୧୭ରୁ ୧୨ କଂଗ୍ରେସ ବିଧାୟକ ଦଳ ଛାଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

୧୭ରୁ ୧୨ କଂଗ୍ରେସ ବିଧାୟକ ଦଳ ଛାଡ଼ିଲେ

ନୂଆଦିଲ୍ଲୀ: ମେଘାଳୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗାମା। ସେମାନେ ଏ ସଂପର୍କରେ ମେଘାଳୟ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଫଳରେ ଏବେ ରାଜ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଯାଇଛି।

ଦଳ ଛାଡ଼ିଥିବା ଏହି କଂଗ୍ରେସ ବିଧାୟକମାନେ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। କୁହାଯାଉଛି, ମେଘାଳୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭିନ୍‌ସେଣ୍ଟ ଏଚ୍‌ ପାଲାଙ୍କ ସହିତ ମୁକୁଲ ସାଙ୍ଗାମାଙ୍କର ଭଲ ସଂପର୍କ ନଥିଲା। ଭିନ୍‌ସେଣ୍ଟଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି କରାଯିବା କଥାକୁ ନେଇ ଅସନ୍ତୁଷ୍ଟ ଥିଲେ ମୁକୁଲ। ଭିନ୍‌ସେଣ୍ଟଙ୍କୁ ଏହି ପଦରେ ନିଯୁକ୍ତି ଦେବା ପୂର୍ବରୁ ତାଙ୍କ ପରାମର୍ଶ ନିଆଯାଇ ନଥିବାରୁ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ମଧ୍ୟ ମୁକୁଲ ଖୁବ୍ ଅସନ୍ତୁଷ୍ଟ ଥିଲେ। ଗତମାସରେ ରାହୁଲ ଗାନ୍ଧି ଉଭୟ ମୁକୁଲ ଓ ଭିନ୍‌ସେଣ୍ଟଙ୍କ ସହିତ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରିବାକୁ ପ୍ରୟାସ କରିଥିଲେ। ତେବେ ଏ ଦିଗରେ ହୋଇଥିବା ଅଗ୍ରଗତିରେ ଖୁସି ନଥିଲେ ମୁକୁଲ। ସେଥିପାଇଁ ସେ ତାଙ୍କ ସମର୍ଥକଙ୍କ ସହିତ ଦଳ ଛାଡ଼ିଥିବା କୁହାଯାଉଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଚଳିତ ବର୍ଷ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ତୃଣମୂଳ କଂଗ୍ରେସକୁ ଅନ୍ୟ ରାଜ୍ୟରେ ଦୃଢ଼ କରିବାକୁ ଅଣ୍ଟା ଭିଡିଛନ୍ତି ଏହାର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସାମ, ଗୋଆ, ତ୍ରିପୁରା, ବିହାର ଓ ହରିଆଣା ଆଦି ସହିତ ମେଘାଳୟ ଉପରେ ରହିଛି ତାଙ୍କର ନଜର। ଅନ୍ୟଦଳର ନେତାଙ୍କୁ ନିଜ ଦଳରେ ମିଶାଇ ସେ ବିଜେପି ବିରୋଧରେ ଲଢ଼େଇ କରିବାକୁ ସଜବାଜ ହେଉଛନ୍ତି। ତାଙ୍କର ଲକ୍ଷ୍ୟ ୨୦୨୪ ସାଧାରଣ ନିର୍ବାଚନ ଉପରେ ରହିଛି ବୋଲି କୁହାଯାଉଛି।

ଦିଲ୍ଲୀ ଗସ୍ତରେ ଥିବା ମମତା ବାନାର୍ଜୀ ଏଥର ସୋନିଆ ଗାନ୍ଧିଙ୍କୁ ଭେଟି ନାହାନ୍ତି। ଏ ସଂପର୍କରେ ଗତକାଲି ପଚରାଯିବାରେ ମମତା ରାଗି ଯାଇଥିଲେ ଓ କହିଥିଲେ, ଆମେ କାହିଁକି ସବୁବେଳେ ସୋନିଆଙ୍କୁ ଭେଟିବାକୁ ଯିବ। ଏହା କ’ଣ ସମ୍ବିଧାନରେ ଲେଖାହୋଇଛି?

ସୂଚନାଯୋଗ୍ୟ,  ନିକଟ ଅତୀତରେ ଆସାମ, ଗୋଆ, ବିହାର, ହରିଆଣା ଆଦି ସ୍ଥାନରେ ଅନେକ କଂଗ୍ରେସ ନେତା ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

The post ୧୭ରୁ ୧୨ କଂଗ୍ରେସ ବିଧାୟକ ଦଳ ଛାଡ଼ିଲେ appeared first on Odisha Reporter.



from Odisha Reporter https://ift.tt/3cO6CgF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages