୨ ଦିନରେ ମଦ ନେଲାଣି ୨୪ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

୨ ଦିନରେ ମଦ ନେଲାଣି ୨୪ ଜଣଙ୍କ ଜୀବନ

ପାଟନା: ପୁଣିଥରେ ବିହାରରେ ବିଷାକ୍ତ ମଦ ଲୋକଙ୍କ ଜୀବନ ନେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ୨ ଦିନ ମଧ୍ୟରେ ରାଜ୍ୟର ଦୁଇଟି ଜିଲ୍ଲାରେ ୨୪ ଜଣ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଆହୁରି ଅନେକ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିହାରର ଗୋପାଲଗଞ୍ଜ ଓ ପଶ୍ଚିମ ଚମ୍ପାରନରେ ଏପରି ଘଟଣା ଘଟିଛି। ନଭେମ୍ବର ୩ ସନ୍ଧ୍ୟାରେ ହିଁ ମୃତ ଓ ଗୁରତର ଅବସ୍ଥାରେ ଥିବା ଲୋକମାନେ ମଦ ପିଇଥିଲେ। ଏହାପରେ ଦୀପାବଳି ଓ ଆଜି ମଧ୍ୟରେ ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବିହାରରେ ୨୦୧୬ ଏପ୍ରିଲ ୫ରୁ ସମସ୍ତ ପ୍ରକାରର ମଦର ବିକ୍ରି ଓ ପିଇବା ଉପରେ କଟକଣା ଲାଗିଛି। କିନ୍ତୁ ଅନେକ ସମୟରେ ମଦ ଯୋଗୁ ଲୋକଙ୍କ ଜୀବନ ଯିବାର ଖବର ମିଳୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ପଶ୍ଚିମ ଚମ୍ପାରନର ବେଟ୍ଟିଆ ଠାରେ ଥିବା ତେଲହୁଆ ଗାଁରେ ୮ ଜଣ ଲୋକ ପ୍ରାଣ ହରାଇଥିଲେ। ସେହିପରି ଗୋପାଲଗଞ୍ଜରେ ବିଷାକ୍ତ ମଦ ପିଇ ଗୁରୁବାର ଓ ଶୁକ୍ରବାର ସକାଳ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ବିଷାକ୍ତ ମଦ ଯୋଗୁ ସମସ୍ତଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି। ହେଲେ ପ୍ରଶାସନ ଏଯାଏ ମୃତ୍ୟୁର ପ୍ରକୃତ କାରଣ ବିଷୟରେ କିଛି ବି କହିନାହିଁ। କେବଳ ଘଟଣାର ତଦନ୍ତ ଚାଲିଛି ଓ ପରବର୍ତ୍ତୀ ଅବସ୍ଥାରେ ପ୍ରକୃତ ତଥ୍ୟ ମିଳିବ ବୋଲି ସରକାରୀ ଅଧିକାରୀ କହିଛନ୍ତି।

ଗୁରୁତରଙ୍କୁ ଭେଟିବାକୁ ଗୋପାଲଗଞ୍ଜ ହସ୍ପିଟାଲରେ ମନ୍ତ୍ରୀ ଜଙ୍କ ରାମ ପହଞ୍ଚିଥିଲେ। ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି, “ବିଷାକ୍ତ ମଦ ପିଇବା ଅଭିଯୋଗ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଘରକୁ ମୁଁ ଯାଇଥିଲି। ସେମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇଛି। ମୋତେ ଲାଗୁଛି ବିହାରରେ ଥିବା ଏନଡିଏ ସରକାରଙ୍କୁ ବଦନାମ କରିବା ପାଇଁ ବର୍ତ୍ତମାନ ଷଡ଼ଯନ୍ତ୍ର ଚାଲିଛି।”

ଗୋପାଲଗଞ୍ଜର ବରିଷ୍ଠ ପୁଲିସ୍‌ ଅଧିକାରୀ ଆନନ୍ଦ କୁମାର କହିଛନ୍ତି, ବିଗତ ୨ ଦିନ ହେଲା ଜିଲ୍ଲାର ମହମ୍ମଦପୁରରେ କିଛି ଲୋକ ରହସ୍ୟଜନ ଭାବେ ପ୍ରାଣ ହରାଇଛନ୍ତି। ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବାରୁ ଏବେ ମୃତ୍ୟୁର ପ୍ରକୃତ କାରଣ କହିବା ମୁସ୍କିଲ। ୩ଟି ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଖୁବଶୀଘ୍ର ସବୁ କିଛି ଜଣାପଡ଼ିବ। କିଛି ଲୋକଙ୍କ ଅନ୍ତିମ ସଂସ୍କାର ପୁଲିସ୍‌କୁ ନ ଜଣାଇ ପରିବାର ଲୋକ ଶେଷ କରି ଦେଇଥିବା ସେ କହିଛନ୍ତି।

The post ୨ ଦିନରେ ମଦ ନେଲାଣି ୨୪ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3EORyLI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages