କୋଭାକ୍ସିନ୍‌କୁ ମିଳିବ କି ମଞ୍ଜୁରୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

କୋଭାକ୍ସିନ୍‌କୁ ମିଳିବ କି ମଞ୍ଜୁରୀ?

ନୂଆଦିଲ୍ଲୀ: ଆଜି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ମିଳିବ କି ମଞ୍ଜୁରୀ। କ’ଣ ହେବ କୋଭାକ୍ସିନ୍‌ର ଭାଗ୍ୟ। ଗ୍ରୀନ୍‌ ସିଗ୍‌ନାଲ ମିଳିବ ନା ପୁଣି ଦିନ ଗଡିବ? କୋଭାକ୍ସିନ୍‌ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରାଯିବ କି ନାହିଁ, ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି।

ପୂର୍ବରୁ ଅୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା।  ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକନିକାଲ ଆଡଭାଇଜରି ଗ୍ରୁପର ବୈଠକ ହେଉଛି। ଭରତ ବାୟୋଟେକ୍ ଏପ୍ରିଲରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା ​​| WHO ଏବେ ଏହାର କ’ଣ ଲାଭ ହେବ ଏବଂ କ’ଣ କ୍ଷତି ହୋଇପାରେ ସେନେଇ ମୂଲ୍ୟାଙ୍କନ କରୁଛି।

ପୂର୍ବରୁ ଫାଇଜର, କୋଭିସିଲଡ୍ ସହ ୬ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ପକ୍ଷରୁ ସବୁଜ ସଙ୍କେତ ମିଳି ନଥିଲେ ମଧ୍ୟ ଅଷ୍ଟ୍ରେଲିଆ, ଗ୍ରୀସ, ଶ୍ରୀଲଙ୍କା, ଇରାନ, ମେକ୍ସିକୋ ସହ  ୧୩ଟି ଦେଶ ଅନୁମତି ଦେଇ ସାରିଛନ୍ତି।

The post କୋଭାକ୍ସିନ୍‌କୁ ମିଳିବ କି ମଞ୍ଜୁରୀ? appeared first on Odisha Reporter.



from Odisha Reporter https://ift.tt/3bDYteq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages