ଲକ୍ଷ୍ନୌ: ଦୀପାବଳି ପାଇଁ ଅଯୋଧ୍ୟାରେ ଆରମ୍ଭ ହୋଇଛି ଭବ୍ୟ ଆୟୋଜନ। ବିଶ୍ୱ ରେକର୍ଡ କରିବ ଅଯୋଧ୍ୟା। ୧୨ ଲକ୍ଷ ଦୀପରେ ପ୍ରଜ୍ଜ୍ୱଳିତ ହେବ ରାମ ଜନ୍ମଭୂମି। ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ବ୍ୟାପକ ଆୟୋଜନ ଚାଲିଛି। କେବଳ ରାମ କି ପୈଡୀ ଘାଟରେ ଚଳିତ ବର୍ଷ ୯ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ। ଅନ୍ୟ ୩ ଲକ୍ଷ ଦୀପ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ଜଳାଯିବ।
ଏଥି ସହିତ, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଅଯୋଧ୍ୟା ପହଞ୍ଚିଛନ୍ତି। ଏହାର ରେକର୍ଡ ପାଇଁ ଦୀପ ଗଣନା ଚାଲିଛି। ଏହାସରବା ପରେ ଏହାକୁ ବିଶ୍ୱ ରେକର୍ଡର ମାନ୍ୟତା ଦିଆଯିବ।
ଅଯୋଧ୍ୟାରେ ପ୍ରାୟ ୨ ହଜାର ସ୍ୱେଚ୍ଛାସେବୀ ଦୀପୋତ୍ସବରେ ସାହାଯ୍ୟ କରୁଛନ୍ତି। ଏଥି ସହିତ ଦୀପୋତ୍ସବରେ ୩୬,୦୦୦ ଲିଟର ସୋରିଷ ତେଲ ବ୍ୟବହାର କରାଯିବ। ଏଥିପାଇଁ ୩୨ ଟି ଟିମ୍ ଗଠନ କରାଯାଇଛି ବୋଲି କୁହାଯାଉଛି। ରାମ ମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟର ପ୍ରଫେସର ଶୈଲେନ୍ଦ୍ର ବର୍ମା ଏହାର ନୋଡାଲ ଅଫିସର ଭାବରେ ନିଯୁକ୍ତ ହୋଇଛନ୍ତି। ଯାହାଙ୍କ ତତ୍ତ୍ୱାବଧାନରେ ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହେବ|
ସେପଟେ ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ଆଗମନ ସ୍ମୃତିରେ ସହରରକୁ ନବବଧୂ ଭଳି ସଜାଯାଇଛି। ପୂରା ସହରକୁ ସଫା ସୁତରା କରାଯାଇଛି। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୂରା ଅଯୋଧ୍ୟା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୀପ ଉତ୍ସବକୁ ଉଦଘାଟନ କରିବେ। ଗତ ୫ ବର୍ଷ ଧରି ଦୀପାବଳି ଅବସରରେ ଅଯୋଧ୍ୟାରେ ଏଭଳି ଦୀପୋତ୍ସବର ଆୟୋଜନ କରାଯାଉଛି।
Ayodhya | The fifth edition of the Deepotsav to feature tableaux based on the Hindu epic Ramayana, sand art and dancers pic.twitter.com/OlPX5KKjvk
— ANI UP (@ANINewsUP) November 3, 2021
The post ବିଶ୍ୱ ରେକର୍ଡ କରିବ ରାମ ଜନ୍ମଭୂମି, ଜଳିବ ୧୨ ଲକ୍ଷ ଦୀପ appeared first on Odisha Reporter.
from Odisha Reporter https://ift.tt/3k0qz8f
No comments:
Post a Comment