ମୃତ୍ୟୁର ଦ୍ୱାରଦେଶରେ ବନ୍ଦୀ ପତ୍ରକାର; କରୋନା ରିପୋର୍ଟିଂ କରି‍ବାରୁ ବାନ୍ଧିଥିଲା ଚୀନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ମୃତ୍ୟୁର ଦ୍ୱାରଦେଶରେ ବନ୍ଦୀ ପତ୍ରକାର; କରୋନା ରିପୋର୍ଟିଂ କରି‍ବାରୁ ବାନ୍ଧିଥିଲା ଚୀନ୍‌

 ବେଜିଂ: ଚୀନ୍‌ର ବେଜିଂ ସହରରୁ ଉତ୍ପତି ହୋଇଥିବା କରୋନା ମହାମାରୀ ଉପରେ ଖବର ସଂଗ୍ରହ କରିବାକୁ ଯାଇ ବନ୍ଧା ହୋଇଥିବା ପତ୍ରକାର ଝାଙ୍ଗ ଝାନ ଏବେ ମୃତ୍ୟୁର ଦ୍ୱାରଦେଶରେ । ଅଶାନ୍ତି ସୃଷ୍ଟି କରିବା ସମସ୍ୟାକୁ ଉସକାଇବା ପରି ସଙ୍ଗୀନ ଆରୋପ ଅଭିଯୋଗରେ ଚୀନ୍‌ର କାଳ କୋଠରୀରେ ଥିବା ଝାଙ୍ଗ ଏହା ପ୍ରତିବାଦରେ ଚଳାଇଛନ୍ତି ଆମରଣ ଅନଶନ । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଗୁରୁତର ହେଉଥିବା ବେଳେ ସେ ଅଧିକ ଦିନ ବଞ୍ଚିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ତାଙ୍କ ପରିବାର ଲୋକ ।

ସୂଚନାଯୋଗ୍ୟ,  ଉହାନ ସହରରୁ ପ୍ରଥମେ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାର ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ଝାଙ୍ଗ ଝାନ ନାମ୍ନୀ ସିଟିଜେନ ଜର୍ଣ୍ଣାଲିଷ୍ଟ। ସମଗ୍ର ବିଶ୍ୱ ସମୁଦାୟ ସମ୍ମୁଖକୁ ଉହାନବାସୀଙ୍କ ବାସ୍ତବ ଚିତ୍ର ଆଣିବାକୁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ଝାଙ୍ଗ ଝାନ ଏବେ କିନ୍ତୁ ନିଜେ ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚିଥିବା ଜଣାଯାଇଛି।

ଝାନ୍‌ ୨୦୨୦ ଫେବୃୟାରୀରେ ଉହାନରେ ପହଞ୍ଚି କରୋନା ସ୍ଥିତି ଉପରେ ରିପୋର୍ଟିଂ କରିଥିଲେ। ଏନେଇ ସେ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ଏହାର ରେକଡିଂ ମଧ୍ୟ କରିଥିଲେ। ଏହାପରେ ଉକ୍ତ ବର୍ଷ ମେ’ ମାସରେ ତାଙ୍କୁ ଚୀନ୍‌ ସରକାର ଗିରଫ କରିଥିବା ବେଳେ ଡିସେମ୍ବର ମାସରେ ତାଙ୍କୁ ୪ ବର୍ଷ କାରାଦଣ୍ଡାଦେଶର ଶୁଣାଣି ହୋଇଥିଲା।  ତାଙ୍କ ଉପରେ ଅଶାନ୍ତି ସୃଷ୍ଟି କରିବା ପରି ସଙ୍ଗୀନ ଆରୋପ ଲାଗିଥିଲା। ଏହା ପ୍ରତିବାଦରେ ଜେଲ୍‌ରେ ଆମରଣ ଅନଶନ ଚଳାଇଛନ୍ତି ଝାନ୍‌ ।

ଝାନ୍‌ଙ୍କ ଭାଇ ଟ୍ୱିଟ କରି କହିଛନ୍ତି,  ମୋ ଭଉଣୀଙ୍କର ଓଜନ ଖୁବ୍‌ ହ୍ରାସ ପାଇବାରେ ଲାଗିଛି। ସେ ଅଧିକ ଦିନ ଜୀବିତ ରହିବା ଅବସ୍ଥାରେ ନାହାନ୍ତି। ଏପରିକି ଆଗାମୀ ଶୀତ ଦିନ ପର୍ଯ୍ୟନ୍ତ ବଞ୍ଚି ନ ପାରନ୍ତି ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।

ଝାନ୍‌ ଏବେ ଆମରଣ ଅନଶନ କରୁଥିବା ବେଳେ ତାଙ୍କ ଅବସ୍ଥା ଉଦବେଗଜନକ ରହିଛି। ଝାନଙ୍କ ଅବସ୍ଥା ଦିନକୁ ଦିନ ବିଗୁଡ଼ିଥିବା ବେଳେ ଏବେ ଅନ୍ୟର ସାହାରା ବିନା ସେ ଚାଲିବା ବି ସମ୍ଭବପର ନୁହେଁ ।  ଏପରିକି ନାକ ବାଟେ ପାଇପ୍‌ ଯୋଗେ ତାଙ୍କୁ ତରଳ ଖାଦ୍ୟ ପଦାର୍ଥ ଦିଆଯାଉଛି। ହେଲେ ତାଙ୍କ ଲିଗାଲ ଟିମ୍‌ ନିକଟରେ ଝାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ କିଛି ଖବର ନ ଥିବା ଜଣାଯାଇଛି।

ଝାନଙ୍କ ଭାଇଙ୍କ ପୋଷ୍ଟ ପରେ ଏମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ଏନେଇ ଚୀନ୍‌ ସରକାରଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କୁ ତୁରନ୍ତ ବାହାର କରିବାକୁ ଅପିଲ୍‌ କରାଯାଇଛି। ମୁକ୍ତ ହେବା ପରେ ସେ ଆମରଣ ଅନଶନ ପ୍ରତ୍ୟାହାର କରିବେ ଓ ତୁରନ୍ତ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ହେବ । ଝାନଙ୍କୁ ବନ୍ଦୀ କରିବା ଅର୍ଥ ମାନବାଧିକାର ଉପରେ ହାମଲା ବୋଲି ଏମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି।  ହେଲେ ଏନେଇ ଚୀନ୍‌ ସରକାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ୨୦୨୦ ପ୍ରାରମ୍ଭରେ ଆସିଥିବା କରୋନା ମହାମାରୀ ଧିରେ ଧିରେ ସମଗ୍ର ବିଶ୍ୱକୁ ନିଜ କବଳକୁ ନେଇ ଯାଇଥିଲା। ଏଥିଯୋଗୁ ସମଗ୍ର ବିଶ୍ୱ ଏକ ପ୍ରକାର ବିରାଟ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଏପରିକି ଲକ୍ଷାଧୀକ ଲୋକ ଅକାଳରେ ପ୍ରାଣ ହରାଇଲେ। ବହୁ ପରିବାର ଛାରଖାର ହୋଇଗଲା ।  ବହୁ ପିଲା ଅନାଥ ହୋଇଗଲେ। କୋଟି କୋଟି ଲୋକ ନିଜ ରୋଜଗାର ହରାଇଲେ।

The post ମୃତ୍ୟୁର ଦ୍ୱାରଦେଶରେ ବନ୍ଦୀ ପତ୍ରକାର; କରୋନା ରିପୋର୍ଟିଂ କରି‍ବାରୁ ବାନ୍ଧିଥିଲା ଚୀନ୍‌ appeared first on Odisha Reporter.



from Odisha Reporter https://ift.tt/3o1R5Pv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages