ଭୁଲ୍‌ରେ ବି ରୋଷେଇ ଘରୁ ଏହି ସବୁ ଜିନିଷ ଶେଷ ହେବାକୁ ଦିଅନ୍ତୁ ନାହିଁ , ପଡ଼ିପାରନ୍ତି ସମସ୍ୟାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ଭୁଲ୍‌ରେ ବି ରୋଷେଇ ଘରୁ ଏହି ସବୁ ଜିନିଷ ଶେଷ ହେବାକୁ ଦିଅନ୍ତୁ ନାହିଁ , ପଡ଼ିପାରନ୍ତି ସମସ୍ୟାରେ

ରୋଷେଇ ଘରକୁ ଘରର ମୁଖ୍ୟ ସ୍ଥାନ ବୋଲି ବିବେଚନା କରାଯାଇଥାଏ। ଏହି ସ୍ଥାନ ଉପରେ ଲକ୍ଷ୍ମୀ ପ୍ରସନ୍ନ ରହିଲେ ଜୀବନରେ ଅଭାବ, ଅସୁବିଧା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ହେଲେ ଏପରି କିଛି ନିୟମ କିଛି ଯାହାକୁ କି ଅଜଣାତରେ ବି ଭଙ୍ଗ କଲେ ମାତା ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡ଼ିପାରେ। ଏପରି କାମ କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏପରିକି ଘରର ସୁଖ, ସମୃଦ୍ଧି ହଜିଯାଇ ଅଭାବ, ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ରୋଷେଇ ଘରେ ଏପରି କିଛି ଜିନିଷ ଅଛି, ଯାହାକୁ କେବେ ଶେଷ ହେବାକୁ ଦିଆଯିବା ଉଚିତ ନୁହେଁ। ଏପରିକି ଏସବୁ ଜିନିଷ ରହୁଥିବା ପାତ୍ରକୁ କେବେ ଖାଲି ହେବାକୁ ଦିଆଯିବା ଉଚିତ ନୁହେଁ।

ବହୁ ଘରେ ଦେଖିବାକୁ ମିଳିଥାଏ ଅଟା ଡବା ଖାଲି ହେବା ପରେ ସେଥିରେ ନୂଆ ଅଟା  ଭର୍ତ୍ତି କରାଯାଇଥାଏ।  କିନ୍ତୁ ଏପରି କରିବା ସମ୍ପୂର୍ଣ୍ଣ ଭୁଲ୍‌। ଅଟା ଡବାକୁ କେବେ ଖାଲି ହେବାକୁ ଦିଅନ୍ତୁ ନାହିଁ। ଡବାକୁ ଅଟା ସରିବା ପୂର୍ବରୁ ନୂଆ ଅଟା ଭତ୍ତି କରି ଦିଅନ୍ତୁ। ଅଟା ରହୁଥିବା ଡକା କେବେ ଝାଡ଼ିବା ଉଚିତ ନୁହେଁ। ଏହାଦ୍ୱାରା ଆପଣଙ୍କ ଧନ ସହ ସମ୍ମାନ ବି ହାନୀ ହୋଇଥାଏ ବୋଲି ବିଶ୍ୱାସ ରହିଥାଏ। ତେଣୁ ଏପରି ଅଭ୍ୟାସରୁ ଦୂରେଇ ରୁହନ୍ତୁ ।

 –  ରୋଷେଇ ଘରେ ହଳଦୀର ଭୂମିକା ବହୁତ । ଭାତକୁ ଛାଡ଼ି ପ୍ରାୟତଃ ସବୁ ଆଇଟମ୍‌ ଲାଗି ହଳଦୀର ପ୍ରୟୋଗ ହୋଇଥାଏ। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହଳଦୀର ସମ୍ପର୍କ ବୃହସ୍ପତିଙ୍କ ସହ ରହିଛି ବୋଲି ଧରାଯାଏ। ରୋଷେଇ ଘରୁ ହଳଦି ସରିଯିବା ଅର୍ଥ ବୃହସ୍ପତିଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରୁ ଉଠି ଯାଇଥାଏ। ଏହା ଗୁରୁ ଦୋଷ ସହ ସମାନ । ଏହା ହେବା ଦ୍ୱାରା ଆପଣଙ୍କ ଧନ ହାନୀ ହୋଇଥାଏ ଓ କ୍ୟାରିଅରରେ ଉନ୍ନତି ହୋଇପାରି ନ ଥାଏ। ଏଥିସହ କୌଣସି କାରଣ ନ ଥାଇ ଶୁଭ କାମରେ ବାଧା ଉପୁଜିଥାଏ।  ତେଣୁ ଡବାରୁ ହଳଦି ସରିବା ପୂର୍ବରୁ ନୂଆ ହଳଦି ଆଣି ରଖି ଦିଅନ୍ତୁ।  ଏଥିସହ ମନେ ରଖନ୍ତୁ, କେବେ ବି କାହାଠୁ ହଳଦି ଉଧାର ଆଣନ୍ତୁ ନାହିଁ କିମ୍ବା କାହାକୁ ଦିଅନ୍ତୁ ନାହିଁ।

Representational image

 –ସାଧାରଣତଃ ଘରେ ଯେତିକି ଚାଉଳ ଆବଶ୍ୟକ ହୁଏ, ଆମେ ସେତିକି ରଖିବାକୁ ପସନ୍ଦ କରିଥାଉ। ଅଧିକ ଚାଉଳକୁ ବେଶି ଦିନ ଗଚ୍ଛିତ କରି ରଖିଲେ ସେଥିରେ ପୋକ ହେବାର ଭୟ ଥାଏ। ତେଣୁ ଘରେ ଥିବା ଚାଉଳ ସରିବା ପରେ ହିଁ ଆମେ ନୂଆ ଚାଉଳ ଆଣିବାକୁ ପସନ୍ଦ କରିଥାଉ। କିନ୍ତୁ ଭୁଲ୍‌ରେ ଏପରି କରନ୍ତୁ ନାହିଁ।  ଚାଉଳର ସମ୍ବନ୍ଧ ଶୁକ୍ର ସହ ଥିବା ବିଶ୍ୱାସ କରାଯାଉ। ଶୁକ୍ରଙ୍କୁ ବୁଦ୍ଧି, ଐଶ୍ଚର୍ଯ୍ୟ ଓ ଭୌତିକ ସୁଖର କାରଣ ବୋଲି ଧରାଯାଏ। ଘରୁ ଚାଉଳ ସରିଯିବା ଅର୍ଥ ଶୁକ୍ର ଦୋଷ ଆରମ୍ଭ ହେବା ବୋଲି ବିଶ୍ୱାସ କରାଯାଏ। ଏହାଦ୍ୱାରା ପତିପତ୍ନୀଙ୍କ  ମଧ୍ୟରେ ସମ୍ପର୍କ ଧିରେ ଧିରେ ଖରାପ ଆଡ଼କୁ ଗତି କରିଥାଏ। ତେଣୁ ଘରେ କେବେକି ଚାଉଳ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ନୁହେଁ।

ଲୁଣ ନ ଥିଲେ ଆମେ ରୋଷେଇ କଥା ଭାବିବା ମଧ୍ୟ ଅସମ୍ଭବ ହୋଇପଡ଼େ। କାରଣ ପ୍ରତିଟି ଆଇଟମ୍‌ ପାଇଁ ଲୁଣର ଆବଶ୍ୟକତା ପଡ଼ିଥାଏ। ହେଲେ କିଛି ଲୋକ ପ୍ରଥମେ ଲୁଣ ଡବାକୁ ଖାଲି କରି ତାହାକୁ ସଫା କରି ସେଥିରେ ନୂଆ ଲୁଣ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଲୁଣ ଡବାକୁ କେବେ ଖାଲି ହେବାକୁ ଦିଅନ୍ତୁ ନାହିଁ। ଲୁଣକୁ ରାହୁ ପଦାର୍ଥ ହିସାବରେ ବିବେଚନା କରାଯାଇଥାଏ।  ରୋଷେଇ ଘରୁ ଲୁଣ ସରିବା ଅର୍ଥ ରାହୁର କୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ । ଏହାଦ୍ୱାରା ଆପଣଙ୍କ କାମ ବିଗିଡ଼ିବାରେ ଲାଗିଥାଏ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଲୁଣ ଡବା କେବେବି ଖାଲି ହେବାକୁ ଦିଅନ୍ତୁ ନାହିଁ। ଏଥିସହ ଅନ୍ୟ କାହାକୁ ଲୁଣ ଉଧାର ମଧ୍ୟ ଆଣନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ  ଘରର ଭଣ୍ଡାର ସବୁବେଳେ ଖାଲି ରହିଥାଏ।

 

The post ଭୁଲ୍‌ରେ ବି ରୋଷେଇ ଘରୁ ଏହି ସବୁ ଜିନିଷ ଶେଷ ହେବାକୁ ଦିଅନ୍ତୁ ନାହିଁ , ପଡ଼ିପାରନ୍ତି ସମସ୍ୟାରେ appeared first on Odisha Reporter.



from Odisha Reporter https://ift.tt/30BNNes

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages