‘ବିରୋଧ ନାଁରେ ଅଣ୍ଡା ମାଡ଼ କରନି, ଅଧିକ ଅଛି ଯଦି ବାଣ୍ଟି ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

‘ବିରୋଧ ନାଁରେ ଅଣ୍ଡା ମାଡ଼ କରନି, ଅଧିକ ଅଛି ଯଦି ବାଣ୍ଟି ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁବେଳେ କୌଣସି ରାଜନେତାଙ୍କୁ ବିରୋଧ ପ୍ରଦର୍ଶନ କରାଗଲେ, ତାଙ୍କ ବିରୋଧରେ ପ୍ରମୁଖ ଅସ୍ତ୍ର ହୁଏ ଅଣ୍ଡା ମାଡ଼ ଓ କଳା ପତକା ପ୍ରଦର୍ଶନ । ରାଜନୈତିକ ଆକ୍ରୋଶ ରଖି ଗୋଟିଏ ଦଳର କର୍ମୀ ଅନ୍ୟ ଦଳର ନେତାଙ୍କ ଉପରକୁ ତଥା ତାଙ୍କ କାର୍‌ ଉପରକୁ ଅଣ୍ଡା ଫିଙ୍ଗିବା ଆଜିକାଲିର ଟ୍ରେଣ୍ଡ ପାଲଟିଲାଣି। ଏହାଦ୍ୱାରା ଅଯଥାରେ ଅନେକ ଗୁଡ଼ିଏ ଅଣ୍ଡା ନଷ୍ଟ ହେଉଥିବା ବେଳେ ଗରୀବ ପିଲାଟିଏ କିନ୍ତୁ ଏହାକୁ ଖାଇବାକୁ ପାଉନି।

ଏବେ ମମିତା ମର୍ଡର ମାମଲାକୁ ନେଇ ସମଗ୍ର ରାଜ୍ୟ ଉଠୁଥିବା, ପଡ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ତଥ୍ୟ ସମସ୍ତ ମନ୍ତ୍ରୀଙ୍କୁ ବିରୋଧ କରୁଛନ୍ତି ବିରୋଧୀ। ଏପରିକି ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀଙ୍କ ଗସ୍ତକୁ ଟାର୍ଗେଟ କରି କରୁଛନ୍ତି ଆଖିବୁଜା ଅଣ୍ଡା ମାଡ଼ । ଏପରିକି ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମାନଙ୍କ କାର୍‌ ଉପରକୁ ଅଣ୍ଡାମାଡ଼ କରି ବିରୋଧୀ ନିଜକୁ ବାହାବା କରୁଥିବା ବେଳେ ଗରୀବ ଘରର ପିଲା ପାଇଁ କିନ୍ତୁ ଏହା ସ୍ୱପ୍ନ ପାଲଟିଛି।

ସରକାରଙ୍କୁ ବିରୋଧ କରିବା ପାଇଁ ବିରୋଧୀଙ୍କ ଏପରି ଫଣ୍ଡାକୁ ସମ୍ପୂର୍ଣ୍ଣ ନାପସନ୍ଦ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।  ବିଦ୍ରୋହ ପ୍ରକାଶ କରିବା ପାଇଁ ଅଣ୍ଡାମାଡ଼ ପ୍ରକ୍ରିୟାକୁ ସେ ବିଶ୍ୱାସ କରନ୍ତି ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

ଏନେଇ ସେ କହିଛନ୍ତି, ଅଣ୍ଡା ମାଡ଼ ନ କରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଦେଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ । ଅନେକ ଲୋକ ଅଣ୍ଡା ଖାଇବାକୁ ପାଉ ନାହାନ୍ତି। ତୁମ ପାଖରେ ଯଦି ଏତେ ଅଣ୍ଡା ଅଛି ଫିଙ୍ଗିବାକୁ, ତାକୁ ପିଲାମାନଙ୍କୁ ବାଣ୍ଟିଦିଅ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରରେ, ବିଜେଡି ବିରୋଧରେ କହି ବାଣ୍ଟ, ହେଲେ ନଷ୍ଟ କରନି ।

ତେବେ ବିରୋଧୀମାନେ ଏବେ ଅଣ୍ଡାମାଡ଼କୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରୁଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ କିନ୍ତୁ ଏହାର ସେପରି କୌଣସି ପ୍ରଭାବ ପଡିବ ନାହିଁ । ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ବିରୋଧୀମାନେ ନିଜ ନିଜର ପ୍ରଭାବ ଦେଖାଇବାକୁ ଏପରି କରୁଛନ୍ତି । ତେବେ ଏପରି ନ କରି ଅନ୍ୟ ଉପାୟରେ ବି ବିରୋଧ କରାଯାଇପାରିବ ବୋଲି ସେ ମତ ରଖିଛନ୍ତି। ତେଣୁ ବିରୋଧ ନାଁରେ ଅଣ୍ଡା ନଷ୍ଟ  ନ କରିବାକୁ ସେ ବିରୋଧୀମାନଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଗତକାଲି ପୁରୀରେ ଅଣ୍ଡାମାଡ଼ ହୋଇଥିଲା।  ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ପୁରୀ ଡାକ୍ତରଖାନା ଛକ ନିକଟରେ ତାଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ ‍‍ବିଜେପି ଯୁବମୋର୍ଚ୍ଚା କର୍ମୀ। ବ୍ୟାପକ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ହେଁ ସେମାନେ ଅଣ୍ଡାମାଡ଼ କରିଥିଲେ।

ତିନି ଜଣ ବ୍ୟକ୍ତି ଡାକ୍ତରଖାନା ଛକରେ ଥିବା ଏକ କ୍ଲିନିକ୍‌ ନିକଟରେ ଲୁଚି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସେହି ବାଟ ଦେଇ ଅତିକ୍ରମ କରୁଥିବା ବେଳେ ସେମାନେ ବ୍ୟାରିକେଡ ବାହାରେ ଛିଡ଼ା ହୋଇ ଅଣ୍ଡାମାଡ଼ କରିଥିଲେ। ପୁଲିସ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଥିଲା।

ସେହିପରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ଉପରକୁ ମଧ୍ୟ ଗତକାଲି ଅଣ୍ଡାମାଡ଼ ହୋଇଥିଲେ। ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୀ ମାଳତୀପାଟପୁର ନିକଟରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ଏହାସହ ବଳଗଣ୍ଡି ଛକରେ ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ କଳାପତାକା ଦେଖାଇଥିଲେ ଓ ଗୋବର ପାଣି ପକାଇ ବଡ଼ଦାଣ୍ଡକୁ ପବିତ୍ର କରିଥିଲେ।
ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ଦେବା ଓ ଏଥିରେ ସଂପୃକ୍ତି ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସବୁ ବିଜେଡି ନେତାଙ୍କୁ ଗାଡି ଉପରୁ ଆଣ୍ଡା ମାଡ଼ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା।

The post ‘ବିରୋଧ ନାଁରେ ଅଣ୍ଡା ମାଡ଼ କରନି, ଅଧିକ ଅଛି ଯଦି ବାଣ୍ଟି ଦିଅ’ appeared first on Odisha Reporter.



from Odisha Reporter https://ift.tt/3HRWhyx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages