ଏକ୍ସଚେଞ୍ଚରେ ଚାର ଚାନ୍ଦ ଲଗାଇଥିବା ଫାଲଗୁନିଙ୍କ କଂପାନି ୬୫୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ ହୋଇଯାଇଛନ୍ତି ।

ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ଭାବେ ଫାଲାଗୁନିଙ୍କ ଷ୍ଟାର୍ଟ ଅପ କମ୍ପାନୀ ଷ୍ଟକ ବଜାରରେ ବିରଳ ସଫଳତା ହାସଲ କରିଛି। ବ୍ୟାଙ୍କ ଚାକିରି  ଛାଡ଼ି ନାୟାର ଷ୍ଟାର୍ଟଅପ କମ୍ପାନୀ ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭର ମାତ୍ର ଅଳ୍ପ ଦିନରେ ଦେଶର ବିତ୍ତଶାଳୀ ମହିଳା ହୋଇପାରିଛନ୍ତି ଫାଲଗୁନି।

୫୦ ବର୍ଷରେ ପାଦ ଥାପିବା ପୂର୍ବରୁ ୨୦୧୨ରେ ଫାଲଗୁନି ଇ-କମର୍ଷ ପ୍ଲାଟଫର୍ମ ଆରମ୍ଭ କରିଥିଲେ। ମୋବାଇଲ ଆପ ଏବଂ ୱେବସାଇଟ୍ ଜରିଆରେ ଫାଲଗୁନି ବ୍ୟୁଟି ଏବଂ ପର୍ସନାଲ କେୟାର ପ୍ରଡକ୍ଟ ବିକ୍ରି ଆରମ୍ଭ କରିଥିଲେ।  ଖୁବ୍ କମ ଦିନରେ ସଫଳତାର ଶିଖରକୁ ଛୁଇଁପାରିଥିବା ଫାଲଗୁନି କହିଛନ୍ତି ଯେ, ମହିଳାମାନଙ୍କୁ  ଆର୍ଥିକ ଶସକ୍ତ ପାଇଁ ଅଧିକ ସୁଯୋଗ ଦିଆଯିବା ଉଚିତ। ସେମାନଙ୍କୁ ସୁଯୋଗ ମିଳିଲେ   ମୋ ଭଳି ଅନେକ ମହିଳା ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ବୋଲି ସେ କହିଛନ୍ତି।

The post ଅଳ୍ପଦିନର କମ୍ପାନୀ, ଚମକାଇ ଦେଲେ ଫାଲଗୁନି appeared first on Odisha Reporter.



from Odisha Reporter https://ift.tt/3FbqV45

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages