କେରଳରେ ନୂଆ ଭାଇରାସ ଆତଙ୍କ, ୧୩ ଛାତ୍ର ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

କେରଳରେ ନୂଆ ଭାଇରାସ ଆତଙ୍କ, ୧୩ ଛାତ୍ର ସଂକ୍ରମିତ

ଥିରୁବନ୍ତପୁରମ: ମହାମାରୀ କରୋନା ଦେଶରୁ ନ ଯାଉଛି ମାଡି ଆସିଲାଣି ଆଉ ଏକ ନୂଆ ଭାଇରସ। କେରଳରେ ଦେଖାଇଦେଇ ନୂଆ ଭାଇରସ ‘ନୋରୋ’ର ଆତଙ୍କ। ସେଠାକାର ୱାୟନାଡ ଜିଲ୍ଲାର ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ୧୩ଜଣ ଛାତ୍ରଙ୍କ ଠାରେ ଏହି ଭାଇରସ ଚିହ୍ନଟ ହୋଇଛି। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିନା ଜର୍ଜ ଶୁକ୍ରବାର ଲୋକଙ୍କୁ ସତର୍କ କରାଇଛନ୍ତି।

ସୂଚନା ଅନୁଯାୟୀ, ଏହି ରୋଗ ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ। ଏହା ଏକ ପଶୁ ଜନିତ ରୋଗ । ଦୁଇ ସପ୍ତାହ ପୂର୍ବେ ୱାଇନାଡା ଜିଲ୍ଲାର ବିଥିରି ନିକଟରେ ପୁକୋଡେ ଅଞ୍ଚଳରେ ଏକ ପ୍ରାଣୀ ଚିକିତ୍ସା କଲେଜର ୧୩ ଜଣ ଛାତ୍ର ଠାରେ  ପ୍ରଦୂଷିତ ଜଳ ଏବଂ ଖାଦ୍ୟ ମାଧ୍ୟମରେ ଏହି ‘ନୋରୋ’ ଭାଇରସ ବ୍ୟାପୀଥିବା ସୂଚନା ମିଳିଛି।

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ କହିଛନ୍ତି ଯେ, ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ, କିନ୍ତୁ ସମସ୍ତେ ସଚେତନ ହେବା ଜରୁରୀ। ସୁପର କ୍ଲୋରିନେସନ୍ ସହ କାମ ଚାଲିଛି। ପିଇବା ପାଣିକୁ ଅଧିକ ପରିଷ୍କାର କରିବାର ଆବଶ୍ୟକତା ଅଛି । ଏହି ପ୍ରସଙ୍ଗରେ ବହୁ ଯତ୍ନ ନିଆଯାଉଛି । ଏଥିସହ ଲୋକଙ୍କୁ ସତର୍କ ରହିବାକୁ ସେ କହିଛନ୍ତି।

ସେ ଆହୁରି କହିଛନ୍ତି,’ଉପଯୁକ୍ତ ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ଏହି ରୋଗ ଶୀଘ୍ର ଭଲ ହୋଇପାରିବ। ସେଥିପାଇଁ ଲୋକମାନେ ଏହା ରୋଗ ବିଷୟରେ ସତର୍କ ଏବଂ ସଚେତନ ହେବା ଆବଶ୍ୟକ। ଏହା ସହିତ ଏହି ରୋଗ ଏବଂ ଏହାର ପ୍ରତିରୋଧ ପଦକ୍ଷେପ ବିଷୟରେ ସମସ୍ତେ ଜାଣିବା ଉଚିତ୍।’

କେରଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ, ନୋରୋ ଭାଇରସ୍ ସଂକ୍ରମିତ ଲୋକମାନେ ଘରେ ବିଶ୍ରାମ ନେବା ଉଚିତ୍। ORS ଏବଂ ସିଝା ପାଣି ପିଇବା ଉଚିତ୍। ଲୋକମାନେ ଖାଦ୍ୟ ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର କରିବା ପରେ ସାବୁନ୍ ଏବଂ ପାଣିରେ ଭଲ ଭାବରେ ହାତ ଧୋଇବା ଉଚିତ୍। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ପଶୁମାନଙ୍କ ସହିତ ଯୋଗାଯୋଗ କରୁଥିବା ଲୋକଙ୍କୁ ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି କୁହାଯାଇଛି।

କ’ଣ ଏହି ‘ନୋରୋ’ ଭାଇରସ?

‘ନୋରୋ’ ଭାଇରସ୍ ପେଟ ଏବଂ ଅନ୍ତନଳୀରେ ଥିବା ରୋଗର କାରଣ ସାଜିଥାଏ। ଏହି ଭାଇରସ ଯୋଗୁଁ ପେଟର ଅନ୍ତନଳୀ ଫୁଲି ଯାଏ। ଭୟଙ୍କର ବାନ୍ତି ଏବଂ ଝାଡ଼ା ମଧ୍ୟ ହୋଇଯାଏ। ଏହା ପାକସ୍ଥଳୀ ସମ୍ବନ୍ଧୀୟ ରୋଗ ସୃଷ୍ଟି କରେ। ନୋରୋଭାଇରସ୍ ସୁସ୍ଥ ଲୋକଙ୍କୁ ବିଶେଷ ପ୍ରଭାବିତ କରେ ନାହିଁ କିନ୍ତୁ ଏହା ଛୋଟ ପିଲା, ବୟସ୍କମାନଙ୍କଠାରେ ଭୟଙ୍କର ହୋଇପାରେ।  ସଂକ୍ରମିତ ଲୋକ କିମ୍ବା ସେମାନଙ୍କ କୌଣସି ଦୂଷିତ ପୃଷ୍ଠକୁ ଛୁଇଁବା ଦ୍ୱାରା ଏହା ସହଜରେ ବ୍ୟାପିଥାଏ।  କେବଳ ସେତିକି ନୁହେଁ ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଝାଡା ଏବଂ ବାନ୍ତି ମାଧ୍ୟମରେ ମଧ୍ୟ ବ୍ୟାପିଥାଏ।

କ’ଣ ରହିଛି ଏହାର ଲକ୍ଷଣ- ପେଟ ଯନ୍ତ୍ରଣା, ଝାଡା, ବାନ୍ତି, ଜ୍ୱର, ମୁଣ୍ଡ ବିନ୍ଧା ଏବଂ ଶରୀର ଯନ୍ତ୍ରଣା ହେବା ନୋରୋ ଭାଇରସର ଲକ୍ଷଣ।

The post କେରଳରେ ନୂଆ ଭାଇରାସ ଆତଙ୍କ, ୧୩ ଛାତ୍ର ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/3C6gahq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages