ଚଣ୍ଡିଗଡ଼: ଚଳିତ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଯୋଗୁ ହିଂସାକାଣ୍ଡ ଘଟି ୮୩ ଜଣ ଗିରଫ ହୋଇଥିଲେ। ସମ୍ପୃକ୍ତ ଚାଷୀଙ୍କ ପରିବାରକୁ ପଞ୍ଜାବ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗିରଫ ହୋଇଥିବା ୮୩ଜଣଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ପଞ୍ଜାବ ସରକାରଙ୍କ ଏହି ପଦକ୍ଷେପ କେନ୍ଦ୍ରକୁ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ଯାହା ପରବର୍ତ୍ତୀ ସମୟରେ ଭୟୟଙ୍କ ମଧ୍ୟରେ ବିବାଦ ବଢ଼ାଇବାର ଇନ୍ଧନ ହୋଇପାରେ।
ସେପଟେ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଏକ ବର୍ଷ ଧରି ଦିଲ୍ଲୀର ଚାରିଆଡ଼େ ୩ଟି କୃଷି ବିଲକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ସେମାନେ ଅଡ଼ିବସିଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୬ରେ ଦିଲ୍ଲୀ ପୁଲିସ ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଏକ ଟ୍ରାକ୍ଟର ରାଲିକୁ ନିର୍ଦ୍ଦିଷ୍ଟ ମାର୍ଗରେ ଅନୁମତି ଦିଆଯାଇଥିଲା। କିନ୍ତୁ ଚାଷୀମାନେ ପୁଲିସର ପ୍ରସ୍ତାବୁ ଅମାନ୍ୟ କରି ଲାଲକିଲ୍ଲାରେ ପହଞ୍ଚିବା ପରେ ପରିସ୍ଥିତି ଜଟିଳ ହୋଇଥିଲା। ପୁଲିସ କହିଛି ଯେ, ବିକ୍ଷୋଭକାରୀମାନେ ପୂର୍ବ ନିର୍ଦ୍ଧାରିତ ମାର୍ଗ ଅନୁସରଣ କରିନାହାଁନ୍ତି ଏବଂ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ବ୍ୟାରିକେଡ୍ ଭାଙ୍ଗିଛନ୍ତି। ସେମାନେ ଲାଲକିଲ୍ଲାରେ ପ୍ରବେଶ କରି ବିବାଦୀୟ ପତାକା ଉତ୍ତୋଳନ କରିଥିଲେ।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଲୋକଙ୍କୁ ତାଙ୍କ ସରକାର କ୍ଷତିପୂରଣ ଦେବେ। ପଞ୍ଜାବ ସରକାର ଚାଷୀଙ୍କୁ ସମର୍ଥନ କରିଆସୁଛନ୍ତି। ଏହି ତିନୋଟି ଆଇନ ଚାଷୀଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ରାଜ୍ୟ ଅନୁଭବ କରୁଥିବା ପଞ୍ଜାବ ସରକାର କହିଛନ୍ତି।
The post ଆନ୍ଦୋଳନ କରି ଗିରଫ ହୋଇଥିବା ୮୩ଜଣଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଦେବେ ସରକାର appeared first on Odisha Reporter.
from Odisha Reporter https://ift.tt/3FaB0y3
No comments:
Post a Comment