ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ସାରଜାକୁ ଉଡ଼ାଣ କରୁଥିବା ବିମାନକୁ ପାକିସ୍ତାନ ତା’ର ଆକାଶ ପଥ ବ୍ୟବହାର କରିବାକୁ ଦେଉନି। ପାକିସ୍ତାର ଆକାଶ ପଥ ବନ୍ଦ କରିବା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବା ଦରକାର ବୋଲି ଭାରତ ସରକାର କହିଛନ୍ତି। ଏଥିସହ ଭାରତ ପକ୍ଷରୁ ପାକିସ୍ତାନକୁ ନିଜର ନିଷ୍ପତ୍ତି ବଦଳାଇବାକୁ ମଧ୍ୟ କୁହାଯାଇଛି।

କୂଟନୀତିକ ସ୍ତରରେ ଉଭୟ ଦେଶ ଏହି ପ୍ରସଙ୍ଗରେ ପରସ୍ପର ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଭାରତ ପକ୍ଷରୁ ପାକିସ୍ତାନକୁ ନିଷ୍ପତ୍ତି ବଦଳାଇବାକୁ କୁହାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ପାକିସ୍ତାନକୁ କହିଛନ୍ତି ଯେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟି ରଖି ଇସଲାମାବାଦ ଗୋ ଫାଷ୍ଟର ଶ୍ରୀନଗର-ସାରଜା ବିମାନକୁ ନିଜର ଆକାଶ ପଥର ବ୍ୟବହାର କରିବାକୁ ଅନୁମତି ଦେଉ। ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ବି ଭଲ ସମ୍ପର୍କ ସୃଷ୍ଟି ହୋଇପାରିବ। ପାକିସ୍ତାନ କିନ୍ତୁ ଏହାର ଜବାବ କ’ଣ ଦେଇଛି, ସେକଥା ଜଣାପଡ଼ିନି।


ପାକିସ୍ତାନ ଅକ୍ଟୋବର ୨୩, ୨୪,୨୬ ଓ ୨୮ ତାରିଖରେ ଶ୍ରୀନଗରରୁ-ସାରଜା ଯାଉଥିବା ଗୋ ଫାଷ୍ଟ ବିମାନକୁ ତା’ର ଆକାଶ ପଥ ବ୍ୟବହାର କରିବାକୁ ଦେଇଥିଲା। କିନ୍ତୁ ଅକ୍ଟୋବର ୩୦ରୁ ପାକିସ୍ତାନ ଉକ୍ତ ବିମାନ ପାଇଁ ନିଜର ଆକାଶ ପଥ ବନ୍ଦ କରି ଦେଇଛି।
ସୂଚନାଯୋଗ୍ୟ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ। ଏହି ସମୟରେ ଗୋ ଫାଷ୍ଟ ପକ୍ଷରୁ ଶ୍ରୀନଗରରୁ ସିଧାସଳଖ ସାରଜା ଅଭିମୁଖେ ଆରମ୍ଭ ହେବାକୁ ଥିବା ବିମାନ ସେବାକୁ ଉଦଘାଟନ କରିଥିଲେ।

ହେଲେ ଗୋ ଫାଷ୍ଟର ପ୍ରଥମ ୪ ବିମାନ ଉଡ଼ାଣକୁ ଅନୁମତି ଦେବା ପରେ ପାକିସ୍ତାନ ୩୦ ତାରିଖରୁ ନିଜର ଆକାଶ ପଥକୁ ଗୋ-ଫାଷ୍ଟ ପାଇଁ ସିଲ୍‌ କରି ଦେଇଛି।

୨୦୦୯ରେ ମଧ୍ୟ ସମାନ ନୀତି ପ୍ରଦର୍ଶନ କରିଥିଲା ପାକିସ୍ତାନ। ୨୦୦୯ରେ ଶ୍ରୀନଗରରୁ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ ପାକିସ୍ତାନ ନିଜର ଆକାଶ ପଥ ବ୍ୟବହାର କରିବାକୁ ଉକ୍ତ ବିମାନକୁ ଅନୁମତି ଦେଇ ନଥିଲା। ଶେଷରେ ଶ୍ରୀନଗରରୁ ଦୁବାଇ ଯିବାକୁ ଲୋକଙ୍କ ଚାହିଦା ହ୍ରାସ ପାଇଥିଲା।

ପାକିସ୍ତାନ ନିଜ ଆକାଶ ପଥର ବ୍ୟବହାର କରିବାକୁ ଅନୁମତି ଦେଉ ନଥିବାରୁ ଶ୍ରୀନଗରରୁ ବିମାନ ଅଲଗା ରାସ୍ତା ଦେଇ ୟୁଏଇ ଯିବ। ଏଥିପାଇଁ ପ୍ରାୟ ଅଧିକ ୧ ଘଣ୍ଟା ସମୟ ଲାଗିବ। ଫଳରେ ଟିକେଟ ଭଡ଼ା ମଧ୍ୟ ବୃଦ୍ଧି ପାଇବ।

The post ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ appeared first on Odisha Reporter.



from Odisha Reporter https://ift.tt/3GRv9zi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages