ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ପୁଲିସ ଅଟକ ରଖିବା ସହ ପଚରାଉଚରା ଚଳାଇଛି। ରୁପେଶ ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ପୁଲିସ ସନ୍ଦେହ କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିଲା। ପଡ଼ୋଶୀ ଘରର ଯୁବକ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଯୁବକଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶି ମାଆ,ଝିଅଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରୁପେଶ ନିଜେ ମଧ୍ୟ ଆହତ ହୋଇଥିଲେ।
ରୂପେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିଲେ। ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ରୁପେଶ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରୁ ଡିସଚାର୍ଜ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
The post ମା’ ଝିଅଙ୍କୁ ଛୁରାମାଡ଼ ଘଟଣା; ହସ୍ପିଟାଲରୁ ଡିସଚାର୍ଜ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/2ZSq0GA
No comments:
Post a Comment