ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ଦୁଇଟି ସ୍ଥାନରୁ ଅବକାରୀ ବିଭାଗ ୯୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଥିବା ବେଳେ ତିନି ଜଣ ଅବକାରୀ ବିଭାଗକୁ ଚକମା ଦେଇ ସେଠାରୁ ଚମ୍ପଟ ମାରିଥିଲେ।
ଜିଲ୍ଲାର କିଛି ସ୍ଥାନରେ ଦେଶୀ ରନ୍ଧା ମଦ ବିକ୍ରି କରାଯାଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚାରିଘାରିଆ ଗାଁରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ କାର୍ରୁ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିଲା। ତାଙ୍କ ନାଁ ଜୀବନଧର ଦାସ ଓରଫ ଚଗୁଲୁ। ତାଙ୍କ ଘର ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ। ଅବକାରୀ ବିଭାଗ ଗାଡିକୁ ମଧ୍ୟ ଜବତ କରିଛି।
ସେହିପରି ଅବକାରୀ ବିଭାଗ ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଚଢ଼ାଉ କରି ଗୋଟିଏ ସ୍କୁଟିରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲା। ଏହାସହ ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଗାଡ଼ିରେ ଥିବା ତିନି ଜଣ ବ୍ୟକ୍ତି ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ।
ଦୁଇଟି ସ୍ଥାନରେ ଜବତ ହୋଇ ଥିବା ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଅବକାରୀ ବିଭାଗ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
The post କାର୍, ସ୍କୁଟିରୁ ମିଳିଲା ପୁଳା ପୁଳା ମଦ ପାଉଚ, ୩ ଫେରାର appeared first on Odisha Reporter.
from Odisha Reporter https://ift.tt/3DrKzbt
No comments:
Post a Comment