ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌, ବନ୍ଧୁବାନ୍ଧବଙ୍କଠାରୁ ୭ ଲକ୍ଷ ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌, ବନ୍ଧୁବାନ୍ଧବଙ୍କଠାରୁ ୭ ଲକ୍ଷ ଲୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନ୍‌କୁ ଆସି ନ ଥିଲା କୌଣସି ଲିଙ୍କ୍‌ । ତଥାପି ହ୍ୟାକ୍‌ ହୋଇଗଲା ହ୍ୱାଟସ୍ଆପ୍ । ଏପରିକି ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ମୋବାଇଲକୁ ମେସେଜ ଯାଇ ଶରୀର ଅସୁସ୍ଥ ଥିବାରୁ ଟଙ୍କା ମଧ୍ୟ ମଗାଗଲା। ସତ ଭାବି ବନ୍ଧୁବାନ୍ଧବ ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏପରି ସାଇବର କ୍ରାଇମ୍‌ର ଶିକାର ହୋଇଛନ୍ତି ଓକାକ୍‌ର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ ।

ମନୋଜଙ୍କର ହ୍ୱାଟସ୍ଆପ୍ ହ୍ୟାକ କରି ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲା ସାଇବର ଲୁଟେରା ।   ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ୫ ଜଣ ୭ ଲକ୍ଷ ଟଙ୍କା ଦେଇଛନ୍ତି।  ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଛନ୍ତି ।   ସତ ପଦାକୁ ଆସିବା ପରେ  ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ।  ସେ ନିଜେ ମଧ୍ୟ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ମନୋଜ ପଟ୍ଟନାୟକ ।

ଏହି ବରିଷ୍ଠ ଅଧିକାରୀ କହିଛନ୍ତି, ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା ।  ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍  କାଟିଦେଇଥିଲେ  । ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି  । ଏହା ସହିତ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ କହିଥିଲେ  ।

ଏହା ପରେ ଫୋନ୍ ହ୍ୟାକ୍‌ ହୋଇଥିବା ସେ ଜାଣିଲେ ବୋଲି ମନୋଜ ପଟ୍ଟନାୟକ କହିଛନ୍ତି । ଏହା ପରେ ଆଉ କେତେକ ସାଙ୍ଗ ଓ ସଂପର୍କୀୟଙ୍କ ଫୋନ୍ ଆସିଥିଲା  । ସେମାନଙ୍କ ନିକଟକୁ ଟଙ୍କା ମାଗିବାର ମେସେଜ ଆସିଥିବା କହିଲେ । ତାଙ୍କ ଅଫିସ୍‌ର କିଛି ଷ୍ଟାଫ୍ ମଧ୍ୟ ଟଙ୍କା ଦେଇଛନ୍ତି  ।

ଏବେ ବି ନିଜ ଫୋନ୍‌ରେ  ହ୍ୱାଟସ୍ଆପ୍ ଇନ୍‌ଷ୍ଟଲ କରିପାରିନାହାନ୍ତି ମନୋଜ ପଟ୍ଟନାୟକ । ତେବେ ସେ କହିଛନ୍ତି, କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ତା ସତ୍ତ୍ୱେ ଦୁର୍ବୃତ୍ତ କିପରି ହ୍ୟାକ୍ କଲା ବୋଲି  ଆଶ୍ଚର୍ଯ୍ୟ ହୋଇଛନ୍ତି ମନୋଜ ପଟ୍ଟନାୟକ ।

ରାଜ୍ୟରେ ସାଇବର କ୍ରାଇମ୍‌କୁ ଧରିବାକୁ ବହୁ ପଦକ୍ଷେପ ନିଆଯାଉଛି। ହେଲେ ଓକାକ୍‌ର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍‌ ଯଦି ହ୍ୟାକ୍‌ ହୋଇପାରୁଛି, ତେବେ ସାଧାରଣ ଲୋକ କିପରି ସାଇବର ଲୁଟେରାଙ୍କ କବଳରୁ ନିଜ ଅର୍ଥକୁ ସୁରକ୍ଷିତ ରଖିପାରିବେ ତାକୁ ନେଇ ଦେଖାଦେଲାଣି ଚିନ୍ତା।

The post ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌, ବନ୍ଧୁବାନ୍ଧବଙ୍କଠାରୁ ୭ ଲକ୍ଷ ଲୁଟ୍‌ appeared first on Odisha Reporter.



from Odisha Reporter https://ift.tt/3Haodxm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages