ମୁମ୍ବାଇ: ପୁଣି ଅଡୁଆରେ ଅଭିନେତ୍ରୀ କଙ୍ଗନା ରଣାୱତ। ନିଜ ବିବାଦୀୟ ବୟାନକୁ ନେଇ ଫସିଛନ୍ତି ବଲିଉଡର ପଙ୍ଗ କୁଇନ୍। ଚାରିଆଡୁ ତାଙ୍କୁ ସମାଲୋଚନା କରାଯାଉଛି। ଏଥିସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି। କେବଳ ସେତିକି ନୁହେଁ ଦେଶର ବିଭିନ୍ନ ରାଜ୍ୟରେ କଙ୍ଗନାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।
କଙ୍ଗନା ନିକଟରେ ଏକ ନୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ୧୯୪୭ରେ ଭାରତକୁ ଭିକରେ ସ୍ୱାଧୀନତା ମିଳିଥିଲା। ପ୍ରକୃତରେ ୨୦୧୪ରେ ହିଁ ଭାରତ ସ୍ୱାଧୀନ ହୋଇଛି ବୋଲି କହିଥିଲେ। ଏଭଳି କହି ସେ କେନ୍ଦ୍ରରେ ବିଜେପି ସରକାର ଆଡକୁ ଇସାରା କରିଥିଲେ। ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ବଢ଼ି ଚାଲିଛି। ବହୁ ନେତା ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ବିରୋଧ କରିଛନ୍ତି।
ଉତ୍ତରାଖଣ୍ଡର ହରିଦ୍ୱାରରେ କଂଗ୍ରେସ କର୍ମୀମାନେ କଙ୍ଗନାଙ୍କ ବିରୋଧରେ ଦୁଇଟି ସ୍ଥାନରେ ମାମଲା ରୁଜୁ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଏବଂ ଶହିଦଙ୍କୁ ଅପମାନ କରିବା ଅଭିଯୋଗରେ ରୁଣ୍ଡକି ଏବଂ ଜ୍ୱାଲାପୁରରେ କେସ୍ ରୁଜୁ କରାଯାଯାଇଛି। ସେହିପରି ମହିଳା କଂଗ୍ରେସ ତରଫରୁ ରାଜସ୍ଥାନର ଚାରୋଟି ସହର ଜୋଧପୁର, ଜୟପୁର, ଉଦୟପୁର ଏବଂ ଚାରୁରେ ଫିଲ୍ମ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ପୁଲିସ ଷ୍ଟେଟସନରେ ଏଫ୍ଆଇଆର୍ ରୁଜୁ ହୋଇଛି।
ଯୋଧପୁର ମହିଲା କଂଗ୍ରେସ କମିଟିର ସଭାପତି ମନୀଷା ପୱାର ଅଭିଯୋଗରେ କହିଛନ୍ତି ଯେ, ‘କଙ୍ଗନା ରାଣାୱତ ତାଙ୍କ ବିବୃତ୍ତି ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଲୋକଙ୍କୁ ଅପମାନିତ କରି ସେ ‘ଦେଶଦ୍ରୋହ’ ଶ୍ରେଣୀରେ ଆସିଥିବା ଲୋକଙ୍କ ସହ ସାମିଲ ହୋଇଛନ୍ତି।’
ଏହାବ୍ୟତୀତ ଆମ ଆଦମୀ ପାର୍ଟି ପକ୍ଷରୁ ମୁମ୍ବାଇ ପୁଲିସ ଷ୍ଟେସନରେ ମଧ୍ୟ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି। କଙ୍ଗନାଙ୍କ ବିରୋଧରେ ଆଇପିସି ଧାରା ୫୦୪, ୫୦୫ ଏବଂ ୧୨୪(ଏ) ଜାରିଆ କେସ୍ ରୁଜୁ କରିବା ପାଇଁ ଆପ୍ ଦାବି କରିଛି।
ଆପ୍ କର୍ମୀମାନେ ମଧ୍ୟ ଗାଜିଆବାଦରେ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ଶିବସେନା ମଧ୍ୟ କହିଥିଲା ଯେ କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ଏବଂ ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରାଯାଉ ବୋଲି ଦାବି ହୋଇଥିଲା। ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବାର ଗୋଟିଏ ଦିନ ପରେ କଙ୍ଗନା ଏହି ବିବାଦୀୟ ବୟାନ ଦେଇଥିଲେ।
ଏହାରି ଭିତରେ କଙ୍ଗନାଙ୍କ ବୟାନକୁ ବିରୋଧରେ କରି ଶତାଧିକ ଲୋକେ ମୁମ୍ବାଇ ଏବଂ ଇନ୍ଦୋରରେ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ତାଙ୍କ କୁଶପୁତଳିକା ଦାହ କରିଛନ୍ତି। ଏଥିସହ କଙ୍ଗନାଙ୍କ ଠାରୁ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବାକୁ ଦାବି ହୋଇଛି। ସେହିପରି ମୁମ୍ବାଇରେ ଏନ୍ଏସୟୁଆଇ କର୍ମୀମାନେ କଙ୍ଗନାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
The post କଙ୍ଗନାଙ୍କୁ ନେଇ ବଢ଼ୁଛି ବିବାଦ, ବିଭିନ୍ନ ସ୍ଥାନରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/3DhySE7
No comments:
Post a Comment