ବାବା ବେଶରେ ଲୁଚିଥିଲା ବେଆଇନ ମଦ ବେପାରୀ, ଶେଷରେ ଧରିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ବାବା ବେଶରେ ଲୁଚିଥିଲା ବେଆଇନ ମଦ ବେପାରୀ, ଶେଷରେ ଧରିଲା ପୁଲିସ୍‌

ନୂଆଦିଲ୍ଲୀ: କୋର୍ଟଙ୍କ ଦ୍ୱାରା ପଳାତକ ଘୋଷିତ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ଦିନର ଅପରେସନ ପରେ ଦିଲ୍ଲୀ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି। ଏହି ବ୍ୟକ୍ତି ଜଣକ ଦିଲ୍ଲୀ-ଏନସିଆର୍‌ରେ ଥିବା ଦୀର୍ଘ ଦିନ ହେଲା ବାବା ବେଶ ଧାରଣ କରି ବିଭିନ୍ନ ମନ୍ଦିରରେ ରହୁଥିଲା। ଶେଷରେ ପୁଲିସ୍‌ ଗୁପ୍ତ ସୂଚନା ଆଧାରରେ ତା’କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସେ ଏକଦା ବେଆଇନ ଭାବେ ମଦ ବେପାର କରୁଥିଲା। ଏକାଧିକ ମାମଲା ତା’ ନାଁରେ ଥିଲେ ମଧ୍ୟ ସେ ଫେରାର ହୋଇଯାଇଥିଲା। ତେଣୁ ଦ୍ୱାରକା କୋର୍ଟ ତା’କୁ ପଳାତକ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦ୍ୱାରକା ଜିଲ୍ଲା କୋର୍ଟଙ୍କ ଦ୍ୱାରା ପଳାତକ ଘୋଷିତ ଏହି ବ୍ୟକ୍ତିଙ୍କୁ ଧରିବା ପାଇଁ ଡିସିପି ଶଙ୍କର ଚୌଧୁରୀ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲେ।

ଶେଷରେ ଗୁରୁବାର ଅଭିଯୁକ୍ତ ଅଜିତ ଓରଫ ସୋଲାଙ୍କି ସମ୍ପର୍କରେ ସୂଚନା ମିଳିଥିଲା। ତା’କୁ ପୁଲିସ୍‌ ଅଧିକାରୀମାନେ ଜାଫରାପୁର ଆର୍ଟର ଡାବୁର ଏନକ୍ଲେଭ ନିକଟରୁ ଗିରଫ କରିଛନ୍ତି। ୨୦୨୧ ମସିହା ସେପ୍ଟେମ୍ବର ୧୮ରେ ଦ୍ୱାରକା କୋର୍ଟ ଅଜିତକୁ ପଳାତକ ଘୋଷଣା କରିଥିଲେ।

ଅଜିତ ପ୍ରଥମେ ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିଲା। ଏହି ସମୟରେ ସେ ବିବାହ ମଧ୍ୟ କରିଥିଲା। କିନ୍ତୁ ମଦ ପିଇବା ଅଭ୍ୟାସ ଓ ମଦର ଚୋରା ବେପାର ତା’ ବୈବାହିକ ଜୀବନକୁ ଛାରଖାର କରି ଦେଇଥିଲେ। ଏହି କାରଣ ପାଇଁ ତା’କୁ ତା’ ପତ୍ନୀ ମଧ୍ୟ ଛାଡ଼ି ଦେଇଥିଲା।

ପତ୍ନୀ ଛାଡ଼ିକି ଯିବା ପରେ ମଧ୍ୟ ଅଜିତର ଅଭ୍ୟାସ ବଦଳି ନଥିଲା। ସେ ବେଆଇନ ଭାବେ ମଦ ବେପାର କାରବାରକୁ ଆହୁରି ଜୋରଦାର କରିଥିଲା। ୨୦୧୮ ମେ’ ୧୪ରେ ଅବକାରୀ ଆଇନ ଅନୁସାରେ ତା’ ନାଁରେ ଗୋଟିଏ ମାମଲା ରୁଜୁ କରାଯାଇଥିଲା।
ତା’କୁ ଗିରଫ କରିବାକୁ ପୁଲିସ୍‌ ଉଦ୍ୟମ କରୁଥିବା ବେଳେ ଅଜିତ ବାବା ବନିଯାଇଥିଲା।

ବାବା ବେଶରେ ସେ ଦିଲ୍ଲୀ ଏନସିଆର୍‌ର ବିଭିନ୍ନ ମନ୍ଦିରରେ ରହିବା ଆରମ୍ଭ କରିଥିଲା। ସେ କୋର୍ଟଙ୍କ ସମନ ସତ୍ତ୍ୱେ ହାଜର ନ ହେବାରୁ ତା’କୁ ପଳାତକ ଘୋଷଣା କରାଯାଇଥିଲା।

The post ବାବା ବେଶରେ ଲୁଚିଥିଲା ବେଆଇନ ମଦ ବେପାରୀ, ଶେଷରେ ଧରିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/30GurEB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages