ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି

ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାନେ ଘୋଷଣା କରିଛନ୍ତି। ଦୀର୍ଘ ଗୋଟିଏ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଲୋକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

ଶେଷରେ ମୋଦି ଆଜି ଏହାକୁ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି। ଏଥିସହ କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି। ମୋଦି କହିଛନ୍ତି, ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖିଛି। କେନ୍ଦ୍ର ସରକାର ସବୁବେଳେ କୃଷି କଲ୍ୟାଣକୁ ଅଧତ୍କ ପ୍ରାଥମିକତା ଦେଇଛନ୍ତି।

ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ। ଦେଶରେ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ। କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲିଛି। କୃଷକଙ୍କୁ ୨୨ କୋଟି ସଏଲ ହେଲ୍ଥ୍ କାର୍ଡ ମିଳିଛି। ଚାଷୀଙ୍କ ସ୍ୱାର୍ଥକୁ ଦେଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଥିଲା। ଦେଶର ବିଭିନ୍ନ ମଣ୍ଡିକୁ ନବୀରକରଣ କରାଯାଇଛି।

ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ସମସ୍ତଙ୍କ ସହ ଆଲୋଚନା କରି ୩ଟି ନୂଆ କୃଷି ଆଣିଥିଲେ। କ୍ଷୁଦ୍ରଚାଷୀଙ୍କୁ ସୁଦୃଢ କରିବାକୁ ନୂଆ ଆଇନରେ ବ୍ୟବସ୍ଥା କରାଯାଇଥିଲା। ଏହାକୁ ବିଭିନ୍ନ ମହଲରେ ଚାଷୀମାନେ ସ୍ୱାଗତ କରିଥିଲେ। କିନ୍ତୁ ଏହି ଆଇନକୁ କିଛି ଗୋଷ୍ଠୀ ଓ କିଛି ଚାଷୀ ବିରୋଧ କରିଥିଲେ।

ଆମେ ପୂରା ନିଷ୍ଠା ଓ ସ୍ୱଚ୍ଛତାର ସହ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ। କିଛି ଲୋକ ଏହାକୁ ବୁଝିଥିବା ବେଳେ ଆଉ କିଛି ବୁଝି ନଥିଲେ। କିଛି ଚାଷୀଙ୍କୁ ଆମେ ବୁଝାଇ ପାରି ନଥିବାରୁ କ୍ଷମା ମାଗୁଛି। ବୋଧେ ଆମ ତରଫରୁ କିଛି ଭୁଲ ରହିଗଲା। ଏବେ କାହାକୁ ଦୋଷ ଦେବା ଠିକ ହେବନି। ତେଣୁ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମ୍ମାନ ଜଣାଇ ଆମେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏବେ ଦୀର୍ଘ ଦିନ ହେଲା ରାସ୍ତାରେ ବସିଥିବା ଚାଷୀମାନେ ନିଜ ନିଜ ଘରକୁ ଫେରି ଯାଆନ୍ତୁ।

ଆମେ ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ। ଏହି ଆଇନକୁ ସଂସଦରେ ବିତର୍କ ଓ ଆଲୋଚନା ପରେ ପାରିତ କରାଯାଇଥିଲା ମୋଦି କହିଛନ୍ତି।

The post ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3kQ6UrW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages